ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

କେନ୍ଦୁଝର,୧୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ସହରରେ ବାୟୁ ପ୍ରଦୂଷଣ ଚିନ୍ତଜନକ ସ୍ଥିତିରେ ରହିଛି। ଲୋକମାନେ ଅଜାଣତରେ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେଉଥିବାରୁ ଏହା ବିଶେଷ କରି ବୃଦ୍ଧା/ବୃଦ୍ଧ, ଶିଶୁମାନଙ୍କ ପାଇଁ ବିପଦଜନକ ସ୍ଥିତି ସୃଷ୍ଟି କରୁଛି। ବହୁସଂଖ୍ୟାରେ ଲୁହାପଥର, ବାଲି/ଗୋଡ଼ି ବୋଝେଇ ଟ୍ରକ, ବସ୍‌, ଅନ୍ୟାନ୍ୟ ବ୍ୟବସାୟିକ ଗାଡ଼ି ଏବଂ ଦୁଇ/ଚାରି ଚକିଆ ଯାନ ଚଳାଚଳ ଯୋଗୁ ଧୂଳି ସହିତ ସେସବୁରୁ ନିର୍ଗତ ଧୂଆଁ ବାୟୁମଣ୍ଡଳକୁ ପ୍ରବେଶ କରି ପ୍ରଦୂଷଣ ସୃଷ୍ଟି କରୁଛି ା ସେହିପରି ବହୁ ସଂଖ୍ୟାରେ କୋଠାବାଡ଼ି ନିର୍ମାଣ, ଗଛ କଟା ଆଦି ଏଭଳି ପ୍ରଦୂଷଣ ମାତ୍ରା ବୃଦ୍ଧିର କାରଣ ବୋଲି ପରିବେଶବିତ୍‌ମାନେ ମତ ବ୍ୟକ୍ତ କରୁଛନ୍ତି ା ରାସ୍ତାରେ ଜମା ହୋଇ ରହିଥିବା ଧୂଳି ସଫେଇ ହେଉ ନ ଥିବା ଏବଂ ପାଣି ପାଇପ ଲାଇନ୍‌ ବିଛାଇବା ତଥା ଅନ୍ୟନ୍ୟ କାରଣରୁ ଅନେକ ଓ୍ବାର୍ଡରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ରାସ୍ତାଘାଟ ଅଧିକ ମାତ୍ରାରେ ଥିବାରୁ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି କରୁଛି। ତେବେ ଧୂଳି ସଫେଇ ପାଇଁ ଥିବା ସ୍ବତନ୍ତ୍ର ଗାଡ଼ି ବ୍ୟବହାର କରାଯାଉ ନ ଥିବାରୁ ସମସ୍ୟା ଦ୍ୱିଗୁଣିତ ହେଉଛି। ଏହା ଫଳରେ ଲୋକମାନେ ଶ୍ୱାସଜନିତ, ଫୁସ୍‌ଫୁସ୍‌ ତଥା ଥଣ୍ଡାକାଶ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିବା ସହ ପ୍ରଶାସନ ତୁରନ୍ତ ତତ୍ପରତା ଦେଖାଇବାକୁ ନିବେଦନ କରିଛନ୍ତି। କେନ୍ଦୁଝର ସହରରେ ବାୟୁ ପ୍ରଦୂଷଣ ବିପଦ ସଙ୍କେତ ଉପରେ ରହିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୫୦ରୁ କମ୍‌ ରହିବା ସ୍ବାସ୍ଥ୍ୟ ପକ୍ଷେ ଭଲ। ଆଜି ଅର୍ଥାତ୍‌ ୧୮ ତାରିଖରେ କେନ୍ଦୁଝର ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୪୮ ରହିଛି। ଯାହା ଫଳରେ ଲୋକଙ୍କୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଡ୍ରାଇଭରମାନଙ୍କ ଷ୍ଟିଅରିଂଛାଡ ଆନ୍ଦୋଳନ ସମୟରେ ଏହି ସୂଚକ ୧୧୭କୁ ଖସି ଆସିଥିଲା।

ନ୍ୟାଶନାଲ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁଯାୟୀ, ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୦୦ରୁ ୨୦୦ ରହିଲେ ଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେବ ଏବଂ ଶିଶୁ ଓ ବୃଦ୍ଧମାନଙ୍କର ଫୁସ୍‌ଫୁସ୍‌,ହୃଦ ରୋଗ ଦେଖାଦେବ। ୨୦୦ରୁ ୩୦୦ରହିଲେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବ। ରାସ୍ତାରେ ବହୁ ପରିମାଣର ଧୂଳି ଉଡୁଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡୁଛନ୍ତି। ବାୟୁ ପ୍ରଦୂଷଣ ପାଇଁ ସବୁଠୁ ବଡ ବିପଦ ଫୁସ୍‌ଫୁସ୍‌ ଉପରେ ପଡ଼ିଥାଏ। ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହୁଥିବାରୁ ଲୋକଙ୍କୁ ବିଭିନ୍ନ ରୋଗ ହେଉଛି। କେନ୍ଦୁଝର ସହରରେ ବାୟୁ ମାନ ଜାଣିବା ପାଇଁ ମାଧପୁରସ୍ଥିତ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାୟୁ ମାପକ ଯନ୍ତ୍ର ପ୍ରତିଷ୍ଠା କରାଯାଇଛି। ଏହି ମେଶିନ ସହାୟତାରେ ବାୟୁରେ ପ୍ରଦୂଷଣର ହାର ଜଣାପଡୁଛି। ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ସହ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସର୍ଭର ସହ ସିଧାସଳଖ ସଂଯୋଗ ରହିଛି। କେନ୍ଦୁଝର ସହରରେ ଖରାପ ରାସ୍ତାଘାଟ ପାଇଁ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢୁଛି। ଶୀତଦିନ ଏବଂ ଖରାଦିନରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହୁଛି। ବିଶେଷ କରି ରାସ୍ତାରେ ଧୂଳି ଜମି ରହିବା, ପୌରପାଳିକା ପକ୍ଷରୁ ସଫେଇ ନ କରାଯିବା,ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ ନ ହେବା ଏବଂ ରାସ୍ତାରେ ଜଳ ସିଞ୍ଚନ ନ ହେବାରୁ ବାୟୁ ପ୍ରଦୂଷଣ ବଢୁଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କରଙ୍କ ସହ ଯୋଗାଯୋଗ କରିବାରୁ କେନ୍ଦୁଝର ସହର ମଧ୍ୟରେ ରାସ୍ତାରେ ଜମି ରହୁଥିବା ଧୂଳି ସଫା କରିବା ପାଇଁ ମେକାନିକାଲ ରୋଡ ସୁଇପିଂ ଭ୍ୟାକୁମ୍‌ କ୍ଲିନର ମେଶିନ ଆଣିବା ପାଇଁ ଜିଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଟିଆ କନ୍ଧଙ୍କ ବିକାଶ ନାଁରେ ହରିଲୁଟ

ଫୁଲବାଣୀ ଅଫିସ, ୨୩।୧୧: କନ୍ଧମାଳ ଜିଲାରେ ଆଦିମ ଜନଜାତି (ପିଭିଟିଜି) କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର...

ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ନେଇ ଜିଲାପାଳଙ୍କୁ ଦାବିପତ୍ର

ବାରିପଦା ଅଫିସ,୨୪।୮- ରାଜ୍ୟର ସର୍ବପୁରାତନ ସହର ଭାବେ ବିବେଚିତ ବାରିପଦା ସହରରେ ଏବେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛିି। ଏଥିରେ ସୁଧାର ଆଣିବା ପାଇଁ ଜିଲା...

ହକ୍‌ ପାଇଁ ଦୁର୍ବାର ଆନ୍ଦୋଳନ ହେବ

ଲୋଇସିଂହା,୫।୯(ଡି.ଏନ.ଏ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର କେତେକ ପଞ୍ଚାୟତ ୨୦୨୧-୨୨ ଖରିଫ ମରୁଡି କ୍ଷତିପୂରଣ ତାଲିକାରୁ ବାଦ ପଡିଛନ୍ତି। କ୍ଷତିପୂରଣ ଦାବିରେ ଗତ ୨୬ ଜୁଲାଇରେ ଚାଷୀମାନେ...

ଦୁର୍ଦ୍ଦାନ୍ତ ଅପରାଧୀ ମୁଜାଫରଙ୍କୁ କୋର୍ଟଚାଲାଣ

ଝୁମ୍ପୁରା,୮।୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍‌ଡି ମୁଜାଫରଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଚୋରି,...

ଛେଳି ଗିଳିବାକୁ ଆସି ଜାଲରେ ଫସିଲା ଅଜଗର

ଉଦଳା,୧୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ଚନ୍ଦ୍ରପୁର ଗ୍ରାମରୁ ଶୁକ୍ରବାର ଏକ ସାଢେ ୮ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଗ୍ରାମରେ ଥିବା...

ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ପିଭିସି ପାଇପ

ରାଉରକେଲା ଅଫିସ,୧୯ା୧୧-ରାଉରକେଲା ଉଦିତନଗର ପରେଡ ପଡିଆରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ମୂଲ୍ୟର ପିଭିସି ପାଇପ ଜଳିପୋଡି ପାଉଁଶ ହୋଇଯାଇଛି। ଓଡ଼ିଶା ଅଗ୍ନିଶମ ଓ...

ଗାଁରେ ପଶିଲା ସମୁଦ୍ର ଜଳ

ମହାକାଳପଡ଼ା,୧୪ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଳିଆ ଅଞ୍ଚଳରେ ସମୁଦ୍ର ଜଳ ବୁଧବାର ପ୍ରବେଶ କରିଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ପରେ ଏହି...

୩ ନଂ. ଜୋନ୍‌ରେ ଚର୍ତୁମୁଖୀ ଲଢ଼େଇ

ଏରସମା,୧୪ା୨(ସ୍ବ.ପ୍ର.): ଏରସମା ବ୍ଲକର ୪ଟି ଜିଲା ପରିଷଦ ଜୋନ ମଧ୍ୟରୁ ୩ ନଂ. ଜୋନରେ ପ୍ରଚାର ଜୋର ଧରିଛି। ଏରସମା, ଜିରାଇଲୋ, ଜପା, ନୂଆଡିହି, ଭିତର...

Advertisement
Archives

Model This Week