Posted inଖେଳ

ଦ୍ୱିତୀୟ ରାଉଣ୍ଡରେ ଅଲକାରାଜ, ରିବାକିନା

ଓ୍ବିମ୍ବେଲଡନ୍‌, ୫ା୭ (ପି.ଟି.): ସର୍ବପୁରାତନ ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍‌ର ଦ୍ୱିତୀୟ ଦିନରେ ବର୍ଷା କାରଣରୁ ଏକାଧିକ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି। ତେବେ ପୁରୁଷ ଟପ୍‌ ସିଡ୍‌ ଖେଳାଳି କାର୍ଲୋସ୍‌ ଅଲକାରାଜ ଗାର୍ଫିଆ, ଜାନିକ୍‌ ସିନ୍ନର ଓ ମହିଳା ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିୟନ ଏଲିନା ରିବାକିନା ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ବର୍ଗରେ ମାତ୍ର ଦୁଇଟି ମ୍ୟାଚ୍‌ ଖେଳ ହେବା ସମ୍ଭବ ହୋଇଥିବା ବେଳେ ମହିଳା ବର୍ଗରେ ମଧ୍ୟ ମାତ୍ର ଗୋଟିଏ ମ୍ୟାଚ୍‌ ସମ୍ପୂର୍ଣ୍ଣ ହୋଇଥିଲା। ଟପ୍‌ ସିଡ୍‌ ରହିଥିବା ଅଲକାରାଜ ଫ୍ରାନ୍ସର ଜେରେମି ଚାର୍ଡିଙ୍କୁ ୬-୦, ୬-୨ ଓ ୭-୫ରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌କୁ ୬-୦ରେ ଜିତିବା ପରେ ଦ୍ୱିତୀୟ ସେଟ୍‌କୁ ମଧ୍ୟ ଏକପାଖିଆ ଭାବେ ଜିତି ନେଇଥିଲେ ଅଲକାରାଜ। ନିର୍ଣ୍ଣାୟକ ସେଟ୍‌ରେ ଏକଦା ମ୍ୟାଚ୍‌ ୫-୫ ସ୍ଥିତିରେ ରହିଥିଲେ ମଧ୍ୟ ଅଲକାରାଜ ୭-୫ରେ ମ୍ୟାଚ୍‌କୁ ଜିତି ନେଇଥିଲେ। ୧ ଘଣ୍ଟା ୫୩ ମିନିଟ ସମୟ ନେଇ ସେ ଏହି ମ୍ୟାଚକୁ ଜିତି ନେବା ସହିତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ।
ପୁରୁଷ ସିଙ୍ଗଲ୍ସରେ ସମାପ୍ତ ହୋଇଥିବା ଅନ୍ୟ ମ୍ୟାଚ୍‌ଟିରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଅଷ୍ଟମ ସିଡ୍‌ ଜାନିକ୍‌ ସିନ୍ନର। ଆର୍ଜେଣ୍ଟିନାର ଜୁଆନ୍‌ ମାନୁଏଲ ସେରୁଣ୍ଡୋଲୋଙ୍କୁ ସେ .୬-୨, ୬-୨ ଓ ୬-୨ର ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ଅନ୍ୟ ସିଡେଡ ଖେଳାଳିଙ୍କ ମଧ୍ୟରେ ଷ୍ଟିଫାନୋସ୍‌ ସିତ୍‌ସିପାସ ଓ ହୋଲ୍‌ଗର ରୁନଙ୍କ ପରି ସିଡେଡ ଖେଳାଳିଙ୍କ ବର୍ଷା କାରଣରୁ ବନ୍ଦ ରହିଛି।
ମହିଳା ସିଙ୍ଗଲ୍ସରେ ମାତ୍ର ଗୋଟିଏ ମ୍ୟାଚ୍‌ ସମ୍ପୂର୍ଣ୍ଣ ହୋଇଥିଲା। ଡିଫେଣ୍ଡିଂ ଚାମ୍ପିୟନ୍‌ କାଜାଖସ୍ତାନର ଏଲିନା ରିବାକନା ଏହି ମ୍ୟାଚରେ ଆମେରିକାର ସେଲ୍‌ବି ରୋଜର୍ସଙ୍କୁ ୪-୬, ୬-୧ ଓ ୬-୨ ସେଟରେ ପରାସ୍ତ କରିଥିଲେ। ସେଲ୍‌ବି ପ୍ରଥମ ସେଟ୍‌ରେ ବିଶ୍ୱ ମାନ୍ୟତାର ୩ ନମ୍ବର ଖେଳାଳି ରିବାକିନାଙ୍କୁ ପରାସ୍ତ କରିଥିଲେ। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହିତ ରିବାକିନା ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତି ନେଇଥିଲେ। ସେଣ୍ଟର କୋର୍ଟରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ଦେଖିବାକୁ ଟେନିସ୍‌ କିମ୍ବଦନ୍ତୀ ରୋଜର ଫେଡେରର ଓ ଓ୍ବେଲ୍ସ ରାଜକୁମାରୀ ଉପସ୍ଥିତ ରହିଥିଲେ। ଫେଡେରରଙ୍କୁ ନିଜର ଆଦର୍ଶ ମାନୁଥିବା ରିବାକିନା ମ୍ୟାଚ୍‌ ପରେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ମୋର ଆଦର୍ଶ ଦର୍ଶକ ଷ୍ଟାଣ୍ଡରେ ବସି ମୋ ମ୍ୟାଚ ଦେଖିବା ମୋ ପାଇଁ ଗର୍ବର ବିଷୟ ବୋଲି କହିଥିଲେ ରିବାକିନା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ମହାବିଦ୍ୟାଳୟ ୫୮ ତମ ସ୍ବର୍ଣ୍ଣକ୍ଷେତ୍ର ସମାରୋହ: ନୂତନ ସମିଳନୀ କକ୍ଷ ଶୁଭାରମ୍ଭ କଲେ ବିଧାୟକ, ୮ ଛାତ୍ରୀଛାତ୍ରଙ୍କୁ…

ଗଞ୍ଜାମ, ୭।୮(ବିଦ୍ୟାଧର ସାହୁ ): ଗଞ୍ଜାମ କଲେଜକୁ ପୂରିଛି ୫୮ ବର୍ଷ । ଏହି ଅବସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ…

ଛାତ୍ରୀଛାତ୍ରଙ୍କୁ ସଫା କରିବାକୁ ଦିଆଯାଉଛି ଘାସ, ଶୌଚାଳୟ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଅଭିଭାବକ, ବଦଳି ପାଇଁ ଜୋର୍‌ଧରିଲା…

ଛତ୍ରପୁର, ୭।୮(ଦିଲ୍ଲୀପି ସାମଲ /ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌର ପରିଷଦର ଜି. ଏନ. ପାଲମ୍ମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଘେରରେ ଚାଲିଛି ପାଠପଢା…

ମୋହନ ଭାଗବତ Gen Zଙ୍କୁ ନେଇ ଦେଇଥିବା ବୟାନ ପରେ ରାଜନୀତି ହେଲା ସରଗରମ, ଏବେ RSS ମୁଖ୍ୟ କହିଲେ: ‘ଏହା ଉନ୍ନତି ପାଇଁ…’

ନୂଆଦିଲ୍ଲୀ,୭।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସଂରକ୍ଷଣ ସ୍ଥାୟୀ ବ୍ୟବସ୍ଥା…

ମୋ ସମୁଦିଙ୍କୁ ଫାଶୀ ଦେଇଦିଅ…କାନ୍ଦି କାନ୍ଦି ଏମିତି କାହିଁକି କହିଲେ ଭାଜପା ବିଧାୟକ

ଲକ୍ଷ୍ନୌ,୭।୮: ୟୁପିରେ ଜଣେ ଭାଜପା ବିଧାୟକଙ୍କ ସମୁଦି ଅନୁଜ ତ୍ରିବେଦୀ ଏବଂ ଜ୍ୱାଇଁଙ୍କ ନାଁରେ ମିଥ୍ୟା ପ୍ରଲୋଭନରେ ବିବାହ କରି ମହିଳାଙ୍କୁ ଠକିବା ଏବଂ ନଗଦ ଟଙ୍କା…

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଶିକ୍ଷକ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବି ନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ…

ଓଲଟା ସୂର୍ଯ୍ୟପରାଗ… ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ! କହିଲେ ଅଗଷ୍ଟ ୧୨ରେ ଭାରତରେ ଘଟିବ…

ଅଗଷ୍ଟ ୧୨ ରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗୁଛି। କିନ୍ତୁ ଆପଣ ଜାଣନ୍ତି କି ଏହି ସୂର୍ଯ୍ୟପରାଗ ଗୋଟିଏ ବ୍ୟାକୱାର୍ଡ ସୋଲାର ଏକ୍ଲିପ୍ସ (Backward Solar Eclipse) ଅର୍ଥାତ୍…

‘କିସିଂ ସିନକୁ ନେଇ ଉଠିଲା ବିବାଦ’: ପବନ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କାଜଲ ରାଘୱାନୀ

ଚେନ୍ନାଇ,୭।୮: କଲର୍ସ ଟିଭିର ନୂଆ ରିଆଲିଟି ଶୋ’ ‘ଭୋଜପୁରୀ ବାୱଲ’ ନିରନ୍ତର ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ବଡ଼ ତାରକା ଅଛନ୍ତି, ଯେଉଁମାନେ…

୧୨ ଅଗଷ୍ଟରେ ଭୟଙ୍କର ଗ୍ରହଣ ଯୋଗ: ଜ୍ୟୋତିଷଙ୍କ ବଡ଼ ଚେତାବନୀ, ୩ ରାଶି ଭୋଗିବେ କଷ୍ଟ, ପିଛା ଛାଡିବନି…

୧୨ ଅଗଷ୍ଟ ୨୦୨୬ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । ସୂର୍ଯ୍ୟ, ଚନ୍ଦ୍ର, ଏବଂ ରାହୁଙ୍କ ସଂଯୋଗରୁ ସୃଷ୍ଟି ହେବ ପରାଗ। ଏହି ପରାଗ ଭାରତରେ ଦେଖାଦେବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri