ଭୁବନେଶ୍ୱର,୧୬।୧୧: ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ। ଘଣ୍ଟା ପ୍ରତି ୧୦କିମି ବେଗରେ ଆଗକୁ ବଢୁଛି। ବିଶାଖାପାଟଣା ଠାରୁ ୬୭୦ କିମି ଏବଂ ଗୋପାଳପୁରଠାରୁ ଦକ୍ଷିଣରେ ୭୯୦ କିମି ଦୂରରେ ରହିଛି ବାତ୍ୟା। ଆସନ୍ତାକାଲି ସନ୍ଧ୍ୟାରେ ଭୀଷଣ ବାତ୍ୟାର ରୂପ ନେବ। ୧୯ ତାରିଖ ସକାଳ ବେଳକୁ ଅତି ଭୀଷଣ ବାତ୍ୟା ରୂପ ନେବ। ୨୦ ମଧ୍ୟାହ୍ନ ସୁଦ୍ଧା ନେଲୋର-ଟୁନି ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ଆଇଏମ୍ଡିର ପୂର୍ବାନୁମାନ ଅନୁଯାୟୀ, ୧୯ ତାରିଖ ରାତିରେ ଏହା ଏକ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମ ବା ଅତି ଭୀଷଣ ଘୂର୍ଣ୍ଣିବାତ୍ୟା ଭାବେ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟ ସମୁଦ୍ରରେ ପହଞ୍ଚିବ। ତା’ ପରଦିନ ଅର୍ଥାତ ୨୦ ତାରିଖ ମଧ୍ୟାହ୍ନ ପାଖାପାଖି ଏହା ନେଲୋର୍ ଓ ଟୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି, ଝଟକା ପବନ ୧୪୫ କିଲୋମିଟର ରହିପାରେ।