ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ସଙ୍କଟ: ସପ୍ତାହରେ ୨ ଲକ୍ଷରୁ ଅଧିକ ଅସୁସ୍ଥ…

ବ୍ୟାଙ୍କକ,୧୨।୩ : ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହା ଯୋଗୁ ଆକାଶରେ କୁହୁଡ଼ିର ଏକ ଆସ୍ତରଣ ବ୍ୟାପିଛି। ଲୋକମାନେ ବିଷାକ୍ତ ବାୟୁରେ ନିଃଶ୍ୱାସ ନେବାକୁ ବାଧ୍ୟ ହେଉଛନ୍ତି । ଦେଶରେ ବାୟୁ ପ୍ରଦୂଷଣ ଏତେ ଖରାପ ହୋଇଛି ଯେ ସପ୍ତାହକ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜଧାନୀ ବ୍ୟାଙ୍କକ ମଧ୍ୟ ବିଷାକ୍ତ ଧୂଆଁରେ ଆଚ୍ଛାଦିତ ହୋଇ ରହିଛି।

ଥାଇଲାଣ୍ଡରେ ପ୍ରାୟ ୧୧ ନିୟୁତ ଲୋକ ବାସ କରନ୍ତି ଏବଂ ଏହା ବିଶ୍ୱର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୁଏ। କିନ୍ତୁ ଯାନବାହାନରୁ ନିଷ୍କାସନ, ଶିଳ୍ପ ନିର୍ଗମନ ଏବଂ ନଡ଼ା ଜାଳିବା ଆଦି କାର୍ଯ୍ୟ ଦେଶକୁ ବିଷାକ୍ତ ବାୟୁରେ ଘୋଡାଇ ଦେଇଛି। ଜନସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ଷ ଆରମ୍ଭରୁ ବାୟୁ ପ୍ରଦୂଷଣ ଯୋଗୁ ୧.୩ ମିଲିୟନରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି।

ଜନସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଡାକ୍ତର କ୍ରିଆଙ୍ଗକ୍ରାଇ ନାମଥାଇସଙ୍ଗ ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ବାହାରକୁ ଯାଉଥିବା ବ୍ୟକ୍ତି ଉଚ୍ଚମାନର ଏନ-୯୫ ପ୍ରଦୂଷଣ ବିରୋଧୀ ମାସ୍କ ପିନ୍ଧିବା ଉଚିତ। ଜାନୁଆରୀ ଶେଷ ତଥା ଫେବୃଆରୀ ପ୍ରାରମ୍ଭରେ ବାୟୁ ପ୍ରଦୂଷଣର ଖରାପ ସ୍ତର ଯୋଗୁ ବିଭିନ୍ନ କମ୍ପାନୀୀ ଅଧିକାରୀମାନଙ୍କୁ ଲୋକଙ୍କୁ ଓ୍ବାର୍କ ଆଟ ହୋମ୍‌ କରିବାକୁ ଅନୁରୋଧ କରିଥିଲା।

ଗତ ବର୍ଷ ସହରର ପରିବେଶରେ ଉନ୍ନତି ଆଣିବାକୁ ପ୍ରତିଶ୍ରୁତି ଦେଇ ନିର୍ବାଚିତ ହୋଇଥିବା ବ୍ୟାଙ୍କକ ଗଭର୍ନର ଚାଡଚାର୍ଟ ସିତୁପଣ୍ଟଙ୍କ ମୁଖପାତ୍ର କହିଛନ୍ତି ଯେ ଯଦି ଅବସ୍ଥା ବିଗିଡିଯାଏ ତେବେ ସେ ଅନ୍ୟ ଏକ ଆଦେଶ ଜାରି କରାଯିବ। ଛୋଟ ପିଲାମାନଙ୍କ ସୁରକ୍ଷା ପାଇଁ ଏୟାର ପ୍ୟୁରିଫାୟର ସ୍ଥାପନ କରିବା ସହିତ ଯାନ ନିର୍ଗମନ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ନୋ ଡଷ୍ଟ ରୁମ୍‌ ମଧ୍ୟ ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

କେତେ ସମ୍ପତ୍ତି ଛାଡି ଦେଇ ଗଲେ ଖାଲେଦା ଜିଆ, ଜାଣନ୍ତୁ ତାଙ୍କର ନେଟ୍‌ ଓ୍ବର୍ଥ

ଢାକା,୩୦।୧୨: ବାଂଲାଦେଶୀ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ଖାଲେଦା ଜିଆଙ୍କ ମୃତ୍ୟୁ ପରେ, ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri