ପାସ୍‌ହାର: କଳାହାଣ୍ଡିରେ ୯୫.୨୨%, ନୂଆପଡ଼ାରେ ୯୭.୦୫%

ଭବାନୀପାଟଣା,୩ା୫ (ଉତ୍ତମ କୁମାର ଦାଶ): ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି। ଚଳିତ ବର୍ଷ କଳାହାଣ୍ଡି ଜିଲାରେ ପାସ୍‌ ହାର ୯୫.୨୨% ରହିଛି। ଜୟପାଟଣା ବ୍ଲକ ମୁଖିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶ୍ରୀୟାଂଶୀ ସାହୁ ସର୍ବାଧିକ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୫୮୨ନମ୍ବର (୯୭%) ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଜିଲାରେ ଚଳିତବର୍ଷ ଏ-୧ ଗ୍ରେଡରେ ୧୯ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ଶ୍ରୀୟାଂଶିଙ୍କ ସମେତ ମୁଖିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଅନ୍ବେଷ କୁମାର ଠାକୁର ୫୬୬ (୯୪.୩୩%), ଭବାନୀ ଶଙ୍କର ନାଗ ୫୬୦ (୯୩.୩୩%), ରାହୁଲ ବଣିଆ ୫୫୪ (୯୨.୩୩%), ଛାତ୍ରୀ ତନିଶା ରାଣୀ ରଥ ୫୫୩ (୯୨.୧୬%), ପ୍ରଗତିକା ପଟ୍ଟନାୟକ ୫୪୮ (୯୧.୩୩%), ଛାତ୍ର ଶୁଭାଶିଷ ଗୋପାଳ ୫୪୩ (୯୦.୫୦%), ଛାତ୍ରୀ ଅଙ୍କିତା ବେହେରା ୫୪୪ (୯୦.୬୬%), ଜୁନାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଅଂଶୁମାନ କଟା ୫୪୩ (୯୦.୫୦%), ଛାତ୍ରୀ ସ୍ମୃତି ପ୍ରଜ୍ଞା ସାହୁ ୫୪୩ (୯୦.୫୦%), ରାଜପୁର ସରକାରୀ ଅପଗ୍ରେଡ ହାଇସ୍କୁଲର ଛାତ୍ରୀ ପ୍ରଣତୀ ମିଶ୍ରା ୫୫୩ (୯୧.୧୬%), ଛାତ୍ର ଜିଜ୍ଞାସୁ ଶବର ୫୪୫ (୯୦.୮୩%), ଚିଚୈଗୁଡା ନୋଡାଲ ହାଇସ୍କୁଲର ଛାତ୍ର ରିତିକ କୁମାର ମେହେର ୫୪୧ (୯୦.୧୬%), ମେଦିନିପୁର ପଞ୍ଚାୟତ ହାଇସ୍କୁଲର ଛାତ୍ର ଭୁପେଶ ନାଏକ ୫୫୪ (୯୨.୩୩%), ଭବାନୀପାଟଣା ପୋଲିସ ହାଇସ୍କୁଲ ଛାତ୍ରୀ ଝିଲି ସାହୁ ୫୬୦ (୯୩.୩୩%), ଦେପୁର ଏସ୍‌ଏସ୍‌ଡିଏଚ୍‌ଏସ୍‌ ଛାତ୍ର ଆୟୁଷ କୁମାର ସା ୫୪୬ (୯୧%), ଛାତ୍ରୀ ପ୍ରିୟଙ୍କା ସାହୁ ୫୫୦ (୯୧.୬୬%) ଓ କେସିଙ୍ଗା ବ୍ଲକ କଶ୍ରୁପଡା ଜନତା ହାଇସ୍କୁଲର ଛାତ୍ର ଦୁଷ୍ମନ୍ତ ରଣା ୫୪୪ ନମ୍ବର (୯୦.୬୬%) ରଖି କୃତକାର୍ଯ୍ୟ ହୋଇଛନ୍ତି।

ନୂଆପଡ଼ା,୩ା୫(ମକାରୁ ବେମାଲ): ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ହୋଇଛି। ରାଜ୍ୟରେ ପାସ୍‌ହାର ୯୩% ଥିବାବେଳେ ନୂଆପଡ଼ା ଜିଲାରେ ୯୭.୦୫% ରହିଛି। ଚଳିତଥର ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। କୋମନା ବ୍ଲକ ମୁଣ୍ଡାପାଲା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶ୍ରେଷ୍ଠା ପଣ୍ଡା ୬ ଶହରୁ ୫୫୯ ମାର୍କ ରଖି ଜିଲା ଟପ୍ପର ହୋଇଛନ୍ତି। ସିନାପାଲି ବ୍ଲକ ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଝରଣା ମେହେର ୫୪୪ ମାର୍କ ରଖି ଜିଲାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସୂଚନା ଅନୁଯାୟୀ ଚଳିତ ଶିକ୍ଷାବର୍ଷରେ ଜିଲାର ୧୫୫ ବିଦ୍ୟାଳୟରେ ମୋଟ ୬୫୨୩ ଛାତ୍ରୀଛାତ୍ର ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକୃତ କରିଥିଲେ। ସେଥିରୁ ୧୫୬ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ପରୀକ୍ଷା ଦେଇଥିବା ୬୩୬୭ ଜଣଙ୍କ ମଧ୍ୟରୁ ୩୦୩୪ ଜଣ ବାଳକ ଓ ୩୧୪୫ ଜଣ ବାଳିକା କୃତକାର୍ଯ୍ୟ ହୋଇଛନ୍ତି। ଏ-୧ରେ ୨ ଛାତ୍ରୀ ରହିଥିବା ବେଳେ ଏ-୨ରେ ୯୯ ଜଣ, ବି-୧ରେ ୮୮୬, ବି-୨ରେ ୧୮୦୩, ସି ଗ୍ରେଡରେ ୧୯୮୮, ଡି ଗ୍ରେଡରେ ୧୧୦୪, ଇ ଗ୍ରେଡ ୨୯୨ ଓ ଏଫ ଗ୍ରେଡରେ ୧୮୬ ଛାତ୍ରୀଛାତ୍ର ପାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?