ସ୍ତ୍ରୀଙ୍କୁ ପ୍ରଭାବିତ କରିବାକୁ ଯାଇ ଏମିତି କାମ କଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ ଖାନ୍ନା ଇଣ୍ଡଷ୍ଟ୍ରିର ସବୁଠୁ ସୁପରହିଟ୍‌ ଯୋଡି ମଧ୍ୟରୁ ଅନ୍ୟତମ। ଦୁହେଁ ଦୁଇ ଦଶନ୍ଧି ଧରି ଏକାଠି ଅଛନ୍ତି। ତଥାପି ସେମାନେ ପରସ୍ପରକୁ ପ୍ରଭାବିତ କରିବାକୁ କୌଣସି ସୁଯୋଗ ଛାଡନ୍ତି ନାହିଁ। ଅକ୍ଷୟ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ବେଲ ବଟମ’ର ସେଟରୁ ଏକ ଭିଡିଓରେ ଏହା ସ୍ବୀକାର କରିଛନ୍ତି। ଭିଡିଓରେ ଅକ୍ଷୟ ଏବଂ ଅନ୍ୟ କଳାକାରମାନେ ଜଙ୍ଗଲରେ ଜବରଦସ୍ତ ତାଲିମ ନେଉଥିବାର ନଜର ଆସିଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇ ଖିଲାଡି ବଏ ଅକ୍ଷୟ କୁମାର ଭିଡିଓରେ କହିଛନ୍ତି, ଯେତେବେଳେ ଆମେ ଜଙ୍ଗଲରେ ଶୁଟିଂ କରୁଥିଲୁ, ମୋ ସ୍ତ୍ରୀ ଟ୍ବିଙ୍କଲ ସେଟକୁ ଆସିଥିଲେ। ତେଣୁ, ମୋର ସମସ୍ତ କୌଶଳ ବ୍ୟାଗରୁ ବାହାର କରିବାକୁ ପଡିଲା, କାରଣ ୨୦ ବର୍ଷ ପରେ ମଧ୍ୟ ମୁଁ ତାଙ୍କୁ ପ୍ରଭାବିତ କରିବାକୁ ଚାହେଁ। ଯେହେତୁ ସେଟରେ ଅନ୍ୟ ପୁଅମାନେ ଥିଲେ, ମୋତେ ସେମାନଙ୍କ ଅପେକ୍ଷା ଅଧିକ ଷ୍ଟଣ୍ଟ କରିବାକୁ ପଡ଼ିଲା, ଯାହାଦ୍ୱାରା ଟ୍ବିଙ୍କ୍‌ଲ ପ୍ରଭାବିତ ହେବେ। ସୌଭାଗ୍ୟବଶତଃ ଟ୍ବିଙ୍କଲ ସବୁକିଛି ଲକ୍ଷ୍ୟ କଲେ, ତେଣୁ ମୋ ପରିଶ୍ରମ ସାର୍ଥକ ହେବାକୁ ଲାଗିଲା। ପରେ ଟ୍ବାଙ୍କଲ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ମୁଁ ତୁମ ଉପରେ ପ୍ରଭାବିତ। ତୁମେ ଏବେ ଏହି ଷ୍ଟଣ୍ଟ କରିବା ବନ୍ଦ କରିବ କି? ସେ ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ଯେତେବେଳେ ସେ(ଅକ୍ଷୟ) କୋଠା ଏବଂ ବିମାନରୁ ଡେଇଁପଡ଼ନ୍ତି ମୁଁ ଭୟଭୀତ ହୁଏ। କଥାଟି ହେଉଛି, ସେ ତଥାପି ତାଙ୍କର ସମସ୍ତ ଷ୍ଟଣ୍ଟ ଅପେକ୍ଷା ମୋତେ ଅଧିକ ପ୍ରଭାବିତ କରନ୍ତି। ସୁରକ୍ଷିତ ରୁହନ୍ତୁ। ଏହି ଫିଲ୍ମ ଅଗଷ୍ଟ ୧୯ ରେ ବଡ ପରଦାରେ ୩ଡିରେ ମୁକ୍ତିଲାଭ କରୁଛି।
ରଣଜୀତ୍‌ ଏମ ତିୱାରୀଙ୍କ ନିର୍ଦ୍ଦେଶିତ ‘ବେଲବଟମ’ରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଲାରା ଦତ୍ତ, ବାଣୀ କପୁର, ଆଦିଲ ହୁସେନ ଏବଂ ହୁମା କ୍ୟୁରେଶି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁ ଜଗନ୍ନାଥ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ.

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri