ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପାଇଁ ସତର୍କ ଘଣ୍ଟି

ହରେକୃଷ୍ଣ ପଣ୍ଡା

ଭାରତରେ କରୋନା ସଂକ୍ରମଣ ସ୍ଥିତିର ଭୟାବହତାକୁ ଦେଖି ବିଶ୍ୱ ପାଇଁ ଏହା ସତର୍କ ଘଣ୍ଟି ବୋଲି ୟୁନିସେଫ୍‌ କହିଛି। ଏହା ବ୍ୟତୀତ ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ମେଡିକାଲ ଜର୍ନାଲ ଲାନ୍‌ସେଟର ସମ୍ପାଦକୀୟରେ କରୋନା ପରିଚାଳନାକୁ ନେଇ ଭାରତ ସରକାରଙ୍କ କାର୍ଯ୍ୟକୁ ତୀବ୍ର ସମାଲୋଚନା କରାଯାଇଛି। ପୂର୍ବେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପଦକ୍ଷେପ ଏବଂ ବିଶ୍ୱ ସମୁଦାୟଙ୍କୁ ସହଯୋଗ ନେଇ ପ୍ରଶଂସାମୁଖର ହୋଇପଡ଼ିଥିବା ବେଳେ ୨ୟ ଲହର ସଂକ୍ରମଣ ପାଇଁ ଭାରତ ସମାଲୋଚନାର ଶିକାର ହୋଇ ଚାଲିଛି। କେବଳ ସେତିକି ନୁହେଁ, ଅଗଷ୍ଟ ପହିଲା ସୁଦ୍ଧା ୧୦ ଲକ୍ଷ କରୋନା ମୃତ୍ୟୁ ହେଲେ ମୋଦି ସରକାର ଜାତୀୟ ବିପର୍ଯ୍ୟୟର ସାମ୍ନା କରିବେ ବୋଲି ଲାନ୍‌ସେଟ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଭାରତରେ କରୋନା ସଂକ୍ରମଣକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ହୁ) ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ବିବୃତି ଦେଇ ଚାଲିଛି। ଆଇଭରମେକ୍ଟିନ ବ୍ୟବହାରକୁ ନେଇ ଜାତୀୟ ବିଶେଷଜ୍ଞ ଆଶା ସଞ୍ଚାର କରି ଚାଲିଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ବାରଣ କରି ଆସୁଛି। ବିଶେଷକରି ଗୋଆ ସରକାର ରାଜ୍ୟର ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଆଇଭରମେକ୍ଟିନ ଦେବା ଲାଗି ସୁପାରିସ କରିଛନ୍ତି। କିଛିଦିନ ତଳେ ଏକ ଗବେଷଣାମତ୍କ ତଥ୍ୟରେ କୁହାଯାଇଥିଲା ଯେ, ଶ୍ୱାସକ୍ରିୟା ଜନିତ ରୋଗ ସଂକ୍ରମଣରୁ ଦୂରେଇ ରଖିବାରେ ଆଇଭରମେକ୍ଟିନ ବେଶ୍‌ ଫଳପ୍ରଦ ହେଉଛି। ଆମେରିକା ସରକାରଙ୍କ ୩ ଜଣ ପ୍ରମୁଖ ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ, ଆଣ୍ଟି-ପାରାସିଟିକ୍‌ ଆଇଭରମେକ୍ଟିନ କୋଭିଡ୍‌-୧୯ ସଂକ୍ରମିତଙ୍କୁ ଆରୋଗ୍ୟ କରିବାରେ ଏକ ଅବ୍ୟର୍ଥ ଔଷଧ। କ଼ିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ବାରଣ କରି ଚାଲିଛି। ଏଠାରେ ମନେହୁଏ ଯେ, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ହେଉ କିମ୍ବା ମିଳିତ ଜାତିସଂଘ ହେଉ, କରୋନା ସଂକ୍ରମଣକୁ ନେଇ ଭାରତ ପାଇଁ ଯେପରି ଉଦ୍‌ବିଗ୍ନତା ପ୍ରକାଶ କରି ଚାଲିଛନ୍ତି, ସେହିପରି ଏହି ଭୂତାଣୁ ସୃଷ୍ଟି ହୋଇଥିବା ମୂଳ ସ୍ତରକୁ ଯାଇ ଏହାର ପ୍ରତିକାର କଥା ଚିନ୍ତା କରୁନାହାନ୍ତି କାହିଁକି? ଭାରତକୁ ନେଇ ସମ୍ପ୍ରତି ଯେପରି ଚଳଚଞ୍ଚଳ ହୋଇ ପଡ଼ିଛନ୍ତି, ସେହିପରି ଏହି ଭୂତାଣୁର ଉପତ୍ତ୍ତିକୁ ନେଇ କାହିଁକି ଦୁଇବର୍ଷ ହେଲା ହଲ୍‌ଚଲ ହେଉ ନ ଥିଲେ?
ସାରା ବିଶ୍ୱ ବର୍ତ୍ତମାନ ଜାଣିସାରିଲାଣି ଯେ, କରୋନା ଭୂତାଣୁକୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ୫ ବର୍ଷ ପୂର୍ବରୁ ଚାଇନା ଯେଉଁ ଯୋଜନା ପ୍ରସ୍ତୁତ କରିଥିଲା, ତାହା ୩ୟ ବିଶ୍ୱଯୁଦ୍ଧ ପୂର୍ବରୁ ପଦାକୁ ଚାଲି ଆସିଲା। ବିଶ୍ୱରେ ଆତଙ୍କ ସୃଷ୍ଟି କରିବା ଲକ୍ଷ୍ୟ ନେଇ ୫ ବର୍ଷ ତଳେ ଚାଇନାର ସାମରିକ ବୈଜ୍ଞାନିକମାନେ ଏକ କୃତ୍ରିମ ଭୂତାଣୁକୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯୋଜନା କରିଥିଲେ ବୋଲି ତାଙ୍କର ସାମରିକ ନଥିପତ୍ରରୁ ଜଣାପଡ଼ିଛି। ଏହି ନଥିର ଆଦାନ ପ୍ରଦାନ ସାମରିକ ଓ ଜନସ୍ବାସ୍ଥ୍ୟ ବିଜ୍ଞାନୀଙ୍କ ମଧ୍ୟରେ ହୋଇଥିଲା। ଉକ୍ତ ଗୋପନ ଆଲୋଚନା ସଂକ୍ରାନ୍ତ ଦସ୍ତାବିଜ୍‌ ଏବେ ଆମେରିକା ହାତରେ ପଡ଼ିଛି, ଯେଉଁଥିରେ ଚାଇନା ସାମରିକ ବିଜ୍ଞାନୀମାନେ ୩ୟ ବିଶ୍ୱଯୁଦ୍ଧ ଜୈବିକ ଅସ୍ତ୍ର ମାଧ୍ୟମରେ ଲଢ଼ାଯିବ ବୋଲି ମତ ରଖିଛନ୍ତି। ଏହି ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇଲା ପରେ ଚାଇନା ସମଗ୍ର ବିଶ୍ୱରେ ନିଜର ସାମରିକ ଓ କୂଟନୈତିକ ପ୍ରଭୁତ୍ୱ ଜାହିର କରିପାରିବ। ଚାଇନାର ମସୁଧା, ସେ ଆମେରିକାର ସ୍ଥାନ କିପରି ନେବ। ଏହା ଏକ ବିଶ୍ୱ ମାନବାଧିକାର ଅଭିଯୋଗ। ଚାଇନା ବିଜ୍ଞାନାଗାରରେ କରୋନା ଭୂତାଣୁ ପ୍ରସ୍ତୁତ ବୋଲି ବହୁଦିନ ହେଲା ଦାବି ହୋଇ ଆସୁଥିବା ବେଳେ ଏବେ ପୁଣି ଏହା ଉଜ୍ଜୀବିତ ହୋଇଛି। ଆମେରିକା ସମେତ ବିଶ୍ୱର ଅଧିକାଂଶ ରାଷ୍ଟ୍ର କରୋନା ଭୂତାଣୁ ଲାଗି ଚାଇନାକୁ ଦାୟୀ କରି ଆସୁଛନ୍ତି। ଏହାର ସଠିକ ପ୍ରମାଣ ଆମେରିକା, ଅଷ୍ଟ୍ରେଲିଆ ହାତରେ ଥିବା ବେଳେ ମିଳିତ ଜାତିସଂଘ ବିଶ୍ୱବାସୀଙ୍କୁ ଭୁଆଁ ବୁଲାଉଥିବା ପ୍ରତୀୟମାନ ହେଉଛି। ଗତବର୍ଷରୁ ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇ ଆସୁଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ବୈଜ୍ଞାନିକମାନେ କରୋନା ଭୂତାଣୁ ଉପତ୍ତ୍ତି ସମ୍ପର୍କରେ ଚାଇନାକୁ ସୁହାଇଲା ଭଳି ରିପୋର୍ଟ ଦେଲେ। କିନ୍ତୁ ଅପରପକ୍ଷରେ ତଦନ୍ତକାରୀ କହିଛନ୍ତି ଯେ, ଏହି ଭୂତାଣୁ ପ୍ରକୃତି ଦ୍ୱାରା ସୃଷ୍ଟି ନୁହେଁ, ମଣିଷକୃତ। ଏହି ଭୂତାଣୁ ଏବେ ଭାରତରେ କାୟା ବିସ୍ତାର କରି ଚାଲିଛି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସାରା ବିଶ୍ୱବାସୀଙ୍କୁ ସତ କଥା ନ କହି ବୈଜ୍ଞାନିକ ଚିନ୍ତାଧାରା ନେଇ ଚାଇନାକୁ ଘଣ୍ଟ ଘୋଡ଼ାଉଥିବା ବିଶ୍ୱାସ କରାଯାଉଛି।
ଏବେ ଏହି ଭୂତାଣୁର ଟିକା ଓ ଔଷଧ ବିଭିନ୍ନ ରାଷ୍ଟ୍ର ବାହାର କରି ତା’ର ସୁଫଳ ପାଉଥିବା ବେଳେ ପୁଣି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର କର୍ମକର୍ତ୍ତା ନୂଆ ଚାଲ ଖେଳୁଥିବା ଦେଖାଯାଉଛି। ବିଶ୍ୱ ବଜାରରେ ଚାଇନାର ଟିକା ଓ ଔଷଧକୁ ହୁ ସ୍ବୀକୃତି ଦେଇ ଏହାର ବଜାରୀକରଣ ପାଇଁ ଜୋରସୋର ଉଦ୍ୟମ କରି ଚାଲିଥିବା ସ୍ପଷ୍ଟ ଅନୁଭୂତ ହୁଏ। ଭାରତ ଦ୍ୱାରା ପ୍ରସ୍ତୁତ ଟିକା ଓ ଇଞ୍ଜେକଶନ୍‌ ତଥା ଆଗକୁ ଆସୁଥିବା ନିରାକରଣ ବ୍ୟବସ୍ଥାକୁ ସବୁବେଳେ ହୁ ନାପସନ୍ଦ କରି ଖୁଣ ବାହାର କରୁଥିବା ଅର୍ଥ କ’ଣ ହୋଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭଲଭାବେ ଜାଣିଛି ଯେ, କରୋନା ଭୂତାଣୁ ସାର୍ସ କୋଭ-୨ ଚାଇନା ସରକାରଙ୍କ ଏକ ପରୀକ୍ଷାଗାରରେ ଉପତ୍ନ୍ନ ହୋଇଛି। ଏଥିପାଇଁ ଚାଇନା ମଧ୍ୟ ଟିକା ଓ ଔଷଧ ସମସ୍ତଙ୍କ ଆଗରୁ ବାହାର କରିଛି। କିନ୍ତୁ ସେ ସାରା ବିଶ୍ୱରେ ଏକ ଅବିଶ୍ୱସ୍ତ ରାଷ୍ଟ୍ର ଭାବେ ପ୍ରମାଣିତ ହେଲା ପରେ ଚାଇନା ଔଷଧ କେହି ନେବା ପାଇଁ ରାଜି ନୁହନ୍ତି। ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟ ଚାଇନାର ଔଷଧ ନେବାକୁ ରାଜି ନ ହେବାରୁ ତାଙ୍କୁ ଚାଇନା ପକ୍ଷରୁ ଧମକ ଦିଆଯାଇଛି। ଏବେ ଚାଇନା କହୁଛି, ଭାରତରେ ଦେଖାଦେଇଥିବା ନୂଆ ପ୍ରକାର କରୋନା ଭୂତାଣୁ ବି1.617କୁ ନୂତନ ଭୂତାଣୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏହା ନୂଆ ରୂପ ହୋଇପାରେ। ବିଶ୍ୱ ରାଷ୍ଟ୍ରୀୟ ସଙ୍ଗଠନଗୁଡ଼ିକ ଚାଇନାର ଯୁକ୍ତିକୁ ଖଣ୍ଡନ କରିବାକୁ ଆଗେଇ ଆସି ନ ଥିବା ବେଳେ ଭାରତ ତା’ର ବିରୋଧ ଜାରି ରଖିଛି।
ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ମିଶି କ୍ୱାଦ ନାମକ ଏକ ସଙ୍ଗଠନ ଗଠନ କରି ଚାଇନାକୁ କାବୁ କରିବାକୁ ଲାଗି ପଡ଼ିଛନ୍ତି। ଏହା ହେଉଛି ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଚତୁର୍ଦ୍ଦେଶୀୟ ସୁରକ୍ଷା ସହଯୋଗ ସଙ୍ଗଠନ। ଏହା ବିରୋଧରେ ଚାଇନା ଖୁବ୍‌ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ବାଂଲାଦେଶକୁ ଏଥିରେ ସାମିଲ ନ ହେବା ପାଇଁ ଚେତାବନୀ ଦେଇଛି। ଅପରପକ୍ଷରେ ଚାଇନା କ୍ୱାଦ ବିରୋଧରେ ଏକ ଗୋଷ୍ଠୀ ଗଠନ କରିବାକୁ ବସିଛି। ଭାରତ-ପ୍ରଶାନ୍ତ ମହାସାଗୀୟ ଅଞ୍ଚଳରେ ଚାଇନାର ଦାଦାଗିରିକୁ ପ୍ରତିରୋଧ କରିବା ପାଇଁ ଭାରତର ଏହି ପ୍ରୟାସ ଚାଇନାର ମୁଣ୍ଡବ୍ୟଥାର କାରଣ ହୋଇଛି। ସେଥିପାଇଁ ଭାରତର ଉତ୍ଥାନରେ ଚାଇନା ଏବେ ପ୍ରତିବନ୍ଧକ ହେବାକୁ ଯାଉଛି। ସେ ବାଂଲାଦେଶ, ମ୍ୟାନ୍‌ମାର, ତିବ୍ବତ, ନେପାଳକୁ ନେଇ ହିମାଳୟର ଏଭେରେଷ୍ଟକୁ ବିଭାଜନ ପ୍ରକ୍ରିୟା ଆରମ୍ଭ କରିଛି। ତେଣୁ କୂଟନୀତିଜ୍ଞମାନେ ଆକଳନ କରୁଛନ୍ତି ଯେ, ଭାରତରେ କରୋନା ସଂକ୍ରମଣ ଆଳରେ ଚାଇନା ତା’ର ପୂର୍ବ କଳ୍ପିତ ବିଭାଜନ କାର୍ଯ୍ୟ କରିବାକୁ ବସିଛି। ଗତବର୍ଷ କରୋନା ସଂକ୍ରମଣ ରୋକିବାରେ ଭାରତ ବ୍ୟସ୍ତ ଥିବା ବେଳେ ଚାଇନା ତିବ୍ବତ ପଟୁ ଅନୁପ୍ରବେଶ କରି ଭାରତୀୟ ସୈନ୍ୟଙ୍କ ସହ ହିଂସା ଆଚରଣ କରିଥିଲା। ଏ ବର୍ଷ ମଧ୍ୟ ସେହିଭଳି ଉଦ୍ୟମ ଜାରି ରଖିଛି। ଅପରପଟରେ ପାକିସ୍ତାନ ଦ୍ୱାରା ଭାରତକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶର ବାଟ ଖୋଲିଦେଇଛି ପାକ୍‌ ସରକାର। ଏହିଭଳି ସଙ୍କଟ ସମୟରେ ମିଳିତ ଜାତିସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭାରତକୁ ଗୋଟିଏ ପରେ ଗୋଟିଏ ଦୋଷ ଲଦିବାକୁ ଉଦ୍ୟମ କରି ଚାଲିଛନ୍ତି। ଚାଇନାର ଏଭଳି ଆଭିମୁଖ୍ୟ ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଥିବା ବେଳେ କରୋନା ଭଳି ମହାମାରୀକୁ ନିୟନ୍ତ୍ରଣ କରିବାକୁ ନ ଯାଇ ହୁ ତା’ର ରାଜନୈତିକ ପଶାପାଲିରେ ଭାରତକୁ ତଉଲୁଥିବା ମନେହୁଏ। କିନ୍ତୁ ହୁ ଓ ଜାତିସଂଘ ପ୍ରତି ସାରା ବିଶ୍ୱ ଅବିଶ୍ୱାସ କରିବା ଆରମ୍ଭ କରିଦେଲେଣି, ଯାହା ତାହା ପାଇଁ ସତର୍କର ଘଣ୍ଟି ବୋଲି ବୁଝିବାକୁ ହେବ।
ସମ୍ପାଦକ, ଓଡ଼ିଶା ଲେଖକ ବୁଦ୍ଧିଜୀବୀ ପରିଷଦ, ଯାଜପୁର
ମୋ:୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri