Posted inଖେଳ

ଏନ୍‌ସିବିର ପ୍ରତ୍ୟେକ୍ଷଦର୍ଶୀଙ୍କ ପାଇଁ ଲୁକଆଉଟ୍‌

ପୁଣେ,୧୪।୧୦: କ୍ରୁଜ ଯାହଜରୁ ଡ୍ରଗ୍ସ ଜବତ ମାମଲାରେ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଅନ୍ୟତମ ସ୍ବାଧୀନ ପ୍ରତ୍ୟେକ୍ଷଦର୍ଶୀ କେ ପି ଗୋସାବିଙ୍କୁ ଖୋଜୁଛି ପୁଣେ ପୋଲିସ। ତାଙ୍କ ପାଇଁ ବୁଧବାର ଲୁକ୍‌ଆଉଟ୍‌ ଜାରି କରାଯାଇଛି। ଏହାର ଅର୍ଥ ସେ ବିମାନ ବନ୍ଦର ଦେଇ ଦେଶ ଛାଡ଼ି ପାରିବେ ନାହିଁ। ୨୦୧୮ଠାରୁ ୩ ଲକ୍ଷ ଟଙ୍କାର ଠକେଇ ମାମଲାରେ ଗୋସାବିଙ୍କୁ ଖୋଜୁଛି ପୁଣେ ପୋଲିସ।

ଉଲ୍ଲେଖଯୋଗ୍ୟ, କ୍ରୁଜ୍‌ ଯାହଜ ଉପରେ ହୋଇଥିବା ଏନ୍‌ସିବି ଚଢ଼ାଉର ୯ ଜଣ ସାକ୍ଷୀଙ୍କ ମଧ୍ୟରୁ ଗୋସାବି ଜଣେ ସ୍ବାଧୀନ ପ୍ରତ୍ୟେକ୍ଷଦର୍ଶୀ। ଏହି ମାମଲାରେ ଗିରଫ ହୋଇଥିଲେ ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ଗୋସାବି ଶାହରୁଖଙ୍କ ପୁଅ ସହ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଆର୍ଯ୍ୟନ ଗିରଫ ହେବା ଖବର ପ୍ରସାରିତ ହେବା ପରେ ଉକ୍ତ ଫଟୋ ଭାଇରାଲ ହୋଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୃଦୟ ଜିତିଲା ଗମ୍ଭୀରଙ୍କ କ୍ୟାପଶନ

ମୁମ୍ବାଇ,୧।୪: ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ଉଇକେଟରେ ପରାସ୍ତ କରି ବିଜୟ ସ୍ବାଦ ଚାଖିଛି ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ। ମ୍ୟାଚ୍‌ ପରେ ଏକତ୍ରିତ...

ସଚିନ୍‌ ନିଜଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ କରିଥିଲେ ବିବାହ: ପ୍ରେମ ମାନି ନ ଥିଲା ବୟସ ତାରତମ୍ୟ…

ନୂଆଦିଲ୍ଲୀ,୨୪।୪: ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ଶନିବାର ୪୮ ବର୍ଷ ପୂରଣ ହୋଇଛି। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ସଚିନ୍‌...

ବିବାହ ପରେ ସ୍କୁଟିରେ ଗଲେ କ୍ରିକେଟର

ବାଙ୍ଗାଲୋର,୯।୧୨- ଚଳିତ ବିବାହ ସିଜନରେ ଗୋଟିଏ ପରେ ଗୋଟିଏ କ୍ରିକେଟର ବିବାହ କରୁଛନ୍ତି। ନିକଟରେ ମନୀଷ ପାଣ୍ଡେ ଟଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଥିଲେ। ଏବେ ବିବାହ...

ଭାରତୀୟ ମହିଳା ଫୁଟବଲ ଦଳରେ ଜବାମଣୀ, ପ୍ୟାରୀ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ଆଗାମୀ ଏଏଫସି ମହିଳା ଏସିଆନ କପ୍‌ ୨୦୨୨ ପାଇଁ ପ୍ରସ୍ତୁତି ସ୍ବରୂପ ଭାରତୀୟ ମହିଳା ଫୁଟବଲ ଦଳ ଉଜବେକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ...

ଭାରତୀୟ ଘରୋଇ କ୍ରିକେଟରେ ଆଫଗାନିସ୍ତାନ ଖେଳାଳିଙ୍କ ଖେଳିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୯ା୭- ଅନ୍ତର୍ଜାତୀୟ କ୍ରିକେଟରେ ଆଫଗାନିସ୍ତାନ ଦଳ ଏବେ ନୂଆ ଶକ୍ତି ଭାବେ ଉଭା ହୋଇଛି। ଆଉ ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବଡ଼...

ହକି ଇଣ୍ଡିଆ ସଭାପତି ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି):ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ ଦିଲୀପ ତିର୍କୀ ନିଜ କ୍ୟାରିୟରରେ ନୂଆ ଫର୍ଦ୍ଦ ଯୋଡ଼ିବା ଦିଗରେ ଏକପାଦ ଅଗ୍ରସର...

ବୁମ୍‌ରା-ଜାଡେଜାଙ୍କ ଅନୁପସ୍ଥିତିରେ ନୂତନ ଚାମ୍ପିୟନ ଖୋଜିବାର ସୁଯୋଗ ମିଳିବ: ଶାସ୍ତ୍ରୀ

ନୂଆଦିଲ୍ଲୀ,୭।୧୦: ଆସନ୍ତା ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ରେ ଜସପ୍ରୀତ ବୁମ୍‌ରା ଏବଂ ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ବାରି ହୋଇ ପଡ଼ିବ। ହେଲେ ଏହାଦ୍ୱାରା ନୂତନ ଚାମ୍ପିୟନ...

ବ୍ରାଥଓ୍ବେଟଙ୍କୁ ଆଇସିସିର ସବୁଜ ସଙ୍କେତ

ଦୁବାଇ, ୧।୧୦ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲ୍‌ରାଉଣ୍ଡର କ୍ରେଗ୍‌ ବ୍ରାଥଓ୍ବେଟ୍‌ଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ କରିବା ପାଇଁ ସବୁଜ ସଙ୍କେତ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)...

Advertisement
Archives

Model This Week