ପାସ୍‌ହାର: କଳାହାଣ୍ଡିରେ ୯୫.୨୨%, ନୂଆପଡ଼ାରେ ୯୭.୦୫%

ଭବାନୀପାଟଣା,୩ା୫ (ଉତ୍ତମ କୁମାର ଦାଶ): ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି। ଚଳିତ ବର୍ଷ କଳାହାଣ୍ଡି ଜିଲାରେ ପାସ୍‌ ହାର ୯୫.୨୨% ରହିଛି। ଜୟପାଟଣା ବ୍ଲକ ମୁଖିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶ୍ରୀୟାଂଶୀ ସାହୁ ସର୍ବାଧିକ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୫୮୨ନମ୍ବର (୯୭%) ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଜିଲାରେ ଚଳିତବର୍ଷ ଏ-୧ ଗ୍ରେଡରେ ୧୯ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ଶ୍ରୀୟାଂଶିଙ୍କ ସମେତ ମୁଖିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଅନ୍ବେଷ କୁମାର ଠାକୁର ୫୬୬ (୯୪.୩୩%), ଭବାନୀ ଶଙ୍କର ନାଗ ୫୬୦ (୯୩.୩୩%), ରାହୁଲ ବଣିଆ ୫୫୪ (୯୨.୩୩%), ଛାତ୍ରୀ ତନିଶା ରାଣୀ ରଥ ୫୫୩ (୯୨.୧୬%), ପ୍ରଗତିକା ପଟ୍ଟନାୟକ ୫୪୮ (୯୧.୩୩%), ଛାତ୍ର ଶୁଭାଶିଷ ଗୋପାଳ ୫୪୩ (୯୦.୫୦%), ଛାତ୍ରୀ ଅଙ୍କିତା ବେହେରା ୫୪୪ (୯୦.୬୬%), ଜୁନାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଅଂଶୁମାନ କଟା ୫୪୩ (୯୦.୫୦%), ଛାତ୍ରୀ ସ୍ମୃତି ପ୍ରଜ୍ଞା ସାହୁ ୫୪୩ (୯୦.୫୦%), ରାଜପୁର ସରକାରୀ ଅପଗ୍ରେଡ ହାଇସ୍କୁଲର ଛାତ୍ରୀ ପ୍ରଣତୀ ମିଶ୍ରା ୫୫୩ (୯୧.୧୬%), ଛାତ୍ର ଜିଜ୍ଞାସୁ ଶବର ୫୪୫ (୯୦.୮୩%), ଚିଚୈଗୁଡା ନୋଡାଲ ହାଇସ୍କୁଲର ଛାତ୍ର ରିତିକ କୁମାର ମେହେର ୫୪୧ (୯୦.୧୬%), ମେଦିନିପୁର ପଞ୍ଚାୟତ ହାଇସ୍କୁଲର ଛାତ୍ର ଭୁପେଶ ନାଏକ ୫୫୪ (୯୨.୩୩%), ଭବାନୀପାଟଣା ପୋଲିସ ହାଇସ୍କୁଲ ଛାତ୍ରୀ ଝିଲି ସାହୁ ୫୬୦ (୯୩.୩୩%), ଦେପୁର ଏସ୍‌ଏସ୍‌ଡିଏଚ୍‌ଏସ୍‌ ଛାତ୍ର ଆୟୁଷ କୁମାର ସା ୫୪୬ (୯୧%), ଛାତ୍ରୀ ପ୍ରିୟଙ୍କା ସାହୁ ୫୫୦ (୯୧.୬୬%) ଓ କେସିଙ୍ଗା ବ୍ଲକ କଶ୍ରୁପଡା ଜନତା ହାଇସ୍କୁଲର ଛାତ୍ର ଦୁଷ୍ମନ୍ତ ରଣା ୫୪୪ ନମ୍ବର (୯୦.୬୬%) ରଖି କୃତକାର୍ଯ୍ୟ ହୋଇଛନ୍ତି।

ନୂଆପଡ଼ା,୩ା୫(ମକାରୁ ବେମାଲ): ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ହୋଇଛି। ରାଜ୍ୟରେ ପାସ୍‌ହାର ୯୩% ଥିବାବେଳେ ନୂଆପଡ଼ା ଜିଲାରେ ୯୭.୦୫% ରହିଛି। ଚଳିତଥର ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। କୋମନା ବ୍ଲକ ମୁଣ୍ଡାପାଲା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶ୍ରେଷ୍ଠା ପଣ୍ଡା ୬ ଶହରୁ ୫୫୯ ମାର୍କ ରଖି ଜିଲା ଟପ୍ପର ହୋଇଛନ୍ତି। ସିନାପାଲି ବ୍ଲକ ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଝରଣା ମେହେର ୫୪୪ ମାର୍କ ରଖି ଜିଲାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସୂଚନା ଅନୁଯାୟୀ ଚଳିତ ଶିକ୍ଷାବର୍ଷରେ ଜିଲାର ୧୫୫ ବିଦ୍ୟାଳୟରେ ମୋଟ ୬୫୨୩ ଛାତ୍ରୀଛାତ୍ର ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକୃତ କରିଥିଲେ। ସେଥିରୁ ୧୫୬ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ପରୀକ୍ଷା ଦେଇଥିବା ୬୩୬୭ ଜଣଙ୍କ ମଧ୍ୟରୁ ୩୦୩୪ ଜଣ ବାଳକ ଓ ୩୧୪୫ ଜଣ ବାଳିକା କୃତକାର୍ଯ୍ୟ ହୋଇଛନ୍ତି। ଏ-୧ରେ ୨ ଛାତ୍ରୀ ରହିଥିବା ବେଳେ ଏ-୨ରେ ୯୯ ଜଣ, ବି-୧ରେ ୮୮୬, ବି-୨ରେ ୧୮୦୩, ସି ଗ୍ରେଡରେ ୧୯୮୮, ଡି ଗ୍ରେଡରେ ୧୧୦୪, ଇ ଗ୍ରେଡ ୨୯୨ ଓ ଏଫ ଗ୍ରେଡରେ ୧୮୬ ଛାତ୍ରୀଛାତ୍ର ପାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri