ଏଇ ଭାରତରେ

ଅବସର ପରର ଦିନଗୁଡ଼ିକୁ ଅନେକେ ବିଶ୍ରାମର ସମୟ ବୋଲି କହୁଥିବାବେଳେ କେରଳ କୋଟାୟମର ଚିଙ୍ଗନାସ୍ମିରି ବାସିନ୍ଦା ଜୋଶେଫ କରାକାଡୁଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କୁ ଏବେ ୭୨ ବର୍ଷ ବୟସ। ନିରନ୍ତର ପ୍ରଚେଷ୍ଟା ଦ୍ୱାରା ସେ ଡ୍ରାଗନ ଚାଷରେ ସଫଳ ହୋଇଛନ୍ତି। ତାଇଓ୍ବାନ,ବ୍ରାଜିଲ,ଫିଲିଫାଇନ୍ସ, ଅଷ୍ଟ୍ରେଲିଆ, ଇକ୍ୱେଡର ଓ ଆମେରିକାରୁ ଡ୍ରାଗନ୍‌ ଷ୍ଟେମ୍‌ ମଗାଇ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଇବା ସହ ନିଜେ ଚାଷ ମଧ୍ୟ କରୁଛନ୍ତି ଓ ବିଭିନ୍ନ ଦେଶକୁ ୮୮ କିସମର ଡ୍ରାଗନ ଫ୍ରୁଟସ୍‌ ରପ୍ତାନୀ କରୁଛନ୍ତି। ପେସାରେ କରାକାଡ୍ଡୁ ଜଣେ ଇଣ୍ଡଷ୍ଟ୍ରିଆଲ ଟେକ୍‌ନିସିଆନ। ସେ ଚାକିରିରୁ ଅବସର ନେବାପରେ ପିଲାମାନଙ୍କ ପଢ଼ା ଲାଗି ଡ୍ରାଗନଫ୍ରଟ୍ସ ନର୍ସରୀ ଆରମ୍ଭ କରିଥିଲେ। କରାକାଡ୍ଡୁ ନିଜେ ମଧ୍ୟ ଦୁଇଟି କିସମର ଡ୍ରାଗନ୍‌ଫ୍ରୁଟ ବିକାଶ କରଛନ୍ତି। ଗୋଟିଏର ନାମ ‘ଲାଲମିଚ୍ଚର୍’ି ଓ ଅନ୍ୟଟିର ନାମ ରଖିଛନ୍ତି ‘ଓ୍ବଣ୍ଡର ବୟ’। ଗୋଟିଏ ନୂଆ ପ୍ରକାର ଫଳ ବିକଶିତ କରି ସ୍ବୀକୃତି ପାଇଁ ୫ ବର୍ଷ ଲାଗିଯାଏ ବୋଲି କହନ୍ତି କରାକାଡ୍ଡୁ।