କାଜଲଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅଜୟ ଦେବଗନ

ମୁମ୍ବାଇ: ସୁପରଷ୍ଟାର ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ବି’ ଟାଉନ୍‌ର ସଫଳ ଦମ୍ପତି ଭାବରେ ଜଣାଶୁଣା। ଏମାନଙ୍କ ବିବାହ ସମୟରେ ଅନେକ ଭାବିଥିଲେ ଯେ, ଏମାନଙ୍କ ବିବାହ ଅଧିକ ଦିନ ତିଷ୍ଠିବ ନାହିଁ। କିନ୍ତୁ ଅଜୟ-କାଜଲ ୨୩ ବର୍ଷ ଧରି ଏକାଠି ରହିଆସିଲେଣି। ଆଜି ଅର୍ଥାତ୍‌ ଫେବୃୟାରୀ ୨୪ରେ ହେଉଛି ଏହି ଦମ୍ପତିଙ୍କ ବିବାହ ବାର୍ଷିକୀ।

୧୯୯୯ ମସିହା ଆଜିର ଦିନରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ କେମିତି ପ୍ରେମରେ ପଡ଼ିଥିଲେ ଏହି ଯୋଡ଼ି।

ଏକ ସାକ୍ଷାତକାରରେ କାଜଲ କହିଥିଲେ, ଅଜୟ ଦେବଗନଙ୍କ ସହ ଫିଲ୍ମ ‘ହଲ୍‌ଚଲ୍‌’ର ଶୁଟିଂ ସେଟ୍‌ରେ ସାକ୍ଷାତ ହୋଇଥିଲା। ଅଜୟ ବହୁତ ଶାନ୍ତ ଏବଂ ଅନ୍ତରଙ୍ଗ ଥିଲେ। କାଜଲ ଶୁଟିଂସେଟ୍‌ରେ ହସିବାକୁ ଏବଂ କଥା ହେବାକୁ ପସନ୍ଦ କରୁଥିଲେ କିନ୍ତୁ ଅଜୟଙ୍କର ଏହି ଅଭ୍ୟାସ ନ ଥିଲା। ସେ ବେଶ୍‌ ଚୁପ୍‌ଚାପ ରହୁଥିଲେ। ଏପରିକି ଦୁହେଁ ପରସ୍ପରକୁ ଦେଖିବାକୁ ମଧ୍ୟ ପସନ୍ଦ କରୁ ନ ଥିଲେ। କିନ୍ତୁ ଧିରେ ଧିରେ ଉଭୟଙ୍କ ଏହି ଚିନ୍ତାଧାରା ପରସ୍ପର ଆଡ଼କୁ ବଦଳିଗଲା।

କୌତୂହଳର ବିଷୟ ଦୁହେଁ ସେହି ସମୟରେ ନିଜ ନିଜ ଜୀବନରେ ଅନ୍ୟ କାହାକୁ ଡେଟ୍‌ କରୁଥିଲେ। ଅଜୟଙ୍କଠାରୁ କାଜଲ ତାଙ୍କ ପ୍ରେମ ଜୀବନ ସହ ଜଡ଼ିତ ପରାମର୍ଶ ମଧ୍ୟ ନେଉଥିଲେ। କାଜଲଙ୍କ ବ୍ରେକଅପ୍‌ ପରେ ଅଜୟ ବନ୍ଧୁ ଭାବରେ ତାଙ୍କର ଯତ୍ନ ନେଇଥିଲେ। ଏହା ପରେ ଦୁହେଁ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ। ବନ୍ଧୁତାରୁ ପ୍ରେମ ନିବିଡ଼ ହେବାରେ ଲାଗିଲା। ଶେଷରେ ଏହି ପ୍ରେମ ବିବାହରେ ପରିଣତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri