ଏଇ ଭାରତରେ

ପରିବେଶ ପ୍ରଦୂଷଣ ରୋକିବାରେ ରାଜସ୍ଥାନରେ ଜଣେ ଚା’ ବିକାଳିଙ୍କ ପ୍ରୟାସ ପ୍ରଶଂସନୀୟ। ଯେଉଁମାନେ ତାଙ୍କ ଦୋକାନକୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ଆଣୁଛନ୍ତି, ସେମାନଙ୍କୁ ସେ ଚା’ ଓ ଜଳଖିଆ ମାଗଣାରେ ଦେଉଛନ୍ତି। ସେହି ଚା’ ଦୋକାନୀ ହେଉଛନ୍ତି ଭାଗା ସିଂ। ଭାଗାଙ୍କ ବୟସ ୩୧। ରାଜସ୍ଥାନର କୁମ୍ଭଗଡ଼ ଦୁର୍ଗ ନିକଟରେ ତାଙ୍କ ଦୋକାନ। ଭାଗା ରୁହନ୍ତି ଦୁର୍ଗ ନିକଟସ୍ଥ କେଲଓ୍ବାରା ଗଁାରେ। ଆର୍ଥିକ ଅନଟନରୁ ସେ ୮ମ ଶ୍ରେଣୀ ଯାଏ ପଢ଼ିଛନ୍ତି ଏବଂ ୧୨ ବର୍ଷ ହେଲା ଚା’ ବିକ୍ରି କରୁଛନ୍ତି। ଏହି ଦୋକାନ ରୋଜଗାରରେ ସେ ତାଙ୍କ ଦିବ୍ୟାଙ୍ଗ ପିତାଙ୍କ ସହ ୫ ଜଣ ପରିବାର ସଦସ୍ୟଙ୍କ ଭରଣପୋଷଣ କରୁଛନ୍ତି। କୁମ୍ଭଗଡ଼ ଦୁର୍ଗର ପାଚେରି ୩୬ କି.ମି. ଓ ଏହା ଚାଇନା ଓ୍ବାଲ୍‌ ପରେ ବିଶ୍ୱର ଦ୍ୱିତୀୟ ଦୀର୍ଘତମ। ପ୍ରତିଦିନ ସେଠାକୁ ବହୁ ପର୍ଯ୍ୟଟକ ଅସିଥା’ନ୍ତି। ତେବେ ସେଠାକାର ପରିବେଶକୁ ସ୍ବଚ୍ଛ ରଖିବା ଲାଗି ଭାଗା ଡିସେମ୍ବର ୨୦୨୨ରୁ ଏହି ବ୍ୟବସ୍ଥା ଖଞ୍ଜିଛନ୍ତି ଓ ମାସକ ଭିତରେ ୫୦ କେ.ଜି. ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରିିଛନ୍ତି। ୧ କେ.ଜି. ପ୍ଲାଷ୍ଟିକ ବର୍ଜ୍ୟ ଦେଲେ ସେ ଚା’ ସହ ସିଙ୍ଗଡ଼ା ବି ଦେଉଛନ୍ତି। ଭାଗା ଦୋକାନ ଆଗରେ ଲେଖିଛନ୍ତି- ପ୍ଲାଷ୍ଟିକ୍‌ ଦିଅ, ଚା’ ପିଅ। ସେ ଲୋକଙ୍କଠାରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରି ବର୍ଜ୍ୟ ସଂଗ୍ରହକାରୀଙ୍କୁ ଦେଉଛନ୍ତି। ସେଥିରୁ ଲାଭ ଆଶା ନ ରଖି କେବଳ ପରିବେଶକୁ ପ୍ଲାଷ୍ଟିକମୁକ୍ତ କରିବାକୁ ଚାହଁୁଛନ୍ତି ବୋଲି କହନ୍ତି ଭାଗା। କେବଳ ଏତିକି ନୁହେଁ, ସେ ତାଙ୍କ ଗଁାରେ ସ୍ବଚ୍ଛ ପରିମଳ ପାଇଁ ୧୦୦-୧୫୦ ଘରେ ପାଇଖାନା କରିବାକୁ ସାହାଯ୍ୟ କରିଛନ୍ତି।