ଆଇଚର-ମୋ ବସ୍‌ ମୁହାଁମୁହିଁ: ୧୦ ଆହତ

ଖୋର୍ଦ୍ଧା ଅଫିସ,୩୦ା୪: ୧୬ନଂ ଜାତୀୟ ରାଜପଥ ପାଲଟିଛି ମରଣାଯନ୍ତା। ଶୁକ୍ରବାର ଗଡ଼ଖୋର୍ଦ୍ଧା ଛକରେ ଦୁଇ ଗାଡ଼ି ମୁହାମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ। ସେହିପରି ରବିବାର ମଧ୍ୟାହ୍ନରେ ଏହି ରାଜପଥ ପିତାପଲ୍ଲୀ ଛକରେ ମୋ ବସ ସହ ଆଇଚର୍‌ ମୁହାଁମୁହିଁ ଧକ୍କା ହୋଇଛି। ଆଇଚର୍‌ର ଡ଼୍ରାଇଭରଙ୍କ ସମେତ ୨ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଖବରପାଇ ଟାଉନ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କାରଇଛନ୍ତି। ଉଭୟ ଗାଡି ସମ୍ମୁଖ ଭାଗ ଚୂର୍‌ମାର ହୋଇଯାଇଛି। ଆଇଚର ଡ୍ରାଇଭରଙ୍କୁ ଅଗ୍ନିଶମ କର୍ମଚାରୀ ଗ୍ୟାସ୍‌ କଟରରେ କାଟି ବାହାର କରିଥିଲେ। ଏଥି ସହିତ ମୋ ବସ୍‌ରେ ଥିବା ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ମହିଳା ଗୁରୁତର ଥିବା ଜଣାପଡ଼ିଛି। ମୋ ବସ୍‌ଟି ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଆଇଚର ଭୁବନେଶ୍ବର ପଟୁ ପିତାପଲୀ ଛକ ଦେଇ ବିପରୀତ ଦିଗରୁ ଖୋର୍ଦ୍ଧା ସହର ଆଡ଼କୁ ଯାଉଥିଲା। ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତଙ୍କ ପରିଚୟ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri