Posted inଖେଳ

ଆଇପିଏଲ୍‌ରେ ପ୍ରଥମ ଆମେରିକୀୟ ଅଲି ଖାନ୍‌

ଆବୁଧାବି, ୧୩ା୯ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥର ଜଣେ ଆମେରିକୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେ ହେଉଛନ୍ତି ଫାଷ୍ଟ ବୋଲର ଅଲି ଖାନ୍‌। ସେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଦଳ ତରଫରୁ ଖେଳିବେ। ୨୯ ବର୍ଷୀୟ ଏହି ଫାଷ୍ଟ ବୋଲରଙ୍କୁ ଇଂଲିଶ ସିମ୍‌ ବୋଲର ହ୍ୟାରି ଗର୍ନେଙ୍କ ସ୍ଥାନରେ ନିଆଯିବ। ତେବେ ଆଇପିଏଲ୍‌ ଅନୁମୋଦନକୁ ଅପେକ୍ଷା କରାଯାଇଛି। କାନ୍ଧରେ ଅସ୍ତ୍ରୋପଚାର ଯୋଗୁ ଗର୍ନେ ଉଭୟ ଆଇପିଏଲ୍‌ ଓ ଗତ ମାସରେ ଇଂଲଣ୍ଡର ଭାଇଟାଲିଟି ବ୍ଲାଷ୍ଟରୁ ଓହରିଯାଇଥିଲେ। ନିକଟରେ ଶେଷ ହୋଇଥିବା କ୍ୟାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଅଲି ଖାନ୍‌ ତ୍ରିନବାଗୋ ନାଇଟ୍‌ ରାଇଡର୍ସ ତରଫରୁ ଖେଳିଥିଲେ। ଏହି ଦଳ ଟୁର୍ନାମେଣ୍ଟରେ ଅପରାଜିତ ରହିବା ସହ ଟାଇଟଲ ବିଜୟୀ ହୋଇଥିଲା। ଖାନ୍‌ ୭.୪୩ ଆଭରେଜରେ ସମାନ ସଂଖ୍ୟକ ମ୍ୟାଚରୁ ୮ଟି ଉଇକେଟ ଅକ୍ତିଆର କରିଥିଲେ। ଗତ ସିଜନରେ ସେ କେକେଆର୍‌ ଟାର୍ଗେଟରେ ରହିଥିଲେ। ମାତ୍ର ଚୁକ୍ତି ସ୍ବାକ୍ଷରିତ ହୋଇପାରି ନ ଥିଲା। ୨୦୧୮ ଗ୍ଲୋବାଲ ଟି୨୦ କାନାଡାରେ ଖାନ୍‌ଙ୍କ ପ୍ରତିଭାକୁ ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଡ୍ବେନ୍‌ ବ୍ରାଭୋ ଚିହ୍ନଟ କରିଥିଲେ। ତାଙ୍କୁ ଆଣି ସେ ସିପିଏଲ୍‌ରେ ଖେଳାଇଥିଲେ। ଅଲି ଖାନ୍‌ ସିପିଏଲ୍‌ ଅଲ୍‌ଷ୍ଟାର ଟିମ୍‌ରେ ସ୍ଥାନ ପାଇଥିଲେ। ଏହି ଆମେରିକୀୟ ବୋଲର ଗୁୟାନା ଆମାଜନ ଓ୍ବାରିୟର୍ସ ତରଫରୁ ଖେଳିଥିଲେ। ୧୨ଟି ମ୍ୟାଚରୁ ସେ ୧୬ଉଇକେଟ ଅକ୍ତିଆର କରିଥିଲେ। ସେହି ସିଜନରେ ଜଣେ ଫାଷ୍ଟ ବୋଲର ହିସାବରେ ସେ ଦ୍ୱିତୀୟ ସର୍ବାଧିକ ଉଇକେଟ ଅକ୍ତିଆର କରିଥିଲେ। ବ୍ରାଭୋ ଇତିମଧ୍ୟରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଖାନ୍‌, ବ୍ରେଣ୍ଡନ ମ୍ୟାକ୍‌କୁଲମ ସମେତ ଅନ୍ୟ କେତେଜଣ ଏକ ବିମାନ ଭିତରେ ବସିଥିବାର ଦୃଶ୍ୟ ରହିଥିଲା। ଭିଡିଓଟିର କ୍ୟାପଶନ ଲେଖାଥିଲା ‘ନେକ୍ସଟ ଷ୍ଟପ୍‌ ଦୁବାଇ’। ଖାନ୍‌ ଘଣ୍ଟା ପ୍ରତି ୧୪୦ କିମିରୁ ଅଧିକ ବେଗରେ ବୋଲିଂ କରିପାରନ୍ତି। ସେ ଭଲ ୟର୍କର ପକାଇପାରନ୍ତି। ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କେକେଆର୍‌ ସେପ୍ଟେମ୍ବର ୨୩ରେ ଏହାର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri