ଏଜିଙ୍କ କୁଶପୁତ୍ତଳିକା ଦାହ, ପୋଲିସକୁ ଦାୟୀକଲେ ଓକିଲ

ସମ୍ବଲପୁର,୧୩ା୧୨(ବ୍ୟୁରୋ):ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସୋମବାର ସମ୍ବଲପୁର କୋର୍ଟ ପରିସରରେ ତୁମୂଳ କାଣ୍ଡ ଘଟିଛି। ଶତାଧିକ ଆନ୍ଦୋଳନକାରୀ କୋର୍ଟ ପରିସରକୁ ଧସେଇ ପଶି ହୋହଲ୍ଲା, ଭଙ୍ଗାରୁଜା କରିଥିଲେ। ପରେ କୋର୍ଟ ପରିସରରୁ ବିଚାରପତିମାନଙ୍କୁ ବାହାର କରିଦେଇଥିଲେ। ଏଭଳି ଘଟଣା ଏବେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଘଟଣାକୁ ନେଇ ଜିଲା ଓକିଲ ସଂଘ ପୋଲିସର ଅବହେଳାକୁ ଦାୟୀ କରିଛି। ଏହାସହ ଏହାର ତଦନ୍ତ କରାଯାଉ ବୋଲି ଦାବି କରିଛି। ଅନ୍ୟପଟେ ସୁପ୍ରିମକୋର୍ଟ ରାଜ୍ୟ ପୋଲିସର ଅପାରଗତା ନେଇ ଭର୍ତ୍ସନା କରିଛନ୍ତି। ପୋଲିସ ଡିିଜି ଓ ସମ୍ବଲପୁର ଉତ୍ତରାଞ୍ଚଳ ପୋଲିସ ଆଇଜିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୋମବାର ପୂର୍ବାହ୍ନରେ ଆନ୍ଦୋଳନକାରୀ କଚେରି ଛକରେ ହାଇକୋର୍ଟ ଆଡ୍‌ଭୋକେଟ ଜେନେରାଲ (ଏଜି) ଅଶୋକ ପରିଜାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହାସହ ରାଜ୍ୟ ସରକାର ଦେଇଥିବା ରିପୋର୍ଟ ସହ ଏଜି ଦାଶ ଦେଇଥିବା ରିପୋର୍ଟର ତାଳମେଳ ରହୁନାହିଁ। ତେଣୁ ଘଟଣା ପାଇଁ ଦାଶଙ୍କୁ ଦାୟୀ କରିଥିଲେ। ଶୀଘ୍ର ସରକାର ନିର୍ବାଚନ କରି ନୂତନ ନିଯୁକ୍ତି କରନ୍ତୁ ବୋଲି ଆନ୍ଦୋଳନକାରୀ ଦାବି କରିଥିଲେ। ବିଚାରପତିମାନଙ୍କୁ ସୁରକ୍ଷା ଦେବା ସମୟରେ ପୋଲିସ ସହିତ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ ସମସ୍ତଙ୍କୁ ବାହାର କରି କୋର୍ଟର ମୁଖ୍ୟ ଗେଟରେ ତାଲା ପକାଇ ଦେଇଥିଲା।
ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୯ଟାରେ ସମ୍ବଲପୁର କଚେରି ଛକରେ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ କର୍ମୀ, ମହିଳା ସଂଗଠନ, ଛାତ୍ର ପ୍ରତିନିଧି, କିନ୍ନର ସଂଘ, ବିଭିନ୍ନ ବ୍ୟବସାୟିକ ସଂଘ ସମେତ ଶତାଧିକ ଅନୁଷ୍ଠାନ ସାମିଲ ହୋଇଥିଲେ। ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀ ଏକାଠି ହୋଇଥିଲେ। ହାଇକୋର୍ଟ ସ୍ଥାୟୀ ବେଞ୍ଚ ଓ ସ୍ବତନ୍ତ୍ର ରାଜ୍ୟ ଦାବି ନେଇ ନାରାବାଜି କରିଥିଲେ। ଭଜନ, କୀର୍ତ୍ତନ, ଦୁଲଦୁଲି ବାଜା, ସଂପ୍ରଦାରେ କଳାକାରମାନେ ସାମିଲ ହୋଇ କୋର୍ଟ ସମ୍ମୁଖରେ ନାଚଗୀତ କରିଥିଲେ। ଏପଟେ ଆନ୍ଦୋଳନ ଚାଲିଥିବା ବେଳେ କୋର୍ଟ ପଛପଟ ଦେଇ ବିଚାରପତିମାନଙ୍କୁ ପୋଲିସ ସୁରକ୍ଷା ବଳୟରେ କୋର୍ଟ ପରିସରକୁ ନେଇଥିଲା। ଏହା ଜାଣିବା ପରେ ଆନ୍ଦୋଳନକାରୀ ଉତ୍ତ୍ୟକ୍ତ ହୋଇ କୋର୍ଟ ପରିସରକୁ ଧସେଇ ପଶିଥିଲେ। କୋର୍ଟ ବାହାରେ ଓ ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗାଡି ଭଙ୍ଗାରୁଜା, ବାରିକେଟ ଭାଙ୍ଗିବା, ପୋଲିସ ପିସିଆର୍‌ ଭ୍ୟାନ୍‌କୁ ଘେରିଯିବା ଭଳି ଘଟଣା ଦେଖିବାକୁ ମିଳିଥିଲା। ପରେ ସମସ୍ତ ବିଚାରପତିଙ୍କୁ ପୋଲିସ କଡା ସୁରକ୍ଷା ବଳୟରେ ନେଇ ଆବାସରେ ଛାଡିଥିଲା। କିଛି ସମୟ ପରେ ଆନ୍ଦୋଳନ ଶାନ୍ତ ପଡିଥିଲା। ଜିଲା ଓକିଲ ସଂଘ ଘଟଣାକୁ ନିନ୍ଦା କରି ପ୍ରେସ୍‌ ବିବୃତି ଦେଇଛନ୍ତି। ଏ ସମ୍ପର୍କରେ ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି, ଘଟଣା ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ଭିଡିଓଗ୍ରାଫି ଉପରେ ତଦନ୍ତ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri