ରିଲିଜ ହେଲା ‘ଦୃଶ୍ୟମ ୨’ର ସସପେନ୍ସରେ ଭରପୁର ଟିଜର

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେମଗନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ଦୃଶ୍ୟମ ୨’ର ଟିଜର ରିଲିଜ୍ ହୋଇଛି । ୨୦୧୫ରେ ଆସିଥିବା ଅଜୟଙ୍କ ଫିଲ୍ମ ‘ଦୃଶ୍ୟମ’ର ସଫଳତା ପରେ ମେକର୍ସ ଏହାର ପାର୍ଟ ୨ ବା ସିକ୍ୟୁଏଲ ନେଇ ଆସିଛନ୍ତି । ସସପେନ୍ସରେ ଭରପୁର ଦୃଶ୍ୟମ ୨ର ଏହି ଟିଜରକୁ ଦେଖିବା ପରେ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ଆହୁରି ବଢିଯାଇଛି । ଏହାସହ ଟିଜରରେ ଅଜୟ ତାଙ୍କ ଭୁଲ ସ୍ୱୀକାର କରୁଥିବା ଦେଖାଯାଇଛି ।

ହିନ୍ଦୀ ସିନେମାର ସବୁଠାରୁ ଦମଦାର କଳାକାରଙ୍କ ମଧ୍‌ୟରେ ଜଣେ ଅଜୟ ଦେବଗନ ଗୁରୁବାର ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମ ଦୃଶ୍ୟମ ୨ର ରିକଲ ଟିଜର ରିଲିଜ କରିଛନ୍ତି । ଏହାକୁ ରିକଲ ଏଥିପାଇଁ କୁହାଯାଉଛି କାରଣ ଏହି ଭିଡିଓରେ ଅଧିକାଂଶ ଦୃଶ୍ୟ ପାର୍ଟ ୧ର ସିନକୁ ଦେଖିବାକୁ ମିଳୁଛି । ମିରା ଦେଶମୁଖଙ୍କ ଏକ ମାତ୍ର ପୁଅ ସମିର ଦେଶମୁଖ ବିଜୟ ସଲଗାଁଓକର ପରିବାକୁ ଏକ ଝଡ ଭାବେ ଆସିଥିଲା । ଆଉ ତା’ଠାରୁ ରକ୍ଷା ପାଇବାକୁ ସଲଗାଁଓକର ପରିବାର ଏହି ଝଡ଼ର ସାମ୍ନା କରିଛନ୍ତି । ଏହାରି ଭିତରେ ସମିରର ମୃତ୍ୟୁ ହୋଇଯାଇଛି ।
ପାର୍ଟ ୱାନରେ ଏହି ମର୍ଡର ମିଷ୍ଟ୍ରିକୁ ସସପେନ୍ସରେ ରଖି ବିଜୟ ଓ ତାଙ୍କ ପରିବାର ପୋଲିସଠାରୁ ଖସି ଯାଉଛନ୍ତି । ହେଲେ ଦୃଶ୍ୟମ ୨ରେ ସଲଗାଁଓକର ପରିବାରର ମାମଲା ପୁଣିଥରେ ରି ଓପନ ହେଉଛି । ଏହି ଟିଜରରେ ଅଜୟ ଦେବଗନ କହୁଛନ୍ତି, ମେରା ନାମ ବିଜୟ ସଲଗାଁଓକର ହୈ ଓøର ୟେ ମେରା କନଫେଶନ ହୈ’ । ଦୃଶ୍ୟମ ୨ର ଏହି ସାନଦାର ଟିଜରକୁ ସୋସିଆଲ ମିଡିଆରେ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଟିଜରକୁ ଶେୟାର କରି ଅଜୟ ଲେଖିଛନ୍ତି, ବିଜୟ ଓ ତାଙ୍କ ପରିବାରର କାହାଣୀ ଆପଣଙ୍କର ମନେ ଥିବ ନିଶ୍ଚୟ । ଏହା ଆପଣଙ୍କୁ ପୁଣିଥରେ ମନେ ପକାଇ ଦେଉଛି । ଦୃଶ୍ୟମ ୨ରେ ଅଜୟ ଦେବଗନ, ସାଉଥ୍ ଆକ୍ଟ୍ରେସ ଶ୍ରେୟା ଶରଣ, ଇତିଶା ଦତ୍ତ, ତବ୍ୱୁ ଓ ଅକ୍ଷୟ ଖାନ୍ନା ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । ଆସନ୍ତା ନଭେମ୍ବର ୧୮ରେ ଦୃଶ୍ୟମ ୨ ରିଲିଜ୍ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?