ଶ୍ରୀକୃଷ୍ଣ, ବଳରାମଙ୍କୁ ଭେଟିଲେ ଅକ୍ରୂର

ମଥୁରାନଗରୀ/ଗୋପପୁର,୧୧।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଅଷ୍ଟମ ଦିବସରେ ଉଭୟ ମଥୁରା ନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଶୁକ୍ରବାରଠାରୁ ହାଟପଦାସ୍ଥିତ ରାଜଦରବାର ରଙ୍ଗମହଲ ଏବଂ ନିଶାମଣି ସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡ଼ିଆ ରାଜଦରବାର ପାଲଟିଛି। ଏହି କ୍ରମରେ ଉଭୟ ମଞ୍ଚରେ ଦୃଶ୍ୟାଭିନୟ ମଧ୍ୟ ଦେଖିବାକୁ ମିଳିଥିଲା। ଅନ୍ୟଦିନ ଭଳି କଂସ ମହାରାଜ ମଥୁରା ଭ୍ରମଣ କରିଥିଲେ। ଭ୍ରମଣ ବାଟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଷ୍ଟାଡ଼ିୟମରେ ବୟନିକା ପକ୍ଷରୁ ଚାଲିଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହାସହିତ ସେଠାରେ ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ। ପରେ ରଙ୍ଗମହଲକୁ ଆସି ନାଚଗୀତରେ ମସଗୁଲ ହୋଇଥିଲେ। ସେଠାରେ ଅଶାନ୍ତ ମନକୁ ଶାନ୍ତ କରି କଂସ ମହାରାଜ ରାଜଦରବାରକୁ ଆସିଥିଲେ। ଗୋପପୁରକୁ ପ୍ରେରିତ ଜଣେ ପରେ ଜଣେ ରାକ୍ଷସୀ, ରାକ୍ଷସ ନିଧନ ଖବର ପାଇବା ପରେ ମର୍ମାହତ କଂସ ଶ୍ରୀକୃଷ୍ଣ, ବଳରାମଙ୍କୁ ହତ୍ୟା ପାଇଁ ନିଜ ସୈନ୍ୟ, ସାମନ୍ତଙ୍କ ସହିତ ଯୁଦ୍ଧାଭ୍ୟାସ କରିଥିଲେ। ଅନ୍ୟପଟେ ଗୋପାଳ ବାଳକଙ୍କ ଗହଣରେ ଶ୍ରୀକୃଷ୍ଣ, ବଳରାମ ଗୋପପୁର ପରିକ୍ରମା କରି ବୃନ୍ଦାବନ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ଅନ୍ଧ ବ୍ରାହ୍ମଣ ଶ୍ରୀକୃଷ୍ଣଙ୍କୁ ଭେଟିବା ପାଇଁ ଯାଇଥିଲେ। ଭେଟିବା ପରେ ସେ ଦୃଷ୍ଟିଶକ୍ତି ଫେରି ପାଇଥିଲେ। ସେହିପରି କଂସ ମହାରାଜଙ୍କ ନିର୍ଦ୍ଦେଶକ୍ରମେ ମହାମନ୍ତ୍ରୀ ଅକ୍ରୂର ଗୋପପୁର ଯାଇଥିଲେ। ବାଟରେ ଯମୁନା (ଜିରା ନଦୀ)ରେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଦେଖି ସେ ଭାବବିହ୍ବଳ ହୋଇ ପଡ଼ିଥିଲେ। ଗୋପପୁରରେ ପହଞ୍ଚତ୍ବା ପରେ ଶ୍ରୀକୃଷ୍ଣ, ବଳରାମଙ୍କ ସହିତ ଅକ୍ରୂରଙ୍କ ସାକ୍ଷାତ ହୋଇଥିଲା। ଏହି ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା ଏବଂ ଏହା ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?