Advertisement
Posted inଜାତୀୟ

ବୋହୂ ଡିମ୍ପଲଙ୍କୁ ସମର୍ଥନ ଦେବାକୁ ଘୋଷଣା କଲେ ଶିବପାଲ

ଲକ୍ଷ୍ନୌ,୧୭।୧୧: ପ୍ରଗତିଶୀଳ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ଶିବପାଲ ସିଂ ଯାଦବ ତାଙ୍କ ସମର୍ଥକମାନଙ୍କୁ ମୈନପୁରୀ ଲୋକ ସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ବୋହୂ ଡିମ୍ପଲ ଯାଦବଙ୍କୁ ସମର୍ଥନ କରିବାକୁ କହିଛନ୍ତି। ଏହା ପରେ ସମାଜବାଦୀ ପାର୍ଟି ସଭାପତି ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଇଟାୱା ଠାରେ ଦାଦା ଶିବପାଲ ଯାଦବଙ୍କୁ ଭେଟିଥିଲେ। ଏହି ସମୟରେ ଡିମ୍ପଲ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ଆଲୋଚନା ହେଉ ଯେ ଅଖିଳେଶ ଯାଦବ ଏବଂ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ସବୁ ତିକ୍ତତା ଦୂର ହୋଇଯାଇଛି।

ଶିବପାଲ ଯାଦବଙ୍କୁ ଭେଟିବା ପରେ ଅଖିଳେଶ ଯାଦବ ଫଟୋ ଶେୟାର କରି ଟୁଇଟରରେ ଲେଖିଛନ୍ତି, ନେତାଜୀ ଓ ଘରର ବଡ଼ମାନଙ୍କ ସହିତ ମୈନପୁରୀର ଜନତାଙ୍କ ଆଶୀର୍ବାଦ ମଧ୍ୟ ଆମ ସହିତ ଅଛି।
ସୂଚନାଯୋଗ୍ୟ, ଗତ ମାସରେ ସମାଜବାଦୀ ପାର୍ଟି (ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ମୈନପୁରୀ ଲୋକ ସଭା ଆସନ ଖାଲି ପଡିଥିଲା। ଡିସେମ୍ବର ୫ରେ ମୈନପୁରୀ ଉପନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣନା ଡିସେମ୍ବର ୮ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଥମୁନି କରୋନା, ଫିଲ୍ମ ରିଲିଜ୍‌ କରିବାକୁ ଅଡ଼ି ବସିଛନ୍ତି ସାଉଥ୍‌ ଷ୍ଟାର ବିଜୟ

ଚେନ୍ନାଇ,୨୮ା୧୨- ତାମିଲନାଡୁରେ ଏବେ ଦିନକୁ ହଜାରେରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ରାଜ୍ୟରେ ଏପର୍ଯ୍ୟନ୍ତ ୧୨,୦୬୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି,...

ରାଗିଲେ ନୀତୀଶ!

ପାଟନା,୮ ।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାଧାରଣତଃ କମ୍ ରାଗିବାର ଦେଖାଯାଇଥାଏ । ହେଲେ ଗତ କିଛି ମାସ ହେବ ମଞ୍ଚ ଉପରେ ନୀତୀଶଙ୍କ...

ପଶ୍ଚିମବଙ୍ଗରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଆତ୍ମହତ୍ୟା

କୋଲକତା,୧।୪: ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଥିବାବେଳେ ଏକ ଦୁଃଖଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଭାଜପା କାର୍ଯ୍ୟକର୍ତ୍ତା ଆତ୍ମହତ୍ୟା କରିଛନ୍ତି।...

ମାଗଣା ଚାଉଳ-ଗହମ ରାଜନୀତି: ବିହାରରେ ୫ ମାସରେ ସାଢ଼େ ୮କୋଟି ଗରିବ ହେବେ ଉପକୃତ

ପାଟନା, ୨।୭: ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏବେ ରାଜ୍ୟରେ ଏନଡିଏ ମେଣ୍ଟ କ୍ଷମତାରରେ ରହିଛି। କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ...

କିଛିଦିନ ପାଇଁ ବନ୍ଦ ହେଲା ଆଇଆଇଟି ମାଡ୍ରାସ

ଚେନ୍ନାଇ,୧୫ ।୧୨: ଭାରତୀୟ ପ୍ରାଦ୍ୟୋଗିକି ସଂସ୍ଥାନ(ଆଇଆଇଟି) ମାଡ୍ରାସକୁ କିଛିଦିନ ପାଇଁ ବନ୍ଦ କରି ଦିଆଯାଇଛି । ଏଠାରେ ୧୦୦ରୁ ଅଧିକ ବିଦ୍ୟାର୍ଥୀ କରୋନାରେ ପୀଡ଼ିତ ହେବା...

‘ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନ ଅସ୍ତ୍ର ନୁହେଁ’

ନୂଆଦିଲ୍ଲୀ, ୨୮।୧୧: ରଚନାତ୍ମକ ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନକୁ ଯେପରି ଅସ୍ତ୍ର ଭାବେ ବ୍ୟବହାର କରା ନ ଯାଏ ତାହା ଦେଖିବା ନ୍ୟାୟପାଳିକାର କାର୍ଯ୍ୟ। ରିପବ୍ଲିକ୍‌...

ଗୋଟିଏ ଦିନ ପରେ ପୂରଣ ହୋଇପାରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ,୧୦।୧୦: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ବର୍ଷ ଫେବୃୟାରୀରେ ଏହି ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ଦିଲ୍ଲୀର କଂଗ୍ରେସ...

ଯାତ୍ରୀଙ୍କ ମୃତ୍ୟୁ ପରେ ଫେରିଲା ବିମାନ

ନୂଆଦିଲ୍ଲୀ,୪।୧୨: ଏଆଇ-୧୦୫ ନମ୍ବର ବିମାନଟି ଶନିବାର ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଯାତ୍ରାର ୩ ଘଣ୍ଟା...

Advertisement
Archives

Model This Week