ବିବାଦରେ ଏଜାଜ୍‌ ଖାନ୍‌ଙ୍କ ‘ହାଉସ୍‌ ଆରେଷ୍ଟ’

ମୁମ୍ବାଇ,୩ା୫:ଅଭିନେତା ଏଜାଜ୍‌ ଖାନ୍‌ଙ୍କ ରିଆଲିଟି ଶୋ’ ‘ହାଉସ୍‌ ଆରେଷ୍ଟ’ରେ ଯୌନ ଉଦ୍ଦୀପକ କଣ୍ଟେଣ୍ଟକୁ ନେଇ ବିବାଦ ଉଠିବା ପରେ ଓଭର ଦି ଟପ୍‌ (ଓଟିଟି) ଉଲ୍ଲୁ ଏହାକୁ ହଟାଇ ଦେଇଛି। ଆଡଲ୍ଟ କଣ୍ଟେଣ୍ଟ ପାଇଁ ପରିଚିତ ଉଲ୍ଲୁ ଆପ୍‌ରେ ଏବେ ‘ହାଉସ୍‌ ଆରେଷ୍ଟ’ ସର୍ଚ୍ଚ କଲେ ଏଥିରେ କୌଣସି ରେଜଲ୍ଟ ଆସୁନାହିଁ। ଉକ୍ତ ଶୋ’ର ଏକ ଶର୍ଟ ଭିଡିଓ କ୍ଲିପ୍‌କୁ ନେଇ ରାଜନେତାଙ୍କଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଉଲ୍ଲୁ ଆପ୍‌ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ଏଥିରେ ଏଜାଜ୍‌ ମହିଳା ପ୍ରତିଯୋଗୀମାନଙ୍କୁ କ୍ୟାମେରା ସାମ୍ନାରେ ଅନ୍ତରଙ୍ଗ କାର୍ଯ୍ୟକଳାପରେ ଲିପ୍ତ ରହିବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଏପରି କି ଶୁଟିଂ ବେଳେ ଏଜାଜ୍‌ଙ୍କ ବ୍ୟକ୍ତିଗତ ପ୍ରଶ୍ନ ଓ ଉତ୍ତେଜକ କଥାବାର୍ତ୍ତା ଉପରେ ମଧ୍ୟ କେତେଜଣ ମହିଳା ପ୍ରତିଯୋଗୀ ଆପତ୍ତି ଉଠାଇଥିଲେ। ଜାତୀୟ ମହିଳା କମିଶନ୍‌ (ଏନ୍‌ସିଡବ୍ଲ୍‌ୟୁ) ଏନେଇ ଉଲ୍ଲୁ ସିଇଓ ବିଭୁ ଅଗ୍ରଓ୍ବାଲ ଏବଂ ଏଜାଜ୍‌ ଖାନ୍‌ଙ୍କୁ ସମନ କରିଛନ୍ତି।
(ୟୁବିଟି)ର ରାଜ୍ୟ ସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ଗୁରୁବାର ଏହାର ଏକ କ୍ଲିପ୍‌କୁ ଏକ୍ସ’ରେ ଶେୟାର କରିଥିଲେ। ଏଭଳି ‘ଅଶ୍ଳୀଳ କଣ୍ଟେଣ୍ଟ’ଗୁଡ଼ିକୁ କାହିଁକି ନିଷିଦ୍ଧ କରାଯାଉନାହିଁ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଥିଲେ। ବିଗ୍‌ ବସ୍‌ର ପୂର୍ବତନ କଣ୍ଟେଷ୍ଟାଣ୍ଟ ତଥା ‘ରକ୍ତଚରିତ୍ର’ ଭଳି ଅଳ୍ପ କେତୋଟି ଫିଲ୍ମରେ ଅଭିନୟ କରିଥିବା ଏଜାଜ୍‌ଙ୍କୁ ମେ’ ୯ରେ ହାଜର ହେବାକୁ ଏନ୍‌ସିବିଙ୍କ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

ମହାଶିବରାତ୍ରିରୁ ଉତ୍ତର ଦିଗକୁ ଗତି କରିବେ ବୁଧ ଗ୍ରହ: ଏହି ୩ ରାଶିର ଭଲ ହେବ ନା ଖରାପ, ଜାଣନ୍ତୁ…

ବୈଦିକ ଜ୍ୟୋତିଷରେ, ବୁଧ ଗ୍ରହ ହେଉଛି ବୁଦ୍ଧି, ବାଣୀ, ତର୍କ, ଗଣିତ, ବ୍ୟବସାୟ ଏବଂ ଯୋଗାଯୋଗ ପାଇଁ ଦାୟୀ। ଏହା ଜଣେ ବ୍ୟକ୍ତିଙ୍କ ବିଶ୍ଳେଷଣାତ୍ମକ କ୍ଷମତା, ନିଷ୍ପତ୍ତି…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

କଟକ ଜିଲାପାଳଙ୍କୁ ନୋଟିସ୍‌, ଦେବାଶିଷ ସାମନ୍ତରାୟଙ୍କ ଏହି ଅଭିଯୋଗ ନେଇ…

କଟକ,୧୪ା୨: କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍‌ ଜାରି ହୋଇଛି। ରାଜ୍ୟ ସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ…

ଦାଦନ ଶ୍ରମିକ ଗଣେଶଙ୍କ ୨ କିଡ଼ନୀ ନଷ୍ଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ…

ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଅବତରଣ, ଏମରଜେନ୍ସି ଷ୍ଟ୍ରିପରେ ପ୍ରଥମଥର ଓହ୍ଲାଇଲା ମୋଦିଙ୍କ ବିମାନ

ଗୁଆହାଟି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଜରୁରୀକାଳୀନ ଅବତରଣ ସୁବିଧା (ELF) ରେ ଅବତରଣ କରିଥିଲେ। ସେଠାରେ ସେ ଲଢ଼ୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri