ରଥଯାତ୍ରା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ

ପୁରୀ ଅଫିସ,୨୫ା୧: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ତେବେ ଗତ ୬ ତାରିଖଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପାର୍ଶ୍ୱ ରାସ୍ତା କାର୍ଯ୍ୟ ପାଇଁ ଶ୍ରୀନଅରଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାକୁ ସର୍ବସାଧାରଣଙ୍କ ଯାତାୟାତ ପାଇଁ ବନ୍ଦ ରହିଥିଲା। ତେବେ ମଙ୍ଗଳବାର ଉକ୍ତ ରାସ୍ତାକୁ ଭକ୍ତମାନଙ୍କ ନିମନ୍ତେ ପ୍ରଶାସନ ଖୋଲିଛି। ତେବେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସରି ନ ଥିବାବେଳେ କେବଳ ଲୋକମାନେ ଉକ୍ତ ରାସ୍ତା ଦେଇ ଚାଲି ଯାଇପାରିବେ। ତେବେ ଗାଡ଼ି ମୋଟର ଯାତାୟାତ ଉପରେ ବାରଣ କରାଯାଇଛି। ସେହିପରି ମଙ୍ଗଳବାର ଜିଲାପାଳ ଶ୍ରୀମନ୍ଦିର ଚାରିପାଖ ବୁଲି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତେବେ ରଥଯାତ୍ରା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି ।
ଜିଲାପାଳ ସମର୍ଥ ବର୍ମା, ଓବିସିସିର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରଭାତ ପାଣିଗ୍ରାହୀ ପୂରା ଶ୍ରୀମନ୍ଦିର ଚତୁଃପାଶର୍‌ବ ବୁଲି କାର୍ଯ୍ୟର ତଦାରଖ କରିଥିଲେ। ସେହିପରି ସିଂହଦ୍ୱାର ରାସ୍ତା ବନ୍ଦ ଥିବାରୁ ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କୁ ବୁଲି କରି ଯିବାକୁ ପଡୁଥିଲା। ତେବେ ରାସ୍ତା ଖୋଲା ହେବା କାରଣରୁ ଶ୍ରଦ୍ଧାଳୁମାନେ ବେଶ୍‌ ଖୁସି ପ୍ରକଟ କରିଛନ୍ତି। ପ୍ରାୟ ୧୮ଦିନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଥିବା ବଡ଼ଦାଣ୍ଡର ଡ୍ରେନେଜ, ସ୍ବେରେଜ, ଇଲେକ୍ଟ୍ରିସିଟି ଓ ପାଣି ପାଇପ୍‌ ପାଇଁ କାର୍ଯ୍ୟ ଶେଷ ପରେ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ଉକ୍ତ ରାସ୍ତାକୁ ଖୋଲାଯାଇଛି। କାର୍ଯ୍ୟ ପାଇଁ ଗତ ୬ ତାରିଖରେ ହଠାତ୍‌ ଶ୍ରୀମନ୍ଦିର ସିଂହଦ୍ୱାରରୁ ଗଜପତିଙ୍କ ଶ୍ରୀନଅର ରାସ୍ତାକୁ ବନ୍ଦ କରିଦିଆଯାଇଥିଲା। ଫଳରେ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଯାତାୟାତରେ ଅସୁବିଧା ହେଉଥିଲା। ସେହିପରି ଶ୍ରୀମନ୍ଦିର ଚତୁଃପାଶର୍‌ବ କାର୍ଯ୍ୟ ଯୋଗୁ ବାସେଳି ସାହି, ମାର୍କଣ୍ଡେଶ୍ୱର ସାହି, ହରଚଣ୍ଡୀ ସାହି, ବାଲିସାହି ବାସିନ୍ଦା ମଧ୍ୟ ହଇରାଣ ହେଉଛନ୍ତି। ସେମାନଙ୍କ ପାଇଁ ମଧ୍ୟ ରାସ୍ତା କିଭଳି ଖୋଲିପାରିବ ତା’ଉପରେ ଜିଲାପାଳ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।
ତେବେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିକୁ ଜିଲାପାଳ ବର୍ମା ବୁଲିବୁଲି ମିନି ମେଘନାଦ ପାଚେରି, ରାସ୍ତାର ଫେବରବ୍ଳକ କାର୍ଯ୍ୟକୁ ତଦାରଖ କରିଛନ୍ତି। ଏହି ଅବସରରେ ଜିଲାପାଳଙ୍କ ସହ ଓବିସିସି ଓ ଟାଟାର ଅଧିକାରୀ ଉପସ୍ଥିତ ଥିଲେ। ଏନେଇ ଓବିସିସି ଇଞ୍ଜିନିୟର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ବିଶେଷକରି ୨୦ମିଟର ରାସ୍ତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା କୌଣସି ପ୍ରାଚୀର ନୁହେଁ କେବଳ ୭୫ମିଟରକୁ ୫୫ମିଟରରେ ଏକ ବ୍ୟାରିୟର ନିର୍ମାଣ କରାଯାଉଛି। ଫଳରେ କୌଣସି ଗାଡି ମୋଟର ଯେପରି ମନ୍ଦିର ନିକଟବର୍ତ୍ତୀ ହେବ ନାହିଁ। ଫେବରବ୍ଲକ ନିର୍ମାଣ ଆରମ୍ଭ ହୋଇଛି। ତେବେ ଭକ୍ତମାନେ ଯେପରି ଭଲ ଭାବେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି। ଦିନ ରାତି କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ପଶ୍ଚିମପଟ ପାର୍ଶ୍ୱରେ ଫେବର ବ୍ଲକ୍‌ କାର୍ଯ୍ୟ ଚାଲିଛି। ତେବେ ଚଳିତ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଫେଜ ସ୍ତରରେ କାର୍ଯ୍ୟ ସରିବ। ସିଂହଦ୍ୱାର ପାଖ ରାସ୍ତା ଖୋଲା ହେବାକୁ ନେଇ ପୁରୀ ବାସିନ୍ଦା ମାନସଙ୍କ କହିବା ଅନୁଯାୟୀ, ଯିବାଆସିବା ପାଇଁ ଆଶ୍ୱସ୍ତି ମିଳିଲା। ରାସ୍ତା ବନ୍ଦ ଥିବାରୁ ବୁଲି ଯିବାକୁ ହେଉଥିଲା। ସେହିପରି ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ପ୍ରଶାସନ ଯଥାଶୀଘ୍ର ଶେଷ କରୁ। ଫଳରେ ପୁରୀବାସୀ ବିଶେଷକରି ଶ୍ରୀମନ୍ଦିର ଚାରିପାଖରେ ରହୁଥିବା ଲୋକେ ସୁବିଧାରେ ଯାତାୟାତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri