ବାୟୁସେନାର ମଙ୍ଗୁଆଳ

ଭବିଷ୍ୟତର ନିରାପତ୍ତା ଆହ୍ବାନକୁ ଦୃଷ୍ଟିରେ ରଖି ଭାରତ ତା’ର ସାମରିକ ଶକ୍ତି ସୁଦୃଢ଼ ଲକ୍ଷ୍ୟରେ ସ୍ଥଳ, ବାୟୁ ଓ ନୌବାହିନୀ ମଧ୍ୟରେ ସମ୍ମିଶ୍ରଣ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛି। ୨୦୨୩ ଜାନୁୟାରୀ ସୁଦ୍ଧା ଏହା ପୂର୍ଣ୍ଣାଙ୍ଗ ହେବ ବୋଲି କୁହାଯାଉଛି। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ୍‌ ରାଓ୍ବତ ଏ ଦିଗରେ ଜୋର ଦେଇ ଆସୁଥିବା ବେଳେ ଚଳିତ ବର୍ଷ ଜୁଲାଇରେ ଏୟାର ଚିଫ୍‌ ମାର୍ଶାଲ ଥିବା ଆରକେଏସ୍‌ ଭାଦୁରିଆ ସାମରିକ କ୍ଷେତ୍ରରେ ଏଭଳି ଅଗ୍ରଗତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରତ୍ୟେକ ବଳକୁ ବ୍ୟବସ୍ଥିତ କରାଯିବା ପରେ ସମନ୍ବୟ ଅଣାଯିବା ଦିଗରେ ପ୍ରସ୍ତୁତି ଦରକାର ବୋଲି ମତ ରଖିଥିଲେ। ଦୁଇ ଜଣ ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଏହାକୁ ନେଇ ମନୋମାଳିନ୍ୟ ଲାଗି ରହିଥିବା ବେଳେ ନିକଟରେ ଭାଦୁରିଆ ଅବସର ନେଇଛନ୍ତି। ୩୦ ସେପ୍ଟେମ୍ବରରେ ତାଙ୍କ ସ୍ଥାନରେ ନୂଆ ଏୟାର ଚିଫ୍‌ ମାର୍ଶାଲ ଭାବେ ବିବେକ ରାମ ଚୌଧାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ନୂଆ ଅଧିକାରୀ ସିଡିଏସ୍‌ଙ୍କ ସହ ସମନ୍ବୟ ରକ୍ଷା କରି ବାୟୁସେନାକୁ କେଉଁ ଦିଗରେ ଉଡ଼ାଇ ଦେଶ ପାଇଁ ସଫଳତା ଆଣିବେ ତାହା ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି।
ବିବେକ ୪ ସେପ୍ଟେମ୍ବର ୧୯୬୨ରେ ମହାରାଷ୍ଟ୍ରର ନାନ୍ଦେଡ୍‌ ଜିଲା ହାଡଗାଓଁ ତାଲୁକ ଅନ୍ତର୍ଗତ ଏକ ଛୋଟିଆ ଗାଁ ହସ୍ତାରାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ହାଡଗାଓଁ ତାଲୁକର କୋଲିସ୍ଥିତ ଏକ ଜିଲା ପରିଷଦ ସ୍କୁଲରେ ଶିକ୍ଷକ ଥିଲେ। ହେଲେ ପିତା ହାଇଦ୍ରାବାଦରେ ଏକ କମ୍ପାନୀ ଚଳାଉଥିଲେ। ମାତା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ। ନାନ୍ଦେଡ୍‌ରେ ବିବେକଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ପୁଣେର ଏକ ସାମରିକ ସ୍କୁଲରେ ପଢ଼ିଥିଲେ। ତାମିଲନାଡୁର ଓ୍ବେଲିଙ୍ଗଟନ୍‌ସ୍ଥିତ ଡିଫେନ୍ସ ସର୍ଭିସେସ୍‌ ଷ୍ଟାଫ୍‌ କଲେଜ (ଡିଏସ୍‌ଏସ୍‌ସି)ରେ ପଢ଼ା ଶେଷ କରିବା ପରେ ସେ ୨୯ ଡିସେମ୍ବର ୧୯୮୨ରେ ଏୟାରଫୋର୍ସର ଫାଇଟର ପାଇଲଟ ଭାବେ ଯୋଗ ଦେଇଥିଲେ। ଜଣେ ଯୋଗ୍ୟ ଫ୍ଲାଇଟ୍‌ ଇନ୍‌ଷ୍ଟ୍ରକ୍ଟର, ଇନ୍‌ଷ୍ଟ୍ରୁମେଣ୍ଟ ରେଟିଂ ଇନ୍‌ଷ୍ଟ୍ରକ୍ଟର ତଥା ଏକ୍‌ଜାମିନର ଭାବେ ତାଙ୍କର ଦକ୍ଷତା ରହିଆସିଛି। ମିଗ୍‌-୨୧, ମିଗ୍‌-୨୩ଏମ୍‌ଏଫ୍‌, ମିଗ୍‌-୨୯ ଏବଂ ସୁଖୋଇ-୩୦ଏମ୍‌କେଆଇ ଆଦି ଲଢ଼ୁଆ ବିମାନ ଉଡ଼ାଇ ସେ ୩,୮୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଅର୍ଜନ କରିଛନ୍ତି। ତାଙ୍କର କ୍ୟାରିୟର ଦେଖିଲେ ମିଗ୍‌-୨୯ ସ୍କ୍ବାଡର୍ନ କମାଣ୍ଡ୍‌ ଦେବା ସହ ସେ ପୁଣେସ୍ଥିତ ଏୟାରଫୋର୍ସ ଷ୍ଟେଶନ ଦାୟିତ୍ୱରେ ଥିଲେ। ଓ୍ବେଲିଙ୍ଗଟନସ୍ଥିତ ଡିଏସ୍‌ଏସ୍‌ସି ଏବଂ ଜାମ୍ବିଆର ଲୁସାକାସ୍ଥିତ ଡିଫେନ୍ସ ସର୍ଭିସେସ୍‌ କମାଣ୍ଡ୍‌ ଆଣ୍ଡ୍‌ ଷ୍ଟାଫ୍‌ କଲେଜ (ଡିଏସ୍‌ସିଏସ୍‌ସି)ରେ ଇନ୍‌ଷ୍ଟ୍ରକ୍ଟର ଭାବେ ସେବା ଯୋଗାଇ ଥିଲେ। ସେ ଶ୍ରୀନଗର ଏୟାର ଫୋର୍ସ ଷ୍ଟେଶନରେ ଚିଫ୍‌ ଅପରେଶନ୍ସ ଅଫିସର, ଡୁଣ୍ଡିଗାଲ ଏୟାରଫୋର୍ସ ଏକାଡେମୀରେ ଡେପୁଟି କମାଣ୍ଡାଣ୍ଟ୍‌ ଏବଂ ଏୟାର ଷ୍ଟାଫ୍‌ ଅପରେସନ୍ସର ଆସିଷ୍ଟାଣ୍ଟ ଚିଫ୍‌ ଭବେ ମଧ୍ୟ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ଏୟାର ଷ୍ଟାଫ୍‌ (ପର୍ସୋନେଲ ଅଫିସର୍ସ) ଆସିଷ୍ଟାଣ୍ଟ ଚିଫ୍‌ ଏବଂ ନୂଆଦିଲ୍ଲୀସ୍ଥିତ ବାୟୁସେନା ଭବନ ମୁଖ୍ୟାଳୟରେ ଡେପୁଟି ଚିଫ୍‌ ଅଫ୍‌ ଏୟାର ଷ୍ଟାଫ୍‌ ହୋଇଥିଲେ। କାର୍ଯ୍ୟ ପ୍ରତି ଏକନିଷ୍ଠତା ଯୋଗୁ ତାଙ୍କୁ ୨୦୧୯ ଅକ୍ଟୋବରରୁ ଜୁଲାଇ ୨୦୨୦ ଯାଏ ଇଷ୍ଟର୍ନ ଏୟାର କମାଣ୍ଡ୍‌ର ସିନିୟର ଏୟାର ଷ୍ଟାଫ୍‌ ଅଫିସର ଦାୟିତ୍ୱ ମିଳିଥିଲା। ଭାରତୀୟ ବାୟୁସେନାର ଓ୍ବେଷ୍ଟର୍ନ କମାଣ୍ଡ୍‌ର ଏୟାର ଅଫିସର କମାଣ୍ଡିଂ ଇନ୍‌-ଚିଫ୍‌ ହେବା ପରେ ବିବେକ ବାୟୁସେନା ମୁଖ୍ୟାଳୟର ଡେପୁଟି ଚିଫ୍‌ ଅଫ୍‌ ଏୟାର ଷ୍ଟାଫ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ। ବାୟୁସେନାର ଅପରେଶନ ‘ମେଘଦୂତ’ ଓ ‘ସାଫେଦ ସାଗର’ ବେଳେ ଯୁଦ୍ଧ ବିମାନ ଉଡ଼ାଇ ସେ ଜଣେ ଲଢ଼ୁଆ ପାଇଲଟର ପ୍ରମାଣ ଦେଇଛନ୍ତି।
ବୃତ୍ତିଗତ ଜୀବନର ବିଭିନ୍ନ ସ୍ତର ଦେଇ କାର୍ଯ୍ୟ କରିବା ବେଳେ ସେ ଅର୍ଜନ କରିଥିବା ଅଭିଜ୍ଞତା ବଳରେ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବେ ବୋଲି ଦାୟିତ୍ୱ ଗ୍ରହଣ ବେଳେ କହିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ କହିଲେ ସହଧର୍ମିଣୀ ନୀତା ଚୌଧାରୀ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ସଂସାର। ସଂଯୋଗବଶତଃ ତାଙ୍କର ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ। ଏବେ ସେ ରାଫାଲ ଫାଇଟର ଜେଟ୍‌ର ପାଇଲଟ ଅଛନ୍ତି।

  • ଜିତେନ୍ଦ୍ର କୁମାର ନାୟକ

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri