ଆକବରଙ୍କ ଘଣ୍ଟା

ଶାସନର ସଂଜ୍ଞା ଏବେ ବଦଳିଗଲାଣି। ଆଗେ ବ୍ରିଟିଶ୍‌ ଶାସନ ସମୟରେ କିମ୍ବା ଭାରତ ସ୍ବାଧୀନତା ପାଇଲା ପରେ ପରେ ସଂଜ୍ଞା ମୁଖ୍ୟତଃ ରାଜସ୍ବ ଆଦାୟ, ଆଇନଶୃଙ୍ଖଳା ରକ୍ଷାରେ ସୀମିତ ଥିଲା। ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ ହେବା ପରେ ଉନ୍ନୟନ ଓ କଲ୍ୟାଣକର ଯୋଜନାର ଭାର ପ୍ରଶାସନ ମୁଣ୍ଡକୁ ଗଲା। ସୀମିତ ଦାୟିତ୍ୱରୁ ଅସୀମିତ ଦାୟିତ୍ୱର କାର୍ଯ୍ୟଭାର ପଡ଼ିଲା ପ୍ରଶାସନ ଉପରେ। ଗ୍ରାମ୍ୟ ଉନ୍ନୟନଠାରୁ ଆରମ୍ଭ କରି ଜଳସେଚନ, ପାନୀୟଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ମତ୍ସ୍ୟ, ପଶୁପାଳନ, ବିଜ୍ଞାନ ଓ କାରିଗରି, ଦକ୍ଷତା ବିକାଶ,କୃଷି, ଉଦ୍ୟୋଗ ବିକାଶ, କ୍ରୀଡ଼ା ଓ ସଂସ୍କୃତିର ବିକାଶ, ସ୍ବାସ୍ଥ୍ୟ,ଶିକ୍ଷା, ଶ୍ରମିକ କଲ୍ୟାଣ, ଅବକାରୀ, ଆଇନଶୃଙ୍ଖଳା, ସାମାଜିକ କଲ୍ୟାଣ ଏବଂ ଏସବୁ ବାଦ୍‌ ସମୟକୁ ସମୟ ଯେତେବେଳେ ଯାହା ନୂଆ ଦାୟିତ୍ୱ ଆସିବ, ସବୁ ପ୍ରଶାସନ ଉପରେ ଲଦି ଦିଆଗଲା। ଆଜିକାଲି ଛୋଟଛୋଟ କାମ ପାଇଁ ମଧ୍ୟ ଲୋକେ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି, ଯାହା ସେମାନେ ନିଜେ ଚାହିଁଲେ ମଧ୍ୟ କରିପାରନ୍ତେ। କହିବାବାହୁଲ୍ୟ, ପ୍ରଶାସନର ଦାୟିତ୍ୱ ଆଜିକାଲି ବହୁଗୁଣିତ ହେଇଚି।
ପ୍ରଶାସନ ଦାୟିତ୍ୱରେ ଥିଲାବେଳେ ମୁଁ ଦେଖିଚି ଏମିତି ସମୟ ଆସେ ଅଫିସରମାନଙ୍କୁ ଗାଧୋଇବା , ଖାଇବା ବା ଶୋଇବା ପାଇଁ ମଧ୍ୟ ସମୟ ନିଅଣ୍ଟ ହୁଏ। ବେଳେବେଳେ ଗାଡ଼ିରେ ଗଲାବେଳେ ରାତିର ନିଦ ଭରଣା କରିବାକୁ ହୁଏ। ଟିଫିନ୍‌ କ୍ୟାରିୟରରେ ବୁହାହେଇ ଆସିଥିବା ଖାଦ୍ୟ ଗାଡ଼ିରେ ହିଁ ଖିଆହୁଏ। ଦିନ କିମ୍ବା ରାତି ହଉ ମୋବାଇଲ ଫୋନ ବନ୍ଦ କରିହୁଏନି। ସବୁବେଳେ ଲୋକଙ୍କ ଗହଳି ଲାଗିଥାଏ। ଲୋକଙ୍କ ସମସ୍ୟା ଆଜିକାଲି ନ ଶୁଣିଲେ ନହୁଏ! ଆଗେ ଲୋକଙ୍କ ପାଖରେ ପ୍ରତିବାଦ କରିବାକୁ ଏତେ ବେଶି ସୁଯୋଗ ନଥିଲା। ପ୍ରଶାସନ ତାଙ୍କ କଥା ନ ଶୁଣିଲେ ସେମାନେ ଭାଗ୍ୟକୁ ଦୋଷ ଦେଇ ମନମାରି ରହୁଥିଲେ! ଆଜିକାଲି ତ ଗଣମାଧ୍ୟମ ଏତେ ବଢ଼ିଗଲେଣି ଯେ କୋଉ କଥାଟା ଟିକିଏ ଅଣଦେଖା ହୋଇ ରହିଗଲେ ତା’ ପରଦିନ ବଡ଼ ଅକ୍ଷରରେ ଖବରକାଗଜର ଶିର ମଣ୍ଡନ କରୁଛି ବା ଟିଭି ନ୍ୟୁଜ୍‌ରେ ଗ୍ରାଉଣ୍ଡ ଜିରୋ ରିପୋର୍ଟ ହୋଇ ବାହାରୁଚି। ଏତଦ୍‌ବ୍ୟତୀତ ସୂଚନା ଅଧିକାର ଆଇନ ଓ ମାନବାଧିକାର କର୍ମୀମାନଙ୍କ ହସ୍ତକ୍ଷେପ ଯୋଗୁ ମଧ୍ୟ ପ୍ରଶାସନକୁ ତତ୍ପର ହେବାକୁ ପଡ଼ୁଛି। ଲୋକେ ନିଜେ ବି ଉଚ୍ଚରୁ ଉଚ୍ଚତର ସୋପାନକୁ ପେଟିଶନ ମାରି ଦଉଛନ୍ତି। ପ୍ରଯୁକ୍ତିବିଦ୍ୟା ଏ ଦିଗରେ ତାଙ୍କୁ ସହାୟକ ହଉଚି। ତେଣୁ ଜଣେ ପ୍ରଶାସକ ଆଜିକାଲି ନିଜ ମର୍ଜିରେ କାମକରି, ମଉଜ ମଜଲିସ୍‌ରେ ସମୟ ବିତେଇବାର ଅବସର ଆଉ ନାହିଁ। ତାକୁ ଚିରତତ୍ପର ଓ କ୍ରିୟାଶୀଳ ହେବାକୁ ପଡିବ ହିଁ ପଡ଼ିବ।
ମୋର ମନେଅଛି, ପ୍ରଶାସନରେ ଥିଲାବେଳେ ଆମେ ଏ ଦିଗ ପ୍ରତି ସଚେତନ ରହିବାକୁ ପଡ଼ୁଥିଲା। ଯେତେବେଳେ ଯୋଉ ଲୋକ ଆମ ଦ୍ୱାରସ୍ଥ ହୁଏ, ତା’ କଥା ଶୁଣିଦେଲେ ଗଲା। ଥରେ ତା’ କଥା ଶୁଣିଦେଲେ ତା’ର ଅଭିଯୋଗ ଅଧା କମିଯାଏ! ତା’ର କ୍ରୋଧ ଓ ବିଦ୍ୱେଷ ମଧ୍ୟ କମିଯାଏ। ତେଣୁ ମୁଁ ନିୟମିତ ସକାଳୁ ସା ଭିତରେ ଯିଏ ଯେତେବେଳେ ଆସେ, ଅନ୍ୟ କାମ ପଛକୁ ରଖି ତା’ କଥା ଆଗେ ଶୁଣେ। ଲୋକଙ୍କର ଥରେ ଆସ୍ଥା ଆସିଲେ, ସେମାନେ ଅନ୍ୟ କାହା ପାଖକୁ ନ ଯାଇ ସଂପୃକ୍ତ ଅଧିକାରୀଙ୍କ ପାଖକୁ ହିଁ ଆସନ୍ତି। ଆମ ସମୟର ପ୍ରଶାସନିକ ଅଧିକାରୀମାନେ ବେଳେବେଳେ କୁହନ୍ତି, ରାଜନୈତିକ ଲୋକମାନେ ସମସ୍ୟାକୁ ନେଇ ଅଯଥା ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ଆମକୁ ମନେରଖିବାକୁ ହେବ ଯେ, ଲୋକଟି ପ୍ରଶାସନଠାରୁ ଭରସା ନ ପାଇବାରୁ ରାଜନୈତିକ ଲୋକଙ୍କ ପାଖକୁ ବା ମିଡିଆ ପାଖକୁ ଗଲା! ଆମେ ଯଦି ତା’ କଥା ଶୁଣି ତା’ର ସମାଧାନ ବାଟ ବାହାର କରିଥା’ନ୍ତେ, ତାହାଲେ ହୁଏତ ଲୋକଟି ଏପଟସେପଟ ହୋଇନଥାନ୍ତା। କାହାକୁ ବା ଭଲ ଲାଗେ ବାରଦୁଆର ଶୁଣ୍ଢୀପିଣ୍ଡା ହବାକୁ? ଗୋଟିଏ ନିର୍ଦ୍ଧାରିତ ଜାଗାରେ ଯଦି ନିଶ୍ଚିତ ସେବା ମିଳିବ, ସେ କାହିଁକି ଅନ୍ୟ କୁଆଡ଼େ ଯିବ? ମାତ୍ର ଆମ ପ୍ରଶାସକମାନେ ନିଜ ଅବହେଳାଟିକୁ ଅଣଦେଖା କରନ୍ତି। ମନେଥିବ ମୋଗଲ ସମ୍ରାଟ୍‌ ଆକବର ତାଙ୍କ ପ୍ରାସାଦର ବାହାରେ ଏକ ବଡ଼ ଘଣ୍ଟିର ବ୍ୟବସ୍ଥା କରିଥିଲେ, ଯାହାର ନାମ ଥିଲା ନଗରଖାନା ଘଣ୍ଟା। ଅସୁବିଧାରେ ପଡ଼ିଥିବା ଲୋକେ ସେଇ ଘଣ୍ଟି ବଜେଇ ସମ୍ରାଟ୍‌ଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ଓ ତାଙ୍କ ସମସ୍ୟା ଜଣେଇ ତା’ର ନିରାକରଣ କରୁଥିଲେ। ସେଇଥିପାଇଁ ଆକବରଙ୍କ ଶାସନ ବ୍ୟବସ୍ଥା ଭାରତ ଇତିହାସରେ ଏକ ସୁବର୍ଣ୍ଣ ଯୁଗ ହେଇ ରହିଛି। ତା’ର ଅନୁସରଣ କରି ବ୍ରିଟିଶ୍‌ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନଙ୍କର ଆବାସିକ କାର୍ଯ୍ୟାଳୟର ବ୍ୟବସ୍ଥା ଥିଲା। ଏବେ ମଧ୍ୟ ଉପଜିଲାପାଳ ବା ଜିଲାପାଳମାନଙ୍କ ବାସଭବନରେ ଆବାସିକ କାର୍ଯ୍ୟାଳୟର ବ୍ୟବସ୍ଥା ଅଛି। ଉଦ୍ଦେଶ୍ୟ ହେଲା ଲୋକେ ଅଫିସ ସମୟ ବାଦ୍‌ ମଧ୍ୟ ଅନ୍ୟ ସମୟରେ ଜରୁରିକାଳୀନ ସେବା ପାଇଁ ତାଙ୍କୁ ଭେଟିପାରିବେ। ମାତ୍ର ଏବେ ଦେଖାଯାଉଛି, ଅନେକ ଜିଲାପାଳ ତାଙ୍କ ଆବାସିକ କାର୍ଯ୍ୟାଳୟକୁ ବନ୍ଦ କରିଦେଲେଣି। ସତେ ଯେମିତି ଏହା ଏକ ଇଚ୍ଛାଧୀନ ବିଷୟବସ୍ତୁ! ସେମାନେ ଜାଣିବା ଦରକାର ଯେ ଶାସନ ଦାୟିତ୍ୱରେ ଥିବା ଲୋକଟି ଦାୟିତ୍ୱର ଏକ ଆସନରେ ବସିଛି। ଏହା କୌଣସି ମେରି-ଗୋ-ରାଉଣ୍ଡର ଚେୟାର ନୁହେଁ। ବିଳାସବ୍ୟସନ ବା ଉପଭୋଗର ଆସନ ନୁହେଁ। ସମଗ୍ର ଜିଲାର ଲକ୍ଷଲକ୍ଷ ଲୋକଙ୍କର ଆଶା ଆକାଂକ୍ଷାର ପରିପାଳନ ଓ ପରିପୂରଣ ପାଇଁ ତାଙ୍କ ପଦବୀ ଉଦ୍ଦିଷ୍ଟ। ସେମାନେ ଯଦି ବ୍ୟକ୍ତିଗତ ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ଦ୍ୱାର ବନ୍ଦ କରିଦେବେ, ଲୋକେ କାହା ପାଖକୁ ଯିବେ? ସେମାନେ ଯଦି ଏତେ ସୁଖସ୍ବାଚ୍ଛନ୍ଦ୍ୟ ମଧ୍ୟରେ ରହିବାକୁ ପସନ୍ଦ କରୁଥିଲେ, ହୁଏତ ସେମାନେ ଏଭଳି ଏକ ମୁକାବିଲାପୂର୍ଣ୍ଣ ଚାକିରିରେ ଯୋଗ ଦେଇନଥାନ୍ତେ! କିନ୍ତୁ ଥରେ ଢିଙ୍କି ତଳେ ମୁଣ୍ଡ ରଖିଲା ପରେ ଢିଙ୍କିର ମାଡ଼କୁ ଡରିଲେ ଚଳିବ କି?
ଥରେ ଗୋଟେ ଉପକୂଳବର୍ତ୍ତୀ ଜିଲାରେ କାମ କଲାବେଳେ ଏହିଭଳି ଏକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମୋ ପାଖକୁ ଯିଏ ଯେତେବେଳେ ଆସନ୍ତି ଦଳମତ ନିର୍ବିଶେଷରେ ମୁଁ ପ୍ରାୟ ସମସ୍ତଙ୍କୁ ଭେଟେ। ସେ ଜିଲାର ଜଣେ ତୁଙ୍ଗ ନେତା ମତେ ଦିନେ ପରିହାସ ଛଳରେ କହିଲେ, ଆପଣ ଆମ ଶାସନରେ ଥାଇ ଏ ବିରୋଧୀ ଦଳିଆ ଟାଉଟରଗୁଡ଼ାଙ୍କ କଥା ସବୁବେଳେ କାହିଁକି ଶୁଣୁଛନ୍ତି? କାହିଁକି ସେଗୁଡ଼ାଙ୍କୁ ବସେଇ ଚା ପାଣିରେ ଆପ୍ୟାୟିତ କରୁଛନ୍ତି? ମୁଁ କହିଲି, ମୁଁ ତାଙ୍କ କଥା ଶୁଣୁଛି ଏଇଥିପାଇଁ ଯେ ସେମାନଙ୍କର ସରକାର ନାହିଁ। ତେଣୁ ସେମାନେ ତାଙ୍କ ସମସ୍ୟାର ସମାଧାନ ପାଇଁ କେବେହେଲେ ଆପଣଙ୍କ ପାଖକୁ ଯିବେ ନାହିଁ। ସେମାନେ ବାଧ୍ୟ ହୋଇ ମୋ ପାଖକୁ ଆସୁଛନ୍ତି। ମୁଁ ଯଦି ତାଙ୍କ କଥା ନ ଶୁଣେ, ତେବେ ସେମାନେ ବିରୋଧ କରିବେ, ବିକ୍ଷୋଭ କରିବେ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ। ସେଥିରେ ସରକାରଙ୍କର ବା ସମାଜର ଯୋଉ ଆର୍ଥିକ ବା ଭାବମୂର୍ତ୍ତିଗତ କ୍ଷତି ହେବ, ତା’ ତୁଳନାରେ କେଇ କପ୍‌ ଚା ବା କେଇ ଗ୍ଲାସ ପାଣି କ’ଣ ବେଶି ମୂଲ୍ୟବାନ୍‌? ବିରୋଧୀ ଦଳର କର୍ମୀଙ୍କୁ ମ୍ୟାନେଜ କରିବାର ଆବଶ୍ୟକତା ବେଶି ଅଛି। ତା’ଛଡ଼ା ଯୋଉ ଲୋକମାନେ ମଝିମଝିଆ ଏ ଦଳର ନୁହନ୍ତି କି ସେ ଦଳର ନୁହନ୍ତି, ସେମାନେ ଯିବେ କୁଆଡ଼େ? ସେମାନେ ତ ପ୍ରଶାସନ ପାଖକୁ ଆସିବେ ହିଁ ଆସିବେ।
ଏଇସବୁ ଲୋକମାନେ ତାଙ୍କ କାର୍ଯ୍ୟହାସଲ ପାଇଁ ବିକଳ୍ପ ଭାବେ ଗଣମାଧ୍ୟମ ପାଖକୁ ବା ରାଜନୈତିକ ନେତାଙ୍କ ପାଖକୁ ଯିବାକୁ ଚାହାନ୍ତି ନାହିଁ। ସେମାନେ ଚାହାନ୍ତି ସିଧାସଳଖ ତହସିଲଦାର, ବିଡିଓ ବା ଜିଲାପାଳ ତାଙ୍କ ସମସ୍ୟା ବୁଝନ୍ତୁ। ଏମାନଙ୍କ କଥା ନ ଶୁଣିଲେ ସେମାନେ ଯିବେ କୁଆଡ଼େ? ସାଧାରଣ ଲୋକଙ୍କ ପାଇଁ ତ ପ୍ରଶାସନ! ଏଇମାନେ ଯଦି ଅଶ୍ରୁତ ହୋଇ ରହିଯିବେ, ତେବେ ତାଙ୍କ ଅକଥ୍ୟ ଯନ୍ତ୍ରଣା ହୁଏତ ପ୍ରଶାସନ ପାଇଁ ଏକ ଅନିର୍ବଚନୀୟ ସମସ୍ୟା ହୋଇ ଫେରିଆସିବ।
ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri