ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

କେନ୍ଦୁଝର,୧୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ସହରରେ ବାୟୁ ପ୍ରଦୂଷଣ ଚିନ୍ତଜନକ ସ୍ଥିତିରେ ରହିଛି। ଲୋକମାନେ ଅଜାଣତରେ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେଉଥିବାରୁ ଏହା ବିଶେଷ କରି ବୃଦ୍ଧା/ବୃଦ୍ଧ, ଶିଶୁମାନଙ୍କ ପାଇଁ ବିପଦଜନକ ସ୍ଥିତି ସୃଷ୍ଟି କରୁଛି। ବହୁସଂଖ୍ୟାରେ ଲୁହାପଥର, ବାଲି/ଗୋଡ଼ି ବୋଝେଇ ଟ୍ରକ, ବସ୍‌, ଅନ୍ୟାନ୍ୟ ବ୍ୟବସାୟିକ ଗାଡ଼ି ଏବଂ ଦୁଇ/ଚାରି ଚକିଆ ଯାନ ଚଳାଚଳ ଯୋଗୁ ଧୂଳି ସହିତ ସେସବୁରୁ ନିର୍ଗତ ଧୂଆଁ ବାୟୁମଣ୍ଡଳକୁ ପ୍ରବେଶ କରି ପ୍ରଦୂଷଣ ସୃଷ୍ଟି କରୁଛି ା ସେହିପରି ବହୁ ସଂଖ୍ୟାରେ କୋଠାବାଡ଼ି ନିର୍ମାଣ, ଗଛ କଟା ଆଦି ଏଭଳି ପ୍ରଦୂଷଣ ମାତ୍ରା ବୃଦ୍ଧିର କାରଣ ବୋଲି ପରିବେଶବିତ୍‌ମାନେ ମତ ବ୍ୟକ୍ତ କରୁଛନ୍ତି ା ରାସ୍ତାରେ ଜମା ହୋଇ ରହିଥିବା ଧୂଳି ସଫେଇ ହେଉ ନ ଥିବା ଏବଂ ପାଣି ପାଇପ ଲାଇନ୍‌ ବିଛାଇବା ତଥା ଅନ୍ୟନ୍ୟ କାରଣରୁ ଅନେକ ଓ୍ବାର୍ଡରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ରାସ୍ତାଘାଟ ଅଧିକ ମାତ୍ରାରେ ଥିବାରୁ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି କରୁଛି। ତେବେ ଧୂଳି ସଫେଇ ପାଇଁ ଥିବା ସ୍ବତନ୍ତ୍ର ଗାଡ଼ି ବ୍ୟବହାର କରାଯାଉ ନ ଥିବାରୁ ସମସ୍ୟା ଦ୍ୱିଗୁଣିତ ହେଉଛି। ଏହା ଫଳରେ ଲୋକମାନେ ଶ୍ୱାସଜନିତ, ଫୁସ୍‌ଫୁସ୍‌ ତଥା ଥଣ୍ଡାକାଶ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିବା ସହ ପ୍ରଶାସନ ତୁରନ୍ତ ତତ୍ପରତା ଦେଖାଇବାକୁ ନିବେଦନ କରିଛନ୍ତି। କେନ୍ଦୁଝର ସହରରେ ବାୟୁ ପ୍ରଦୂଷଣ ବିପଦ ସଙ୍କେତ ଉପରେ ରହିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୫୦ରୁ କମ୍‌ ରହିବା ସ୍ବାସ୍ଥ୍ୟ ପକ୍ଷେ ଭଲ। ଆଜି ଅର୍ଥାତ୍‌ ୧୮ ତାରିଖରେ କେନ୍ଦୁଝର ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୪୮ ରହିଛି। ଯାହା ଫଳରେ ଲୋକଙ୍କୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଡ୍ରାଇଭରମାନଙ୍କ ଷ୍ଟିଅରିଂଛାଡ ଆନ୍ଦୋଳନ ସମୟରେ ଏହି ସୂଚକ ୧୧୭କୁ ଖସି ଆସିଥିଲା।

ନ୍ୟାଶନାଲ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁଯାୟୀ, ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୦୦ରୁ ୨୦୦ ରହିଲେ ଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେବ ଏବଂ ଶିଶୁ ଓ ବୃଦ୍ଧମାନଙ୍କର ଫୁସ୍‌ଫୁସ୍‌,ହୃଦ ରୋଗ ଦେଖାଦେବ। ୨୦୦ରୁ ୩୦୦ରହିଲେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବ। ରାସ୍ତାରେ ବହୁ ପରିମାଣର ଧୂଳି ଉଡୁଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡୁଛନ୍ତି। ବାୟୁ ପ୍ରଦୂଷଣ ପାଇଁ ସବୁଠୁ ବଡ ବିପଦ ଫୁସ୍‌ଫୁସ୍‌ ଉପରେ ପଡ଼ିଥାଏ। ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହୁଥିବାରୁ ଲୋକଙ୍କୁ ବିଭିନ୍ନ ରୋଗ ହେଉଛି। କେନ୍ଦୁଝର ସହରରେ ବାୟୁ ମାନ ଜାଣିବା ପାଇଁ ମାଧପୁରସ୍ଥିତ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାୟୁ ମାପକ ଯନ୍ତ୍ର ପ୍ରତିଷ୍ଠା କରାଯାଇଛି। ଏହି ମେଶିନ ସହାୟତାରେ ବାୟୁରେ ପ୍ରଦୂଷଣର ହାର ଜଣାପଡୁଛି। ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ସହ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସର୍ଭର ସହ ସିଧାସଳଖ ସଂଯୋଗ ରହିଛି। କେନ୍ଦୁଝର ସହରରେ ଖରାପ ରାସ୍ତାଘାଟ ପାଇଁ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢୁଛି। ଶୀତଦିନ ଏବଂ ଖରାଦିନରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହୁଛି। ବିଶେଷ କରି ରାସ୍ତାରେ ଧୂଳି ଜମି ରହିବା, ପୌରପାଳିକା ପକ୍ଷରୁ ସଫେଇ ନ କରାଯିବା,ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ ନ ହେବା ଏବଂ ରାସ୍ତାରେ ଜଳ ସିଞ୍ଚନ ନ ହେବାରୁ ବାୟୁ ପ୍ରଦୂଷଣ ବଢୁଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କରଙ୍କ ସହ ଯୋଗାଯୋଗ କରିବାରୁ କେନ୍ଦୁଝର ସହର ମଧ୍ୟରେ ରାସ୍ତାରେ ଜମି ରହୁଥିବା ଧୂଳି ସଫା କରିବା ପାଇଁ ମେକାନିକାଲ ରୋଡ ସୁଇପିଂ ଭ୍ୟାକୁମ୍‌ କ୍ଲିନର ମେଶିନ ଆଣିବା ପାଇଁ ଜିଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?