ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା ବେଳେ ଅନୁଗୋଳର ବାୟୁ ସାଧାରଣ ଲୋକଙ୍କ ଶ୍ୱାସ ଅନୁପଯୋଗୀ ହେଉଛି। ଖଣିଖାଦାନ ସହ କାରଖାନା ଓ ଅତ୍ୟଧିକ ଯାନବାହନ ଚଳାଚଳ ପାଇଁ ଏ ପ୍ରକାର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲାରେ ବର୍ତ୍ତମାନ ଶ୍ୱାସ ରୋଗ ସମ୍ବନ୍ଧୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା

ଦେଖାଯାଇଛି। ସୂଚନା ମୁତାବକ, ଚଳିତମାସ ଆରମ୍ଭ ବେଳକୁ ଅନୁଗୋଳରେ ବାୟୁର ମାନ ସୂଚକାଙ୍କ (ଏକ୍ୟୁଆଇ) ୬୦ ଓ ୬୧ ରହିଥିଲା। ହେଲେ ୩ ତାରିଖଠାରୁ କ୍ରମାଗତ ଭାବେ ଏହି ସୂଚକାଙ୍କ ବଢ଼ିବାରେ ଲାଗିଥିଲା। ପ୍ରଥମେ ୧୦୪, ୧୧୬ ଦେଇ ୧୧ ତାରିଖରେ ଏହା ବୃଦ୍ଧିପାଇ ୨୬୯ରେ ପହଞ୍ଚିଥିଲା। ଗତ ୩ ଦିନ ଧରି ସହର ମଧ୍ୟରେ ପ୍ରଦୂଷଣର ମାତ୍ରା ଏତେ ବୃଦ୍ଧି ହୋଇଛି ଯେ ଏକ୍ୟୁଆଇ ବିପଦସଂକେତ ଦେଇ ଗତି କରୁଛି। ୨୪ ତାରିଖରେ ଏକ୍ୟୁଆଇ ୩୨୨ରେ ପହଞ୍ଚିଥିଲା। ସେହିପରି ୨୫ ତାରିଖରେ ବାୟୁର ମାନ ଆହୁରି ଖରାପ ହୋଇ ୩୫୩ ଛୁଇଁଥିଲା। ବୁଧବାର ଅପରାହ୍ନ ଗୋଟାଏ ବେଳକୁ ଏକ୍ୟୁଆଇ ୩୩୯ ରହିଥିବାବେଳେ ସନ୍ଧ୍ୟା ୬ଟା ବେଳକୁ ସାମାନ୍ୟ ସୁଧାର ଆସି ୩୩୭ ରହିଥିଲା। ଏହି ମାନର ବାୟୁ ସଂସ୍ପର୍ଶରେ ଆସିଲେ ଶାସକ୍ରିୟାଜନିତ ରୋଗ ହେବା ଆଶଙ୍କା ଅଧିକ। ଶ୍ୱାସ ଓ ହୃଦ୍‌ରୋଗୀଙ୍କ ପାଇଁ ଏହା ଅତି ବିପଜ୍ଜନକ। କିଛିଦିନ ହେବ ଏହି ପ୍ରଦୂଷଣ କାରଣରୁ ଅନୁଗୋଳ ସହର ଓ ଆଖପାଖରେ ସକାଳ ଓ ସାରେ କୁହୁଡି ପରି ଧୂଆଁଳିଆ ପରିବେଶ ସୃଷ୍ଟି ହେଉଛି। ଏପରିକି ଗାଁରୁ ସହର ପ୍ରତି ଘରେ ଥଣ୍ଡା ଜନିତ ରୋଗରେ ପ୍ରାୟତଃ ଲୋକ ପୀଡ଼ିତ ହେଉଥିବା ଦେଖାଯାଇଛି। ବାୟୁମଣ୍ଡଳରେ ଧୂଳିକଣା ବୃଦ୍ଧି କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୋଳ ଆଞ୍ଚଳିକ ଅଧିକାରୀ ରମେଶ କୁମାର ଏକ୍କା କହିଛନ୍ତି।
ବୁଧବାର ଅପରାହ୍ନ ୧ଟା ବେଳକୁ ଉତ୍ତରପ୍ରଦେଶର ଗାଜିଆବାଦ (ଲୋନି ଅଞ୍ଚଳ)ରେ ଏକ୍ୟୁଆଇ ସର୍ବାଧିକ ୪୦୫ ରହିଥିଲା। ଏହାପଛକୁ ନୋଇଡା (ସେକ୍ଟର-୧୨୫ରେ ୩୮୫), ଦିଲ୍ଲୀ (ବାଓ୍ବାନା-୩୭୨), ଉତ୍ତରପ୍ରଦେଶର ହାପୁର(ଆନନ୍ଦବିହାର ୩୬୫), ଗ୍ରେଟର ନୋଇଡା ଏବଂ ଅନୁଗୋଳ ରହିଥିଲା। ସନ୍ଧ୍ୟା ୬ଟା ବେଳକୁ ସ୍ଥିତିରେ ପରିବର୍ତ୍ତନ ଆସି ଗାଜିଆବାଦ (ଲୋନି)ରେ ୪୧୮, ନୋଇଡା (ସେକ୍ଟର ୧୨୫)ରେ ୩୭୬, ଦିଲ୍ଲୀର ବାଓ୍ବାନାରେ ୩୬୬ (ଆନନ୍ଦବିହାରରେ ୩୫୫), ହାପୁରର ଆନନ୍ଦବିହାରରେ ୩୬୬, ଗ୍ରେଟର ନୋଇଡାରେ ୩୫୩ ଏକ୍ୟୁଆଇ ରହିଥିଲା।
ଓଡ଼ିଶା କଥା ଦେଖିଲେ, ଅପରାହ୍ନ ଗୋଟାଏରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଏକ୍ୟୁଆଇ ୩୨୮, ପଟିଆରେ ୩୧୧ ରହିଥିଲା। କଟକରେ ୩୨୪ ଥିବାବେଳେ ବାଲେଶ୍ୱରରେ ୨୯୪, ବାରିପଦାରେ ୨୧୪, ତାଳଚେରରେ ଏକ୍ୟୁଆଇ ୨୪୭ ରହିଥିଲା। ସନ୍ଧ୍ୟା ୬ ବେଳକୁ ଭୁବନେଶ୍ୱର ପଟିଆରେ ୨୯୭, କଟକରେ ୨୯୮, ବାଲେଶ୍ୱରରେ ୨୬୦, ବାରିପଦାରେ ୧୮୯, ତାଳଚେରରେ ଏକ୍ୟୁଆଇ ୨୨୨ ରହିଥିଲା।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦନମୋହନ ପ୍ରଧାନ କହିଛନ୍ତି, ଶୀତଦିନେ ପ୍ରଦୂଷଣ ମାତ୍ରା ବୃଦ୍ଧି ଘଟୁଛି। ଦିଲ୍ଲୀ ଭଳି ଅନୁଗୋଳରେ ବାୟୁକ୍‌ମଣ୍ଡଳର ସ୍ଥିତି ଭଲନାହିଁ। ଶ୍ୱାସ ଜନିତ ରୋଗ ବୃଦ୍ଧି ପାଉଛି। ଏନେଇ ଲୋକେ ଆମକୁ ଯୋଗାଯୋଗ ମଧ୍ୟ କରୁଛନ୍ତି। ମୁଖ୍ୟତଃ ସା ସମୟରୁ ଶ୍ୱାସଜନିତ ରୋଗ ଅଧିକ ମାତ୍ରାରେ ପ୍ରଭାବ ଦେଖାଉଥିବା ବେଳେ ସକାଳକୁ ଏହା ସାମାନ୍ୟ ଉପଶମ ହେଉଛି। ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ଶ୍ୱାସ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଲୋକେ ସା ସମୟରେ ସତର୍କ ରୁହନ୍ତୁ। ଗାଁ ଗଣ୍ଡାରୁ ସହର ଯାଏ ଏବେ ଛିଙ୍କ, ଜ୍ୱର, ଥଣ୍ଡା ମଧ୍ୟ ଲାଗି ରହିଥିବା ଡାକ୍ତର ପ୍ରଧାନ କହିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri