ବାୟୁସେନାର ମଙ୍ଗୁଆଳ

ଭବିଷ୍ୟତର ନିରାପତ୍ତା ଆହ୍ବାନକୁ ଦୃଷ୍ଟିରେ ରଖି ଭାରତ ତା’ର ସାମରିକ ଶକ୍ତି ସୁଦୃଢ଼ ଲକ୍ଷ୍ୟରେ ସ୍ଥଳ, ବାୟୁ ଓ ନୌବାହିନୀ ମଧ୍ୟରେ ସମ୍ମିଶ୍ରଣ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛି। ୨୦୨୩ ଜାନୁୟାରୀ ସୁଦ୍ଧା ଏହା ପୂର୍ଣ୍ଣାଙ୍ଗ ହେବ ବୋଲି କୁହାଯାଉଛି। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ୍‌ ରାଓ୍ବତ ଏ ଦିଗରେ ଜୋର ଦେଇ ଆସୁଥିବା ବେଳେ ଚଳିତ ବର୍ଷ ଜୁଲାଇରେ ଏୟାର ଚିଫ୍‌ ମାର୍ଶାଲ ଥିବା ଆରକେଏସ୍‌ ଭାଦୁରିଆ ସାମରିକ କ୍ଷେତ୍ରରେ ଏଭଳି ଅଗ୍ରଗତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରତ୍ୟେକ ବଳକୁ ବ୍ୟବସ୍ଥିତ କରାଯିବା ପରେ ସମନ୍ବୟ ଅଣାଯିବା ଦିଗରେ ପ୍ରସ୍ତୁତି ଦରକାର ବୋଲି ମତ ରଖିଥିଲେ। ଦୁଇ ଜଣ ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଏହାକୁ ନେଇ ମନୋମାଳିନ୍ୟ ଲାଗି ରହିଥିବା ବେଳେ ନିକଟରେ ଭାଦୁରିଆ ଅବସର ନେଇଛନ୍ତି। ୩୦ ସେପ୍ଟେମ୍ବରରେ ତାଙ୍କ ସ୍ଥାନରେ ନୂଆ ଏୟାର ଚିଫ୍‌ ମାର୍ଶାଲ ଭାବେ ବିବେକ ରାମ ଚୌଧାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ନୂଆ ଅଧିକାରୀ ସିଡିଏସ୍‌ଙ୍କ ସହ ସମନ୍ବୟ ରକ୍ଷା କରି ବାୟୁସେନାକୁ କେଉଁ ଦିଗରେ ଉଡ଼ାଇ ଦେଶ ପାଇଁ ସଫଳତା ଆଣିବେ ତାହା ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି।
ବିବେକ ୪ ସେପ୍ଟେମ୍ବର ୧୯୬୨ରେ ମହାରାଷ୍ଟ୍ରର ନାନ୍ଦେଡ୍‌ ଜିଲା ହାଡଗାଓଁ ତାଲୁକ ଅନ୍ତର୍ଗତ ଏକ ଛୋଟିଆ ଗାଁ ହସ୍ତାରାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ହାଡଗାଓଁ ତାଲୁକର କୋଲିସ୍ଥିତ ଏକ ଜିଲା ପରିଷଦ ସ୍କୁଲରେ ଶିକ୍ଷକ ଥିଲେ। ହେଲେ ପିତା ହାଇଦ୍ରାବାଦରେ ଏକ କମ୍ପାନୀ ଚଳାଉଥିଲେ। ମାତା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ। ନାନ୍ଦେଡ୍‌ରେ ବିବେକଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ପୁଣେର ଏକ ସାମରିକ ସ୍କୁଲରେ ପଢ଼ିଥିଲେ। ତାମିଲନାଡୁର ଓ୍ବେଲିଙ୍ଗଟନ୍‌ସ୍ଥିତ ଡିଫେନ୍ସ ସର୍ଭିସେସ୍‌ ଷ୍ଟାଫ୍‌ କଲେଜ (ଡିଏସ୍‌ଏସ୍‌ସି)ରେ ପଢ଼ା ଶେଷ କରିବା ପରେ ସେ ୨୯ ଡିସେମ୍ବର ୧୯୮୨ରେ ଏୟାରଫୋର୍ସର ଫାଇଟର ପାଇଲଟ ଭାବେ ଯୋଗ ଦେଇଥିଲେ। ଜଣେ ଯୋଗ୍ୟ ଫ୍ଲାଇଟ୍‌ ଇନ୍‌ଷ୍ଟ୍ରକ୍ଟର, ଇନ୍‌ଷ୍ଟ୍ରୁମେଣ୍ଟ ରେଟିଂ ଇନ୍‌ଷ୍ଟ୍ରକ୍ଟର ତଥା ଏକ୍‌ଜାମିନର ଭାବେ ତାଙ୍କର ଦକ୍ଷତା ରହିଆସିଛି। ମିଗ୍‌-୨୧, ମିଗ୍‌-୨୩ଏମ୍‌ଏଫ୍‌, ମିଗ୍‌-୨୯ ଏବଂ ସୁଖୋଇ-୩୦ଏମ୍‌କେଆଇ ଆଦି ଲଢ଼ୁଆ ବିମାନ ଉଡ଼ାଇ ସେ ୩,୮୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଅର୍ଜନ କରିଛନ୍ତି। ତାଙ୍କର କ୍ୟାରିୟର ଦେଖିଲେ ମିଗ୍‌-୨୯ ସ୍କ୍ବାଡର୍ନ କମାଣ୍ଡ୍‌ ଦେବା ସହ ସେ ପୁଣେସ୍ଥିତ ଏୟାରଫୋର୍ସ ଷ୍ଟେଶନ ଦାୟିତ୍ୱରେ ଥିଲେ। ଓ୍ବେଲିଙ୍ଗଟନସ୍ଥିତ ଡିଏସ୍‌ଏସ୍‌ସି ଏବଂ ଜାମ୍ବିଆର ଲୁସାକାସ୍ଥିତ ଡିଫେନ୍ସ ସର୍ଭିସେସ୍‌ କମାଣ୍ଡ୍‌ ଆଣ୍ଡ୍‌ ଷ୍ଟାଫ୍‌ କଲେଜ (ଡିଏସ୍‌ସିଏସ୍‌ସି)ରେ ଇନ୍‌ଷ୍ଟ୍ରକ୍ଟର ଭାବେ ସେବା ଯୋଗାଇ ଥିଲେ। ସେ ଶ୍ରୀନଗର ଏୟାର ଫୋର୍ସ ଷ୍ଟେଶନରେ ଚିଫ୍‌ ଅପରେଶନ୍ସ ଅଫିସର, ଡୁଣ୍ଡିଗାଲ ଏୟାରଫୋର୍ସ ଏକାଡେମୀରେ ଡେପୁଟି କମାଣ୍ଡାଣ୍ଟ୍‌ ଏବଂ ଏୟାର ଷ୍ଟାଫ୍‌ ଅପରେସନ୍ସର ଆସିଷ୍ଟାଣ୍ଟ ଚିଫ୍‌ ଭବେ ମଧ୍ୟ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ଏୟାର ଷ୍ଟାଫ୍‌ (ପର୍ସୋନେଲ ଅଫିସର୍ସ) ଆସିଷ୍ଟାଣ୍ଟ ଚିଫ୍‌ ଏବଂ ନୂଆଦିଲ୍ଲୀସ୍ଥିତ ବାୟୁସେନା ଭବନ ମୁଖ୍ୟାଳୟରେ ଡେପୁଟି ଚିଫ୍‌ ଅଫ୍‌ ଏୟାର ଷ୍ଟାଫ୍‌ ହୋଇଥିଲେ। କାର୍ଯ୍ୟ ପ୍ରତି ଏକନିଷ୍ଠତା ଯୋଗୁ ତାଙ୍କୁ ୨୦୧୯ ଅକ୍ଟୋବରରୁ ଜୁଲାଇ ୨୦୨୦ ଯାଏ ଇଷ୍ଟର୍ନ ଏୟାର କମାଣ୍ଡ୍‌ର ସିନିୟର ଏୟାର ଷ୍ଟାଫ୍‌ ଅଫିସର ଦାୟିତ୍ୱ ମିଳିଥିଲା। ଭାରତୀୟ ବାୟୁସେନାର ଓ୍ବେଷ୍ଟର୍ନ କମାଣ୍ଡ୍‌ର ଏୟାର ଅଫିସର କମାଣ୍ଡିଂ ଇନ୍‌-ଚିଫ୍‌ ହେବା ପରେ ବିବେକ ବାୟୁସେନା ମୁଖ୍ୟାଳୟର ଡେପୁଟି ଚିଫ୍‌ ଅଫ୍‌ ଏୟାର ଷ୍ଟାଫ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ। ବାୟୁସେନାର ଅପରେଶନ ‘ମେଘଦୂତ’ ଓ ‘ସାଫେଦ ସାଗର’ ବେଳେ ଯୁଦ୍ଧ ବିମାନ ଉଡ଼ାଇ ସେ ଜଣେ ଲଢ଼ୁଆ ପାଇଲଟର ପ୍ରମାଣ ଦେଇଛନ୍ତି।
ବୃତ୍ତିଗତ ଜୀବନର ବିଭିନ୍ନ ସ୍ତର ଦେଇ କାର୍ଯ୍ୟ କରିବା ବେଳେ ସେ ଅର୍ଜନ କରିଥିବା ଅଭିଜ୍ଞତା ବଳରେ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବେ ବୋଲି ଦାୟିତ୍ୱ ଗ୍ରହଣ ବେଳେ କହିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ କହିଲେ ସହଧର୍ମିଣୀ ନୀତା ଚୌଧାରୀ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ସଂସାର। ସଂଯୋଗବଶତଃ ତାଙ୍କର ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ। ଏବେ ସେ ରାଫାଲ ଫାଇଟର ଜେଟ୍‌ର ପାଇଲଟ ଅଛନ୍ତି।

  • ଜିତେନ୍ଦ୍ର କୁମାର ନାୟକ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?