ଶ୍ରୀକୃଷ୍ଣ, ବଳରାମଙ୍କୁ ଭେଟିଲେ ଅକ୍ରୂର

ମଥୁରାନଗରୀ/ଗୋପପୁର,୧୧।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଅଷ୍ଟମ ଦିବସରେ ଉଭୟ ମଥୁରା ନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଶୁକ୍ରବାରଠାରୁ ହାଟପଦାସ୍ଥିତ ରାଜଦରବାର ରଙ୍ଗମହଲ ଏବଂ ନିଶାମଣି ସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡ଼ିଆ ରାଜଦରବାର ପାଲଟିଛି। ଏହି କ୍ରମରେ ଉଭୟ ମଞ୍ଚରେ ଦୃଶ୍ୟାଭିନୟ ମଧ୍ୟ ଦେଖିବାକୁ ମିଳିଥିଲା। ଅନ୍ୟଦିନ ଭଳି କଂସ ମହାରାଜ ମଥୁରା ଭ୍ରମଣ କରିଥିଲେ। ଭ୍ରମଣ ବାଟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଷ୍ଟାଡ଼ିୟମରେ ବୟନିକା ପକ୍ଷରୁ ଚାଲିଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହାସହିତ ସେଠାରେ ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ। ପରେ ରଙ୍ଗମହଲକୁ ଆସି ନାଚଗୀତରେ ମସଗୁଲ ହୋଇଥିଲେ। ସେଠାରେ ଅଶାନ୍ତ ମନକୁ ଶାନ୍ତ କରି କଂସ ମହାରାଜ ରାଜଦରବାରକୁ ଆସିଥିଲେ। ଗୋପପୁରକୁ ପ୍ରେରିତ ଜଣେ ପରେ ଜଣେ ରାକ୍ଷସୀ, ରାକ୍ଷସ ନିଧନ ଖବର ପାଇବା ପରେ ମର୍ମାହତ କଂସ ଶ୍ରୀକୃଷ୍ଣ, ବଳରାମଙ୍କୁ ହତ୍ୟା ପାଇଁ ନିଜ ସୈନ୍ୟ, ସାମନ୍ତଙ୍କ ସହିତ ଯୁଦ୍ଧାଭ୍ୟାସ କରିଥିଲେ। ଅନ୍ୟପଟେ ଗୋପାଳ ବାଳକଙ୍କ ଗହଣରେ ଶ୍ରୀକୃଷ୍ଣ, ବଳରାମ ଗୋପପୁର ପରିକ୍ରମା କରି ବୃନ୍ଦାବନ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ଅନ୍ଧ ବ୍ରାହ୍ମଣ ଶ୍ରୀକୃଷ୍ଣଙ୍କୁ ଭେଟିବା ପାଇଁ ଯାଇଥିଲେ। ଭେଟିବା ପରେ ସେ ଦୃଷ୍ଟିଶକ୍ତି ଫେରି ପାଇଥିଲେ। ସେହିପରି କଂସ ମହାରାଜଙ୍କ ନିର୍ଦ୍ଦେଶକ୍ରମେ ମହାମନ୍ତ୍ରୀ ଅକ୍ରୂର ଗୋପପୁର ଯାଇଥିଲେ। ବାଟରେ ଯମୁନା (ଜିରା ନଦୀ)ରେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଦେଖି ସେ ଭାବବିହ୍ବଳ ହୋଇ ପଡ଼ିଥିଲେ। ଗୋପପୁରରେ ପହଞ୍ଚତ୍ବା ପରେ ଶ୍ରୀକୃଷ୍ଣ, ବଳରାମଙ୍କ ସହିତ ଅକ୍ରୂରଙ୍କ ସାକ୍ଷାତ ହୋଇଥିଲା। ଏହି ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା ଏବଂ ଏହା ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri