ନୂଆ ଭୁବନେଶ୍ୱର ଷ୍ଟେଶନରୁ ଗଡ଼ିବ ୩ ଟ୍ରେନ୍‌

ଭୁବନେଶ୍ୱର,୩ା୫(ଅନୁରାଧା ମହାରଣା):ଭୁବନେଶ୍ୱରରୁ ଚଳାଚଳ କରୁଥିବା ୩ଟି ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍‌ଗୁଡିକ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନ ପରିବର୍ତ୍ତେ ନୂଆ ଭୁବନେଶ୍ୱର ଷ୍ଟଶନରୁ ଯାତ୍ରା ଆରମ୍ଭ କରିବେ। ଏହି ଟ୍ରେନଗୁଡ଼ିକ ମଧ୍ୟରେ ୧୧୦୨୦/୧୧୦୧୯ ଭୁବନେଶ୍ୱର-ସିଏସ୍‌ଏମ୍‌ଟି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, ୧୭୦୧୫/୧୭୦୧୬ ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ ୨୨୮୧୯/୨୨୮୨୦ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ରହିଛି। ଏହାଦ୍ୱାରା କଟକ, ଆଠଗଡ଼ ଓ ଉତ୍ତର ଭୁବନେଶ୍ୱର ଅଞ୍ଚଳବାସୀ ବିଶେଷଭାବରେ ଉପକୃତ ହେବେ।
ମେ ୧୧ରୁ ମୁମ୍ବାଇରୁ ଛାଡୁଥିବା ୧୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେଶନରେ ଏହାର ଯାତ୍ରା ଶେଷ କରିବ। ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ, ଏହି ଟ୍ରେନ ରାତ୍ରି ୧୧ଟା ୫୫ରେ ଭୁବନେଶ୍ୱର ନୂତନ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍‌ ରାତ୍ରି ୧୨ଟା ୦୨ରେ ମଞ୍ଚେଶ୍ୱର ଷ୍ଟେଶନରେ ପହଞ୍ଚତ୍ବ ଏବଂ ୧୨ଟା ୦୪ରେ ଛାଡ଼ି ରାତ୍ରି ୧୨ଟା ୨୦ରେ ଭୁବନେଶ୍ୱର ନୂତନ ଷ୍ଟେଶନରେ ପହଞ୍ଚତ୍ବ। ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ମେ ୧୨ରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନ ପରିବର୍ତ୍ତେ ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱର ନୂତନ ଷ୍ଟେଶନରୁ ଛାଡ଼ିବ। ଏହି ଟ୍ରେନ ଅପରାହ୍ନ ୨ଟା ୪୮ରେ ମଞ୍ଚେଶ୍ୱରରେ ପହଞ୍ଚତ୍ ଅପରାହ୍ନ ୨ଟା ୫୦ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନ ଅଭିମୁଖେ ଛାଡ଼ିବ ଓ ପରେ ଏହି ଟ୍ରେନ ପୂର୍ବ ନିର୍ଦ୍ଧାରିତ ସମୟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ।
ସେହିପର ମେ ୧୧ରୁ ସିକନ୍ଦରାବାଦରୁ ଛାଡୁଥିବା ୧୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେଶନରେ ଯାତ୍ରା ଶେଷ କରିବ। ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନରେ ପହଞ୍ଚତ୍ବା ପରେ ଭୁବନେଶ୍ୱର ନୂତନ ଷ୍ଟେଶନ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ଅପରାହ୍ନ ୪ଟା ୦୪ରେ ମଞ୍ଚେଶ୍ୱରରେ ପହଞ୍ଚତ୍ ଅପରାହ୍ନ ୪ଟା ୬ରେ ଛାଡ଼ିବ ଏବଂ ତା’ପରେ ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ନୂତନ ଷ୍ଟେଶନରେ ପହଞ୍ଚତ୍ବ।
୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ଓ ୨୨୮୧୯ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ମେ’ ୧୨ରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନ ପରିବର୍ତ୍ତେ ଭୁବନେଶ୍ୱର ନୂତନ ଷ୍ଟେଶନରୁ ବାହାରି ମଞ୍ଚେଶ୍ୱରରେ ପହଞ୍ଚତ୍ବ। ସେଠାରେ ରହଣି କରିବାପରେ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନ ଅଭିମୁଖେ ଯାତ୍ରା କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri