ଆଲ୍‌ଗୋରିଦମ୍‌ ଓ ଅପରାଧ

ଜିଓଭାନି ମାଷ୍ଟ୍ରୋବୁଓନି

 

ଜୀବନରେ କରୁଥିବା କାର୍ଯ୍ୟ ଓ ଅନ୍ୟ ସବୁ ବିଷୟରେ ଆମେ ସମସ୍ତେ ଅଭ୍ୟାସକୁ ଅନୁସରଣ କରିବାକୁ ଚାହୁଁ। ମୁଁ ସାଧାରଣତଃ ସକାଳେ ସବୁଠୁ ଭଲ କାମ କରେ ଏବଂ ଡିନର୍‌ ପରେ କାମ କରିବାକୁ ପସନ୍ଦ କରେ ନାହିଁ। ଆମର ଅଭ୍ୟାସଗୁଡ଼ିକ ବିଶେଷକରି ପ୍ରଦର୍ଶନ, ଶିକ୍ଷା କିମ୍ବା ଏ ଦୁଇଟିକୁ ମଳିତ ଭାବେ ପ୍ରତିପାଦିତ କରିଥାଏ। କୌଣସି ଏକ କାର୍ଯ୍ୟର ପୁନରାବୃତ୍ତି ହିଁ ଏକ ରୁଟିନ ବା ନିୟମିତ କାର୍ଯ୍ୟକ୍ରମ ସୃଷ୍ଟି କରିଥାଏ ବୋଲି ଚାର୍ଲସ ଡୁହିଗ ତାଙ୍କ ପୁସ୍ତକ ‘ଦି ପାଓ୍ବାର ଅଫ୍‌ ହାବିଟ୍‌’ରେ ଉଲ୍ଲେଖ କରିଛନ୍ତି। ମୋ ଗବେଷଣା ମଧ୍ୟ ଦର୍ଶାଏ ଯେ, ଅପରାଧୀମାନଙ୍କ ଅଭିଜ୍ଞତା, ବିଶେଷ ଦକ୍ଷତା ହାସଲ କରିବା ଲକ୍ଷ୍ୟ ଏବଂ ସେମାନଙ୍କ ରଣନୀତିରୁ ସୃଷ୍ଟି ଏକ ରୁଟିନ୍‌କୁ ଦେଖିଲେ ସବୁ ଅପରାଧୀ ସମ୍ଭବତଃ ନିୟମରେ ବନ୍ଧା ନାଗରିକଙ୍କଠାରୁ ଭିନ୍ନ ନୁହନ୍ତି। କେବଳ ଏତିକି ନୁହେଁ ଅଭ୍ୟାସ ତଥା ରୁଟିନ ଆଧାରିତ କାର୍ଯ୍ୟକୁ ଅନୁସରଣ କରି ପୋଲିସ ବିଭାଗଗୁଡ଼ିକ ଆଲ୍‌ଗୋରିଦମ (ତଥ୍ୟ ଅଧାରିତ ଏକ ଗାଣିତିକ ନିର୍ଦ୍ଦେଶ ଯାହା କମ୍ପ୍ୟୁଟରରେ ଫିଡିଂ କରି ଏକ ପରିଣାମ ପ୍ରାପ୍ତ କରାଯାଏ) ସହାୟତାରେ ଅପରାଧୀମାନଙ୍କୁ ଧରୁଛି। କାରଣ ଆଲ୍‌ଗୋରିଦମ୍‌ରେ ଡାଟା ସଂଗ୍ରହ ଓ ତାହାକୁ ବ୍ୟବସ୍ଥିତ କରି ଭବିଷ୍ୟତ ଆଚରଣ ଆକଳନ କରିବା ସମ୍ଭବ ହୋଇଥାଏ। ଫଳରେ ଜଣେ ନେଟ୍‌ଫ୍ଲିକ୍ସରେ ପସନ୍ଦ କରୁଥିବା ଫିଲ୍ମ କିମ୍ବା ଆମାଜନରେ କେଉଁ ବହି କିଣିବାର ସମ୍ଭାବନା ରହିଛି ଏହା ତାହାର ପୂର୍ବାନୁମାନ କରିପାରେ। ଆଲ୍‌ଗୋରିଦମ୍‌ ପଦ୍ଧତି ବିଧି ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ଅପରାଧ ବିରୋଧରେ ଲଢେଇ କରିବାରେ ବି ସାହାଯ୍ୟ କରିପାରିବ। ଅନ୍ୟପକ୍ଷରେ ପ୍ରେଡିକ୍‌ଟିଭ ପୋଲିସିଂ ( ପୋଲିସ ମୁତୟନ କରିବା ଲାଗି କମ୍ପୁଟର ସିଷ୍ଟମରେ ପୁରୁଣା ଆପରାଧିକ ତଥ୍ୟ ସହ ଅନ୍ୟ ସବୁ ତଥ୍ୟର ସମୀକ୍ଷା କରାଯାଏ) ସହାୟତାରେ ପାଟ୍ରୋଲିଂ ବଢ଼ାଇବା ଉଦ୍ଦେଶ୍ୟରେ ଅପରାଧର ପୂର୍ବାନୁମାନ ବି କରାଯାଇଥାଏ। ଏଣୁ ପ୍ରେଡିକ୍‌ଟିଭ ଆନାଲିଟିକ୍ସ(ଯେଉଁଥିରେ ଭବିଷ୍ୟତର ଧାରା ଆକଳନ କରିବା ଲାଗି ଆଭ୍ୟନ୍ତରୀଣ ଏବଂ ବାହ୍ୟ ଡାଟା ସହ ପରିସାଂଖିକ ଆଲ୍‌ଗୋରିଦମ୍‌ ଗୁଡ଼ିକ ବ୍ୟବହାର କରାଯାଏ)ରେ ନିବେଶ ଯୋଗୁ ପୋଲିସ ସଂସାଧନଗୁଡ଼ିକର ପୁନଃ ଆବଣ୍ଟନ ସମ୍ଭବ ହୋଇପାରିବ। ଫଳରେ ସମ୍ଭାବ୍ୟ ଗିରଫ ଏବଂ ଅଟକ ରଖାଯିବା ଧାରାରେ ପରିିବର୍ତ୍ତନ ଆସିବ। ଏହି କାରଣରୁ ଆଲ୍‌ଗୋରିଦମ୍‌ ପଦ୍ଧତି ଅପରାଧ ହ୍ରାସ କରିପାରିବ କିି ନାହିଁ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ। ଏହା ସହ ବିନା ପକ୍ଷପାତରେ ବା ତଥ୍ୟ ସଂଗ୍ରହ କିମ୍ବା ଉପସ୍ଥାପନଗତ ତ୍ରୁଟି ନ କରି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧରେ ଠିକ ଭାବେ କାମ କରିବ କି ନାହିଁ ତାହା ମଧ୍ୟ ଦେଖିବା ଦରକାର।
ସବୁଠୁ ବ୍ୟାପକ ଏବଂ ଜଣାଶୁଣା ପ୍ରେଡିକ୍‌ଟିଭ ପୋଲିସିଂ ସଫ୍ଟେଓର ହଟ୍‌ସ୍ପଟ୍‌ ଆନାଲିିସିସ୍‌ରୁ ବିକାଶ କରାଯାଇଛି। ଯେଉଁ ଅଞ୍ଚଳରେ ଅଧିକ ଅପରାଧ ଘଟୁଛି କିମ୍ବା ନିକଟ ଭବିଷ୍ୟତରେ ଘଟିବାର ସମ୍ଭାବନା ରହିଛି, ସେଠାରେ ଏହି ପ୍ରୋଗ୍ରାମଗୁଡ଼ିକ କାମ କରିବ। ଏଣୁ ଅପରାଧୀ ସଂଖ୍ୟା କମାଇବା ଲାଗି ବିଧି ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏହି ସବୁ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବା ଉଚିତ। ଅନ୍ୟ ପଦ୍ଧତି ତୁଳନାରେ ଏହି ସବୁ ପରିସାଂଖିକ ଆଲ୍‌ଗୋରିଦମର ଆକଳନ କ୍ଷମତା ଅଧିକ ରହିଛି ବୋଲି ଗବେଷକମାନେ ଦର୍ଶାଇଛନ୍ତି। ସେମାନେ ମଧ୍ୟ କହିଛନ୍ତି ଯେ, ଏହି ସବୁ ପଦ୍ଧତିରେ ବାସ୍ତବରେ ଅପରାଧ କମାଇବା ଅତ୍ୟନ୍ତ କଷ୍ଟକର। ଅଧିକ ଅପରାଧ ଘଟିବାବେଳେ ପୋଲିସ ବିଭାଗଗୁଡ଼ିକ ପ୍ରେଡିକ୍‌ଟିଭ ପୋଲିସିଂକୁ ଗ୍ରହଣ କରିବା ଉପରେ ଧ୍ୟାନ ଦିଅନ୍ତି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ପୋଲିସିଂକୁ ଗୁରୁତ୍ୱ ଦିଆଯିବାର ଧାରା ଯୋଗୁ ଅନ୍ୟ କେଉଁ ଅଞ୍ଚଳକୁ ଅପରାଧ ବ୍ୟାପିବା ସମ୍ଭାବନା ଥାଏ। ଡାଟା ସଂଗ୍ରହ ଓ ପ୍ରୋସେସିଂରେ ବ୍ୟବହାର କରାଯାଉଥିବା ପଦ୍ଧତି ତଥ୍ୟ ଠିକ୍‌ ନ ରହିବା କିମ୍ବା ବାଦବିବାଦ ଯୋଗୁ ପ୍ରେଡିକ୍‌ଟିଭ ପୋଲିସିଂ ବିଧି ପ୍ରବର୍ତ୍ତନର ପରିଣାମଗୁଡ଼ିକୁ ଏପାଖସେପାଖ କରିବାର ସମ୍ଭାବନା ରହିଛି। ମୌଳିକ ଆବଶ୍ୟକତାରୁ ବଞ୍ଚିତ ଅଞ୍ଚଳଗୁଡ଼ିକ( ଡିପ୍ରାଇଭଡ୍‌ ଏରିଆ)ରେ ଅପରାଧ ହାର ବଢ଼ିପାରେ ଏବଂ ସେଠାରେ ପ୍ରେଡିକ୍‌ଟିଭ ପୋଲିସିଂ ଆରମ୍ଭ କରାଗଲେ ପାଟ୍ରୋଲିଂକୁ ତୀବ୍ର କରିବାକୁ ପଡ଼ିପାରେ।
ପ୍ରେଡିକ୍‌ଟିଭ ପୋଲିସିଂର ପ୍ରଭାବ ଓ ପକ୍ଷପାତ କିମ୍ବା ଡାଟାଗତ ତ୍ରୁଟି ଉପରେ ଉଠୁଥିବା ପ୍ରଶ୍ନଗୁଡ଼ିକର ସମାଧାନ ଲାଗି ମୁଁ ଇଟାଲୀର ମିଲାନ୍‌ରେ ବ୍ୟବହାର ହେଉଥିବା ପ୍ରେଡିକ୍‌ଟିଭ ପୋଲିସିଂ ସଫ୍ଟଓ୍ବେର ମୂଲ୍ୟାଙ୍କନ କରିଥିଲି। ମିଲାନର ଦୁଇ ପୋଲିସ ବିଭାଗ ମଧ୍ୟରୁ ଗୋଟିଏ ମାରିଓ ଭେଞ୍ଚୁରିଙ୍କ ଦ୍ୱାରା ବିକଶିତ ‘କି କ୍ରାଇମ’ ସଫ୍ଟଓ୍ବେରକୁ ମିଲାନରେ ବ୍ୟବହାର କରୁଛି। ଏହା ସାଧାରଣ ପ୍ରେଡିକ୍‌ଟିଭ ପୋଲିସିଂଠାରୁ ଭିନ୍ନ, କାରଣ ଏହା ଅପରାଧୀଙ୍କୁ ଅନ୍ୟ କୌଣସିଠିକୁ ଯିବାକୁ ସୁଯୋଗ ଦେଉନାହିଁ। ଅପରାଧୀଙ୍କ ଗିରଫ ଉପରେ ଅଧିକ ଧ୍ୟାନ ଦେଉଛି। ଏହି ସଫ୍ଟଓ୍ବେର ଅପରାଧୀ ଓ ବ୍ୟବସାୟିକ ଡକାୟତି ମଧ୍ୟରେ ସମ୍ପର୍କ ଜାଣିବା ଲାଗି ପ୍ରୋସିକ୍ୟୁଟରଙ୍କ ଦ୍ୱାରା ପ୍ରସ୍ତୁତ ପୀଡ଼ିତଙ୍କ ରିପୋର୍ଟ ଏବଂ ସିସିଟିଭି କ୍ୟାମେରାରୁ ସଂଗୃହୀତ ତଥ୍ୟକୁ ବ୍ୟବହାର କରୁଛି। ଏହାଦ୍ୱାରା କେଉଁଠି ଓ କେତେବେଳେ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଗୋଷ୍ଠୀ ଡକାୟତି କରିବେ ତାହା ପୂର୍ବାନୁମାନ କରିପାରୁଛି। ପରିଣାମଗୁଡ଼ିକ ସୂଚିତ କରୁଛି ଯେ, ବାରମ୍ବାର ଅପରାଧ ଘଟାଉଥିବା ଅପରାଧୀମାନଙ୍କ ଅଭ୍ୟାସକୁ ସମୀକ୍ଷା କରିବା ଦ୍ୱାରା ସମ୍ଭାବ୍ୟ ଗିରଫ ଦୁଇଗୁଣରୁ ଅଧିକ ହୋଇପାରୁଛି। ଚୋରମାନେ ସମାନ ବାଟରେ ବାରମ୍ବାର ପଡ଼ୋଶୀ କିମ୍ବା ସମାନ ବ୍ୟବସାୟିକ ସଂସ୍ଥାରୁ ଚୋରି କରିବାକୁ ଲକ୍ଷ୍ୟ ରଖନ୍ତି। ଏପରିକି ଦିନର ନିର୍ଦ୍ଦିଷ୍ଟ ସମୟରେ ଏହା କରିବାକୁ ଚାହାନ୍ତି। ଉଦାହରଣସ୍ବରୂପ, ଜଣେ ଯଦି ପୂର୍ବରୁ ସକାଳ ୯ଟାରେ ଗହଣାଦୋକାନରୁ ଚୋରି କରିଥିଲା, ତେବେ ସେହି ଚୋର ପ୍ରାୟ ସମାନ ସମୟରେ ବି ପଡ଼ୋଶୀକୁ ଟାର୍ଗେଟ କରିବ କିମ୍ବା ଅନ୍ୟ ଗହଣାଦୋକାନରୁ ଚୋରି କରିବ। ପୂର୍ବାନୁମାନ କରିବା ଲାଗି ଅନେକ ବିଳକ୍ପ ରହିଥିଲେ ବି ଏହି ସଫ୍ଟଓ୍ବେର ଅପରାଧୀଙ୍କୁ ଟାର୍ଗେଟ କରିବା ସମ୍ଭବ ଏବଂ ପୋଲିସ ବିଭାଗ ପାଟ୍ରୋଲିଂକୁ ତୀବ୍ର କରି ଅଧିକ ଚୋରଙ୍କୁ ଧରିବାରେ ସକ୍ଷମ ହେଉଛି। ବ୍ୟକ୍ତିଗତ ଭାବେ ଅପରାଧ ଘଟାଉଥିବା ଗୋଷ୍ଠୀର ସ୍ବଭାବକୁ ଆଧାର କରି ଆଲଗୋରିଦିମ ପଦ୍ଧତିରେ କରାଯାଉଥିବା ପୂର୍ବାନୁମାନ ଡକାୟତି ବିରୋଧରେ ଲଢେଇରେ ଭଲ କାମ କରୁଥିବା ପ୍ରମାଣିତ ହୋଇଛି। ଏବେ ସେକ୍ସ ଓ ସନ୍ତ୍ରାସବାଦୀ ଭଳି ସିରିଏଲ୍‌ ଅପରାଧୀଙ୍କ ପାଇଁ ଏହାକୁ ସମ୍ପ୍ରସାରିତ କରାଯାଉଛି। ତେବେ ପ୍ରେଡିକ୍‌ଟିଭ ପୋଲିସିଂ ଏହି ସବୁ ଅପରାଧୀଙ୍କୁ ଧରି ଦଣ୍ଡ ଦେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଛି। ଏ କ୍ଷେତ୍ରରେ ପୀଡ଼ିତଙ୍କ ସହ କମ୍‌ ଆଲୋଚନା ଏବଂ ସିସିଟିଭି ଫୁଟେଜ କମ୍‌ ମିଳୁଥିବାରୁ ଅପରାଧୀଙ୍କୁ ଘଟଣା ସହ ସମ୍ପର୍କିତ କରିବା କଷ୍ଟକର ହୋଇପାରେ।
ଏବକାର ପ୍ରେଡିକ୍‌ଟିଭ ପୋଲିସିଂର ବ୍ୟାପକ ପ୍ରୟୋଗ ଅପରାଧୀଙ୍କ ପ୍ରବୃତ୍ତି କମାଇପାରେ। ଏହାର ପୂର୍ବାନୁମାନ କରିବା କ୍ଷମତା କମ୍‌ ହୋଇପାରେ। ଏଣୁ ଏକ ଅଧିକ କ୍ଷମତା ସମ୍ପନ୍ନ ଆଲ୍‌ଗୋରିଦମ୍‌ ପଦ୍ଧତିର ବିକାଶ କରିବାର ଆବଶ୍ୟକତା ରହିଛି, ଯାହା ଡାଟା ସଂଗ୍ରହ ପ୍ରକ୍ରିୟା ପୋଲିସ ବିଭାଗଗୁଡ଼ିକ ମଧ୍ୟରେ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ଅଧିକ ଅଶା ସଞ୍ଚାର କରିବା ଲାଗି ଆଧାର ଯୋଗାଇଦେବ। ଅପରାଧ ଭୟଙ୍କର ଭାବେ ପ୍ରକଟ ହେଉଛି ବୋଲି ଅଗଥା କ୍ରିଷ୍ଟି ଲେଖିଥିଲେ। ଚେଷ୍ଟା କର ଏବଂ ଯେମିତି ଚାହଁୁଛ ତୁମ ପଦ୍ଧତିଗୁଡ଼ିକ ପରିବର୍ତ୍ତନ କର; ତୁମର ଇଚ୍ଛା, ପସନ୍ଦ, ଅଭ୍ୟାସ, ମାନସିକତା ଏବଂ ତୁମ ବ୍ୟକ୍ତିତ୍ୱ ତୁମର କାର୍ଯ୍ୟଧାରାରେ ପ୍ରକାଶ ପାଇବ। ବର୍ତ୍ତମାନ ପାଇଁ ଅପରାଧୀମାନଙ୍କ ଅଭ୍ୟାସକୁ ଆଧାର କରି ବ୍ୟକ୍ତିଗତ ଅପରାଧର ପୂର୍ବାନୁମାନ କରିବା ଲାଗି ଦକ୍ଷତା ବଢ଼ାଇବା ଏକ ଭଲ ନିବେଶ ହେବ ବୋଲି ଜଣାପଡ଼ୁଛି।
ଅର୍ଥନୀତି ପ୍ରାଧ୍ୟାପକ, ୟୁନିଭର୍ସିଟି ଅଫ୍‌ ଏସେକ୍‌ସ।


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri