ସ୍ତ୍ରୀଙ୍କୁ ପ୍ରଭାବିତ କରିବାକୁ ଯାଇ ଏମିତି କାମ କଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ ଖାନ୍ନା ଇଣ୍ଡଷ୍ଟ୍ରିର ସବୁଠୁ ସୁପରହିଟ୍‌ ଯୋଡି ମଧ୍ୟରୁ ଅନ୍ୟତମ। ଦୁହେଁ ଦୁଇ ଦଶନ୍ଧି ଧରି ଏକାଠି ଅଛନ୍ତି। ତଥାପି ସେମାନେ ପରସ୍ପରକୁ ପ୍ରଭାବିତ କରିବାକୁ କୌଣସି ସୁଯୋଗ ଛାଡନ୍ତି ନାହିଁ। ଅକ୍ଷୟ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ବେଲ ବଟମ’ର ସେଟରୁ ଏକ ଭିଡିଓରେ ଏହା ସ୍ବୀକାର କରିଛନ୍ତି। ଭିଡିଓରେ ଅକ୍ଷୟ ଏବଂ ଅନ୍ୟ କଳାକାରମାନେ ଜଙ୍ଗଲରେ ଜବରଦସ୍ତ ତାଲିମ ନେଉଥିବାର ନଜର ଆସିଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇ ଖିଲାଡି ବଏ ଅକ୍ଷୟ କୁମାର ଭିଡିଓରେ କହିଛନ୍ତି, ଯେତେବେଳେ ଆମେ ଜଙ୍ଗଲରେ ଶୁଟିଂ କରୁଥିଲୁ, ମୋ ସ୍ତ୍ରୀ ଟ୍ବିଙ୍କଲ ସେଟକୁ ଆସିଥିଲେ। ତେଣୁ, ମୋର ସମସ୍ତ କୌଶଳ ବ୍ୟାଗରୁ ବାହାର କରିବାକୁ ପଡିଲା, କାରଣ ୨୦ ବର୍ଷ ପରେ ମଧ୍ୟ ମୁଁ ତାଙ୍କୁ ପ୍ରଭାବିତ କରିବାକୁ ଚାହେଁ। ଯେହେତୁ ସେଟରେ ଅନ୍ୟ ପୁଅମାନେ ଥିଲେ, ମୋତେ ସେମାନଙ୍କ ଅପେକ୍ଷା ଅଧିକ ଷ୍ଟଣ୍ଟ କରିବାକୁ ପଡ଼ିଲା, ଯାହାଦ୍ୱାରା ଟ୍ବିଙ୍କ୍‌ଲ ପ୍ରଭାବିତ ହେବେ। ସୌଭାଗ୍ୟବଶତଃ ଟ୍ବିଙ୍କଲ ସବୁକିଛି ଲକ୍ଷ୍ୟ କଲେ, ତେଣୁ ମୋ ପରିଶ୍ରମ ସାର୍ଥକ ହେବାକୁ ଲାଗିଲା। ପରେ ଟ୍ବାଙ୍କଲ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ମୁଁ ତୁମ ଉପରେ ପ୍ରଭାବିତ। ତୁମେ ଏବେ ଏହି ଷ୍ଟଣ୍ଟ କରିବା ବନ୍ଦ କରିବ କି? ସେ ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ଯେତେବେଳେ ସେ(ଅକ୍ଷୟ) କୋଠା ଏବଂ ବିମାନରୁ ଡେଇଁପଡ଼ନ୍ତି ମୁଁ ଭୟଭୀତ ହୁଏ। କଥାଟି ହେଉଛି, ସେ ତଥାପି ତାଙ୍କର ସମସ୍ତ ଷ୍ଟଣ୍ଟ ଅପେକ୍ଷା ମୋତେ ଅଧିକ ପ୍ରଭାବିତ କରନ୍ତି। ସୁରକ୍ଷିତ ରୁହନ୍ତୁ। ଏହି ଫିଲ୍ମ ଅଗଷ୍ଟ ୧୯ ରେ ବଡ ପରଦାରେ ୩ଡିରେ ମୁକ୍ତିଲାଭ କରୁଛି।
ରଣଜୀତ୍‌ ଏମ ତିୱାରୀଙ୍କ ନିର୍ଦ୍ଦେଶିତ ‘ବେଲବଟମ’ରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଲାରା ଦତ୍ତ, ବାଣୀ କପୁର, ଆଦିଲ ହୁସେନ ଏବଂ ହୁମା କ୍ୟୁରେଶି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri