Posted inଖେଳ

ଦ୍ୱିତୀୟ ରାଉଣ୍ଡରେ ଅଲକାରାଜ, ରିବାକିନା

ଓ୍ବିମ୍ବେଲଡନ୍‌, ୫ା୭ (ପି.ଟି.): ସର୍ବପୁରାତନ ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍‌ର ଦ୍ୱିତୀୟ ଦିନରେ ବର୍ଷା କାରଣରୁ ଏକାଧିକ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି। ତେବେ ପୁରୁଷ ଟପ୍‌ ସିଡ୍‌ ଖେଳାଳି କାର୍ଲୋସ୍‌ ଅଲକାରାଜ ଗାର୍ଫିଆ, ଜାନିକ୍‌ ସିନ୍ନର ଓ ମହିଳା ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିୟନ ଏଲିନା ରିବାକିନା ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ବର୍ଗରେ ମାତ୍ର ଦୁଇଟି ମ୍ୟାଚ୍‌ ଖେଳ ହେବା ସମ୍ଭବ ହୋଇଥିବା ବେଳେ ମହିଳା ବର୍ଗରେ ମଧ୍ୟ ମାତ୍ର ଗୋଟିଏ ମ୍ୟାଚ୍‌ ସମ୍ପୂର୍ଣ୍ଣ ହୋଇଥିଲା। ଟପ୍‌ ସିଡ୍‌ ରହିଥିବା ଅଲକାରାଜ ଫ୍ରାନ୍ସର ଜେରେମି ଚାର୍ଡିଙ୍କୁ ୬-୦, ୬-୨ ଓ ୭-୫ରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌କୁ ୬-୦ରେ ଜିତିବା ପରେ ଦ୍ୱିତୀୟ ସେଟ୍‌କୁ ମଧ୍ୟ ଏକପାଖିଆ ଭାବେ ଜିତି ନେଇଥିଲେ ଅଲକାରାଜ। ନିର୍ଣ୍ଣାୟକ ସେଟ୍‌ରେ ଏକଦା ମ୍ୟାଚ୍‌ ୫-୫ ସ୍ଥିତିରେ ରହିଥିଲେ ମଧ୍ୟ ଅଲକାରାଜ ୭-୫ରେ ମ୍ୟାଚ୍‌କୁ ଜିତି ନେଇଥିଲେ। ୧ ଘଣ୍ଟା ୫୩ ମିନିଟ ସମୟ ନେଇ ସେ ଏହି ମ୍ୟାଚକୁ ଜିତି ନେବା ସହିତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ।
ପୁରୁଷ ସିଙ୍ଗଲ୍ସରେ ସମାପ୍ତ ହୋଇଥିବା ଅନ୍ୟ ମ୍ୟାଚ୍‌ଟିରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଅଷ୍ଟମ ସିଡ୍‌ ଜାନିକ୍‌ ସିନ୍ନର। ଆର୍ଜେଣ୍ଟିନାର ଜୁଆନ୍‌ ମାନୁଏଲ ସେରୁଣ୍ଡୋଲୋଙ୍କୁ ସେ .୬-୨, ୬-୨ ଓ ୬-୨ର ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ଅନ୍ୟ ସିଡେଡ ଖେଳାଳିଙ୍କ ମଧ୍ୟରେ ଷ୍ଟିଫାନୋସ୍‌ ସିତ୍‌ସିପାସ ଓ ହୋଲ୍‌ଗର ରୁନଙ୍କ ପରି ସିଡେଡ ଖେଳାଳିଙ୍କ ବର୍ଷା କାରଣରୁ ବନ୍ଦ ରହିଛି।
ମହିଳା ସିଙ୍ଗଲ୍ସରେ ମାତ୍ର ଗୋଟିଏ ମ୍ୟାଚ୍‌ ସମ୍ପୂର୍ଣ୍ଣ ହୋଇଥିଲା। ଡିଫେଣ୍ଡିଂ ଚାମ୍ପିୟନ୍‌ କାଜାଖସ୍ତାନର ଏଲିନା ରିବାକନା ଏହି ମ୍ୟାଚରେ ଆମେରିକାର ସେଲ୍‌ବି ରୋଜର୍ସଙ୍କୁ ୪-୬, ୬-୧ ଓ ୬-୨ ସେଟରେ ପରାସ୍ତ କରିଥିଲେ। ସେଲ୍‌ବି ପ୍ରଥମ ସେଟ୍‌ରେ ବିଶ୍ୱ ମାନ୍ୟତାର ୩ ନମ୍ବର ଖେଳାଳି ରିବାକିନାଙ୍କୁ ପରାସ୍ତ କରିଥିଲେ। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହିତ ରିବାକିନା ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତି ନେଇଥିଲେ। ସେଣ୍ଟର କୋର୍ଟରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ଦେଖିବାକୁ ଟେନିସ୍‌ କିମ୍ବଦନ୍ତୀ ରୋଜର ଫେଡେରର ଓ ଓ୍ବେଲ୍ସ ରାଜକୁମାରୀ ଉପସ୍ଥିତ ରହିଥିଲେ। ଫେଡେରରଙ୍କୁ ନିଜର ଆଦର୍ଶ ମାନୁଥିବା ରିବାକିନା ମ୍ୟାଚ୍‌ ପରେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ମୋର ଆଦର୍ଶ ଦର୍ଶକ ଷ୍ଟାଣ୍ଡରେ ବସି ମୋ ମ୍ୟାଚ ଦେଖିବା ମୋ ପାଇଁ ଗର୍ବର ବିଷୟ ବୋଲି କହିଥିଲେ ରିବାକିନା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ

ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ...

ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri