ଜୟା, ଐଶ୍ୱର୍ଯ୍ୟାଙ୍କ ଆଣ୍ଟିଜେନ୍‌ ଟେଷ୍ଟ ଆସିଲା ନେଗେଟିଭ, ସ୍ବାବ ଟେଷ୍ଟ ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ,୧୨।୭: କରୋନା ମହାମାରୀ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନାରେ ପୀଡ଼ିତ ହେବା ଏବେ ଆହୁରି ଚିନ୍ତା ବଢାଇ ଦେଇଛି। ଦେଶବାସୀଙ୍କୁ କରୋନା ସଚେତନତାର ମନ୍ତ୍ର ଦେଉଥିବା ଅମିତାଭ ନିଜେ କରୋନାରେ ପୀଡ଼ିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶନିବାର ରାତିରେ ଉଭୟ ଅମିତାଭ ଓ ଅଭିଷେକଙ୍କ ରିପୋର୍ଟ ଆସିବା ପରେ ଉଭୟ କରୋନା ପୀଡ଼ିତ ବୋଲି ଜଣାପଡିଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘରର ମୁଖିଆ କରୋନାରେ ପୀଡ଼ିତ ହୋଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଏଥିରେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ତେବେ ରବିବାର ସକାଳୁ ଅଭିଷେକଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଓ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ଆଣ୍ଟିଜେନ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ଏବେ ସ୍ବାବ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟାଙ୍କ ଆଣ୍ଟିଜେନ ଟେଷ୍ଟ ମଧ୍ୟ ନେଗେଟିଭ ଆସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଗୋଲେ

ଗାଙ୍ଗଟକ୍‌,୨୮ା୫(ପି.ଟି.): ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ଏସ୍‌କେଏମ୍‌ (ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା) ଅଧ୍ୟକ୍ଷ ପ୍ରେମ୍‌ ସିଂ ତମାଙ୍ଗ ଓରଫ ପି.ଏସ୍‌. ଗୋଲେ ସୋମବାର ଶପଥ ଗ୍ରହଣ କରିଛନ୍ତି।...

କରୋନାର ଲାଇଭ୍ ରିପୋର୍ଟିଂ ପଡିଲା ମହଙ୍ଗା: ମହିଳା ଖବରଦାତାଙ୍କୁ ଜେଲ!

ବେଜିଂ,୨୮ ।୧୨: ପୁଣିଥରେ ସାମ୍ନାକୁ ଆସିଛି ଚାଇନାର ଅସଲ ରୂପ । ଚାଇନାରେ କରୋନାର କେନ୍ଦ୍ରବିନ୍ଦୁ କୁହାଯାଉଥିବା ଉହାନରେ କୋଭିଡ-୧୯କୁ ନେଇ ଖବର ସଂଗ୍ରହ କରିବା...

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୨୨ ।୧: କେନ୍ଦ୍ର ସରକାର ଦେଶର ପୂର୍ବତନ ସିଜେଆଇ ବା ଚିଫ୍ ଜଷ୍ଟିଶ ଅଫ୍ ଇଣ୍ଡିଆ ଅର୍ଥାତ୍ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ରାଜ୍ୟ...

୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟିତ

ନବରଙ୍ଗପୁର,୨୦ା୪(ବି.ପ୍ର.): ନବରଙ୍ଗପୁର ବିଏଡ୍‌ କଲେଜଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ବାସ୍ଥ୍ୟକେନ୍ଦ୍ରକୁ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି...

ନଡ୍ଡାଙ୍କ ନୂଆ ଟିମ୍‌ ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାଜପାର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ସଂସଦୀୟ ବୋର୍ଡରେ ଅନେକ ନୂଆ ମୁହଁ ସ୍ଥାନ ପାଇବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ନୂଆ କାର୍ଯ୍ୟକର୍ତ୍ତା ଟିମ୍‌ ଘୋଷଣା...

ବିଶ୍ୱର ଶ୍ରେଷ୍ଠ ୧୦ ସେକ୍ସି ସୁପରମଡେଲଙ୍କ ତାଲିକାରେ ବଲିଉଡ୍‌ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ୨୦୨୧ରେ ଶ୍ରେଷ୍ଠ ୧୦ ସେକ୍ସି ସୁପର ମଡେଲ ତାଲିକାରେ ସ୍ଥାନ ପାଇଛନ୍ତି। ନିକଟରେ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୨।୭: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଶୁକ୍ରବାର ସକାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହାର ଯବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଛି।...

ରବିଧାନ ପାଇଁ ୧୦ରୁ ଖୋଲିବ ମଣ୍ଡି: ସାମାଜିକ ଦୂରତା, ସାନିଟାଇଜର, ମାସ୍କ ସବୁ ମଣ୍ଡିରେ ବାଧ୍ୟତାମୂଳକ

ରାୟଗଡ଼ା ଅଫିସ,୨୭ା୪: ରାୟଗଡ଼ା ଜିଲାରେ ପୂର୍ବରୁ ୧୩ଟି ମଣ୍ଡିରୁ ଧାନ ସଂଗ୍ରହ କରାଯାଉଥିବା ବେଳେ ଏଥର ୪ଟି ଅଧିକ ମଣ୍ଡି ଖୋଲାଯିବ। ସେହି ୪ଟି ନୂଆ...

Play 250+ Trending Games
Archives

Model This Week

Why Dharitri