‘ଗ୍ଲୋବାଲ ରିସ୍କ ରିପୋର୍ଟ -୨୦୨୪‘ରେ ପ୍ରଥମ ସ୍ଥାନରେ ‘ହ୍ବାଟସଆପ୍‌ ୟୁନିଭରସିଟିର ଜ୍ଞାନ’, ବିଶ୍ୱ ପାଇଁ ଆଣୁଛି ବଡ ବିପଦ

ନୂଆଦିଲ୍ଲୀ,୧୨।୧: ଯଦି ଆପଣ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ଏବଂ ବୋମା କିମ୍ବା ପ୍ରଦୂଷଣକୁ ଦୁନିଆ ପାଇଁ ବିପଜ୍ଜନକ ବୋଲି ଭାବୁଛନ୍ତି କି? ଯଦି ଏପରି ଭାବୁଛନ୍ତି, ଏହା ସମ୍ପୂର୍ଣ୍ଣ ରୂପେ ଭୂଲ ଅଟେ। ଆଗାମୀ ୨ ବର୍ଷ ବିଶ୍ୱ ପାଇଁ ସବୁଠାରୁ ବଡ ବିପଦପୂର୍ଣ୍ଣ ହେବାକୁ ଯାଉଛି। ତେବେ ଏହାର କାରଣ କୌଣସି ପ୍ରାକୃତିକ ଦୁର୍ବିପାକ ନୁହେଁ ତାହା ହେଉଛି ହ୍ବାଟସଆପ୍‌ ୟୁନିଭରସିଟି।

ସୂଚନାଥାଉ କି, ବିଶ୍ୱ ଅର୍ଥନୈତିକ ଫୋରମ ଏକ ରିପୋର୍ଟ ପ୍ରକାଶ କରିଛି। ‘ଗ୍ଲୋବାଲ ରିସ୍କ ରିପୋର୍ଟ -୨୦୨୪’ରେ, ଆସନ୍ତା ୨ବର୍ଷ ମଧ୍ୟରେ ବିଶ୍ୱ ସମ୍ମୁଖୀନ ହେବାକୁ ଥିବା ୧୦ଟି ବଡ ବିପଦ ଏଥିରେ ତାଲିକାଭୁକ୍ତ କରାଯାଇଛି। ତେବେ ଏଥିରେ ପ୍ରଥମରେ କାହାର ନାଁ ରହିଛି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱର ଟପ୍‌ ରିସ୍କ ରିପୋର୍ଟରେ ପ୍ରଥମ ସ୍ଥାନ ହ୍ବାଟସଆପ୍‌ ୟୁନିଭରସିଟି ଦଖଲ କରିଛି।

‘ଭୁଲ ସୂଚନା’ ବା ଫେକ୍‌ ନ୍ୟୁଜ ବିଶ୍ୱ ପାଇଁ କିପରି ସବୁଠାରୁ ବଡ ବିପଦ ସାଜିବାକୁ ଯାଉଛି ତାହା ବର୍ଣ୍ଣନା କରାଯାଇଛି। ଏହି ଭୁଲ ତଥ୍ୟ ବା ମିଥ୍ୟା ଖବର ହ୍ବାଟସଆପ୍‌ ୟୁନିଭରସିଟି ଦ୍ୱାରା ଆସିଥାଏ। ଯାହାର ତଥ୍ୟ ଗୋଟିଏ ଆଟମ ବମ୍‌ ସହ ସମାନ।

କଥାରେ ଅଛି, ଅଳ୍ପ ବିଦ୍ୟା ଭୟଙ୍କରୀ। ଅଳ୍ପ ବିଦ୍ୟା ବା ଏହି ଭୁଲ ତଥ୍ୟରେ ଗର୍ବ ଦେଖାଇବା ବିପଦ ସାଜିପାରେ। ଏହା ଏପରି ଏକ ସଂକ୍ରମଣ ପରି ଲୋକ-ଲୋକ ମଧ୍ୟରେ ମାଡି ଚାଲିଛି ଯାହାଦ୍ୱାରା କୋଟି କୋଟି ଲୋକଙ୍କ କ୍ଷତି ହେବାର ଆଶଙ୍କା ରହିଛି। ସମୟ ଏପରି କି, ଲୋକମାନେ ହ୍ବାଟସଆପ ୟୁନିଭରସିଟିରୁ ସଠିକ ତଥ୍ୟ ପାଇପାରୁ ନାହାଁନ୍ତି, କିଛି ଭୁଲ ତଥ୍ୟ ଯୋଗୁ ଅଳ୍ପ ବିଦ୍ୟା ଥିବା ଲୋକଙ୍କର ସଂଖ୍ୟା ତ ବଢୁଛି ହେଲେ ତାହା ଏକ ଟାଇମ୍‌ ବମ୍‌ ପରି ମାନବସମାଜର କ୍ଷୟକ୍ଷତି ପାଇଁ କାଊଣ୍ଟଡାଉନ୍‌ ଆରମ୍ଭ କରିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଆଗାମୀ ଭବିଷ୍ୟତରେ ‘ଫ୍ୟାକ୍ଟ ଚେକ’ର ଆବଶ୍ୟକତା ଆହୁରି ବୃଦ୍ଧି ପାଇବ।

ବିଶ୍ୱ ଅର୍ଥନୈତିକ ଫୋରମର ଗ୍ଲୋବାଲ ରିସ୍କ ରିପୋର୍ଟ -୨୦୨୪ ଲିଷ୍ଟକୁ ଆହୁରି ନିରେଖେଇ ଦେଖିଲେ ଫେକ୍‌ ନ୍ୟୁଜ ପରେ ବିଶ୍ୱ ପାଇଁ ସବୁଠାରୁ ବଡ ବିପଦ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି। ଆଗାମୀ ୧୦ ବର୍ଷର ପୂର୍ବାନୁମାନରେ, ଏହା ବିଶ୍ୱ ପାଇଁ ସବୁଠାରୁ ବଡ ବିପଦ ହେବ। ଭବିଷ୍ୟତରେ ‘ଜଳବାୟୁ ପରିବର୍ତ୍ତନ’ ଗୋଟିଏ ବିପଦ ଭାବେ ମାନବକୁଳ ଆଗରେ ଉଭା ହେବ।

ତାଲିକାରେ ସବୁଠାରୁ ବଡ ବିପଦ ଭାବରେ, ସମାଜ ମଧ୍ୟରେ ଧ୍ରୁବୀକରଣ ବୃଦ୍ଧି ତୃତୀୟ, ସାଇବର ଠକେଇ ଚତୁର୍ଥ, ଯୁଦ୍ଧ ପଞ୍ଚମ, ଲୋକଙ୍କ ପାଇଁ ଆର୍ଥିକ ସୁଯୋଗ ହ୍ରାସ ଷଷ୍ଠ, ମୁଦ୍ରାସ୍ଫୀତି ସପ୍ତମ, ବାଧ୍ୟତାମୂଳକ ପଳାୟନ ଅଷ୍ଟମ, ଅର୍ଥନୈତିକ ଅବନତିର ସମ୍ଭାବନା ନବମ ଏବଂ ପ୍ରଦୂଷଣ ଦଶମ ସ୍ଥାନରେ ବିବେଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?