ଶୈବାଳ ଚାଷ : ଜଟାଧାର ମୁହାଣରେ ସଫଳ

ପାରାଦୀପ,୧୨।୪(ସ୍ବ.ପ୍ର.): ଉପକୂଳ ଓଡିଶାର ଗଞ୍ଜାମ, ପୁରୀ, ବାଲେଶ୍ବର ଓ ଜଗତସିଂହପୁର ଜିଲାର ୮ଟି ସ୍ଥାନରେ ପ୍ରଥମ ଥର ପାଇଁ ପେବୃୟାରୀ ଶେଷ ସପ୍ତାହରେ ଶୈବାଳ ଚାଷ ହୋଇଥିଲା। ସେଥରୁ ଜଗତସିଂହପୁର ଜିଲା ଏରସମା ବ୍ଲକ ଅଧୀନ ନୋଳିଆସାହି ପାଖ ଜଟାଧାରମୁହାଣ ଅଞ୍ଚଳରେ ଏହି ଚାଷ ସଫଳ ଭାବେ ଉତ୍ପାଦିତ ହୋଇଛି। ଏଠାରେ ୧୦ରୁ ୧୫ ଗ୍ରାମ୍‌ ଶୈବାଳ ଚାରା ବନ୍ଧା ଯାଇଥିଲା ବେଳେ ୪୫ ଦିନ ମଧ୍ୟରେ ଏକ କିଲୋରୁ ଦେଢ କିଲୋଗ୍ରାମ ହୋଇଯାଇଛି। ବାଲେଶ୍ବର ଜିଲାର ଗୋଟିଏ ସ୍ଥାନରେ ଏହିଭଳି ଶୈବାଳ ବୃଦ୍ଧି ପାଉଛି ବୋଲି ସିଏମଏଫଆରଆଇ(ସେଣ୍ଟ୍ରାଲ ମେରାଇନ ଫିଶରିଜ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌)ର ନୋଡାଲ ଅଫିସର ଡା.ରୀତା ଜୟଶଙ୍କର କହିଛନ୍ତି। ତେବେ ଅନ୍ୟସ୍ଥାନଗୁଡିକରେ କିଛି ତ୍ରୁଟି ଯୋଗୁ ଶୈବାଳ ବୃଦ୍ଧି ପାଇବାରେ ପ୍ରତିବନ୍ଧକ ହୋଇଛି। ଏହି ଚାଷ ଓଡିଶାରେ ସଫଳ ହୋଇଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ରୋଜଗାରର ନୂତନ ଆଶା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ସାମୁଦ୍ରିକ ଶୈବାଳ ଚାଷ ୧୦ ବର୍ଷ ତଳେ ତାମିଲନାଡୁର ରାମେଶ୍ବର ନିକଟ ମଣ୍ଡପମ ନାମକ ଜାଗାରେ ଆରମ୍ଭ ହୋଇଥିଲା। ସେଠାରେ ଏହି ଚାଷ ସଫଳ ହୋଇଛି। ଏବେ ସେଠାରୁ ପ୍ରଚୁର ପରିମାଣରେ ଶୈବାଳ ଉତ୍ପାଦନ ହେଉଛି। ତାକୁ ବିକ୍ରିକରି ମତ୍ସ୍ୟଜୀବୀମାନେ ମାସକୁ ୧୫ ରୁ ୨୫ ହଜାର ଟଙ୍କା ରୋଜଗାର କରୁଛନ୍ତି। ଉକ୍ତ ଶୈବାଳ ଚାଷପାଇଁ ଓଡିଶା ଉପକୂଳରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ଜଣାପଡିବା ପରେ ସିଏମ୍‌ଏଫ୍‌ଆରଆଇ ଓ ମତ୍ସ୍ୟବିଭାଗ ପକ୍ଷରୁ ଏହି ଚାଷ ଆରମ୍ଭ ହୋଇଥିଲା। ଜଗତ୍‌ସିଂହପୁର ଜିଲାର ନୋଳିଆସାହି ପାଖ ଜଟାଧାର ମୁହାଣ ଏବଂ ପାରାଦୀପ ମାଛଧରା ବନ୍ଦର ସଂଲଗ୍ନ ମହାନଦୀ ମୁହାଣ ଅଞ୍ଚଳରେ ପ୍ରୟୋଗାତ୍ମକ ଭାବେ ଏହି ଚାଷ କରାଯାଇଥିଲା। ପାରୀଦୀପରେ କିନ୍ତୁ ଶୈବାଳ ବୃଦ୍ଧି ପାଇ ନ ଥିଲା। ଏସମ୍ପର୍କରେ ନୋଡାଲ ଅଫିସର ରୀତା କୁହନ୍ତି, ପାରାଦୀପରେ ସାମୁଦ୍ରିକ କରେଣ୍ଟ(ଅନ୍ତଃସ୍ରୋତ)ଅଧିକ ରହିଛି । ତା ଛଡା ସେହି ସ୍ଥାନରେ ମାଛଧରା ଟ୍ରଲର ଅଧିକ ଯାତାୟାତ କରୁଛି। ଏଥିଯୋଗୁ ଶୈବାଳ ବୃଦ୍ଧି ପାଇବାରେ ବାଧକ ହୋଇଛି। ନୋଳିଆସାହିରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ବୃଦ୍ଧି ପାଇଛି।
ଟୁଥ୍‌ପେଷ୍ଟଠାରୁ ଆରମ୍ଭ କରି ଆଇସକ୍ରିମ ଓ ପ୍ରସାଧନ ସାମଗ୍ରୀ ଆଦି ଉତ୍ପାଦନରେ ଏହି ଶୈବାଳକୁ ବ୍ୟବହାର କରାଯାଏ। ଏଥିପାଇଁ ଭାରତ ସରକାର ବିଦେଶରୁ ଏହାକୁ ଆମଦାନୀ କରିଥାନ୍ତି। ଏଥିରେ ସଙ୍କରା ଜାତୀୟ ଔଷଧୀୟ ସାମଗ୍ରୀ କାରାଜିନମ ମିଳିଥାଏ। ଶୈବାଳକୁ ୪୫ ଦିନପରେ କଟାଯାଇ ଲୁଣିପାଣିରେ ଧୋଇ ଶୁଖିଯାଏ। ୩୫ପ୍ରତିଶତ ଆର୍ଦ୍ରତାକୁ ଆସିଲେ ତାକୁ ପୁଣି ମଧୁର ପାଣିରେ ଧୋଇ କଟାଯାଇ ପ୍ୟାକିଂ କରାଯାଏ। ଏହାର ବଜାର ମୂଲ୍ୟ କିଲୋ ପିଛା ୫୦ ଟଙ୍କା ରହିଛି। ଏହି ଚାଷକରି ମତ୍ସ୍ୟଜୀବୀମାନେ ରୋଜଗାର କରିବା ପାଇଁ ସୁଯୋଗ ପାଇବେ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri