ବିଜେଡିକୁ ନେଇ AI କଲା ବଡ଼ ଭବିଷ୍ୟବାଣୀ, ଯଦି ସତ ହୁଏ…

ଭୁବନେଶ୍ୱର,୯।୪: ବିଜେଡିର ଭବିଷ୍ୟତ ଏବେ କ’ଣ ହେବ ତା’ ନେଇ ଓଡ଼ିଶା ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି। ୨୪ ବର୍ଷର ଦୀର୍ଘ ଶାସନ ପରେ ୨୦୨୪ ନିର୍ବାଚନରେ ବିଜେଡି ଭାଜପା ଠାରୁ ପରାଜୟ ହାସଲ କରିଥିଲା। ଏହା ପରେ ଦଳର ଭବିଷ୍ୟତ ନେଇ ଅନେକ ପ୍ରଶ୍ନ ଉଠିଛି। ବିଜେଡିର ଆଗାମୀ ଭବିଷ୍ୟତ କ’ଣ ହେବ ତାହା କେବଳ ସମୟ ହିଁ କହିପାରିବ। ବିଜେଡିର ଭବିଷ୍ୟତକୁ ନେଇ ଅନେକ ରାଜନୈତିକ ବିଶେଷଜ୍ଞ ବିଭିନ୍ନ ଆକଳନ କରୁଛନ୍ତି। ବିଭିନ୍ନ ବରିଷ୍ଠ ନେତା ତଥା ତୁଙ୍ଗ ନେତା ଅନେକ କଥା କହୁଛନ୍ତି। କିନ୍ତୁ ଏହାରି ଭିତରେ AI ବିଜେଡିକୁ ନେଇ ଏମିତି କିଛି ଭବିଷ୍ୟବାଣୀ କରିଛି ଯାହାକୁ ଶୁଣି ସମସ୍ତେ ତାଜୁବ ହୋଇଯାଇଛନ୍ତି। ଏଆଇର ଆକଳନକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଭୂକମ୍ପ ସୃଷ୍ଟି ହୋଇଛି। ତେବେ ଆସନ୍ତୁ ଜାଣିବା ବିଜେଡିକୁ ନେଇ ଏଆଇ କ’ଣ କହିଛି…

AI predictions about BJD: ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦୀର୍ଘ ସମୟ ଧରି ଓଡ଼ିଶାରେ ଏକ ଶକ୍ତିଶାଳୀ ରାଜନୈତିକ ଶକ୍ତି ହୋଇ ରହିଥିଲା। କିନ୍ତୁ ୨୦୨୪ ନିର୍ବାଚନରେ ଦଳଟି ବିଧାନସଭାରେ ୫୧ଟି ଆସନ ଓ ଲୋକ ସଭାରେ ଗୋଟିଏ ବି ଆସନ ଜିତି ପାରି ନଥିଲା। ଏହା ପରେ ଦଳରୁ ଦୁଇ ରାଜ୍ୟ ସଭା ଏମପି ମମତା ମହାନ୍ତ ଓ ସୁଜିତ କୁମାର ଭାଜପାକୁ ଯାଇଥିବା ବେଳେ ସ୍ଥାନୀୟ ସ୍ତରରେ ଅନେକ ନେତା ମଧ୍ୟ ଦଳ ଛାଡ଼ିଛନ୍ତି। ଯାହା ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

AI predictions about BJD: ସାମ୍ପ୍ରତିକ ଖବର ଅନୁସାରେ, ଭାଜପା ଏମପି ବଳଭଦ୍ର ମାଝୀ ଦାବି କରିଛନ୍ତି ଯେ, ବିଜେଡିର କୌଣସି ସ୍ପଷ୍ଟ ଆଦର୍ଶ ଓ ଦିଗଦର୍ଶନ ନାହିଁ, ଯାହା ଦଳକୁ ଓଡ଼ିଶାରୁ ଧୀରେ ଧୀରେ ଲିଭାଇ ଦେବ। ଅନ୍ୟପକ୍ଷରେ, ନବୀନ ପଟ୍ଟନାୟକ ଦଳର ୨୮ତମ ପ୍ରତିଷ୍ଠା ଦିବସରେ କହିଥିଲେ ଯେ, “ବିଜେଡିର ଭବିଷ୍ୟତ ଉଜ୍ଜ୍ୱଳ ଅଛି ଓ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଏହା ଓଡ଼ିଶା ଲୋକଙ୍କ ସେବା କରିବ।”

AI Predict About BJD: ଏଆଇ ବିଶ୍ଳେଷଣ କହୁଛି, ବିଜେଡିର ଭବିଷ୍ୟତ ନିର୍ଭର କରୁଛି ନବୀନଙ୍କ ନେତୃତ୍ୱ, ଦଳୀୟ ସଂଗଠନର ପୁନର୍ଗଠନ ଓ ଭାଜପା ସରକାରଙ୍କ ବିରୋଧରେ ଏକ ଶକ୍ତିଶାଳୀ ବିରୋଧୀ ଭୂମିକା ଉପରେ। ଯଦି ଦଳ ନିଜର ଗାଁ ସ୍ତରୀୟ ସମର୍ଥନ ପୁନରୁଦ୍ଧାର କରି ପାରେ ଓ ନୂଆ ନେତୃତ୍ୱ ଆଗକୁ ଆଣିବ, ତେବେ ଏହା ପୁଣି ଥରେ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରି ପାରିବ। କିନ୍ତୁ ଏହା ନ ହେଲେ, ଭାଜପା ଓ କଂଗ୍ରେସ ଭଳି ଦଳମାନଙ୍କ ପାଇଁ ଏହା ଅସୁବିଧା ସୃଷ୍ଟି କରିପାରେ। ପଞ୍ଚାୟତ ନିର୍ବାଚନ ଓ ଅନ୍ୟାନ୍ୟ ସ୍ଥାନୀୟ ନିର୍ବାଚନ ଆଗାମୀ ଦିନରେ ବିଜେଡିର ସ୍ଥିତି ସ୍ପଷ୍ଟ କରିବ। ଏଆଇ ଅନୁସାରେ, ସଠିକ ରଣନୀତି ଓ ଜନସମର୍ଥନ ବିଜେଡିକୁ ପୁନର୍ଜନ୍ମ ଦେଇପାରେ, ନଚେତ ଦଳର ଅବସ୍ଥା ଦୁର୍ବଳ ହେବାର ଆଶଙ୍କା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?