ନୈରାଶ୍ୟଜନକ ସ୍ଥିତିରେ କୃଷି ସେନ୍‌ସସ୍‌

କେନ୍ଦ୍ରାପଡ଼ା ଅଫିସ,୮ା୬: କରୋନା କଟକଣା କାରଣରୁ ବନ୍ଦ ଥିବା ୧୧ତମ କୃଷି ସେନ୍‌ସସ୍‌ ୨୦୨୨ ଅଗଷ୍ଟ ମାସରେ ଆରମ୍ଭ ହେଲା। ୫ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ସେନ୍‌ସସ୍‌ ଦେଶର କୃଷି ଅର୍ଥନୀତି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଇତିମଧ୍ୟରେ ଆରମ୍ଭକୁ ୧୦ ମାସ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ ଏହାର କାର୍ଯ୍ୟକାରିତା ସ୍ଥିତି ନୈରାଶ୍ୟଜନକ ରହିଛି। ଜିଲାର ୧୫୯୧ ରାଜସ୍ବ ଗ୍ରାମରେ ସର୍ଭେ ହେବାକୁ ଥିବା ବେଳେ ୫୫୧ ଗ୍ରାମରେ ପରିଗଣନାକାରୀ ଅଦ୍ୟାବଧି ପହଞ୍ଚତ୍ ନାହାନ୍ତି। ସେହିପରି ମୋଟ ୧୪୦ ଜଣ ପରିଗଣନାକାରୀଙ୍କ ମଧ୍ୟରୁ ୬ ବ୍ଲକ ଅଞ୍ଚଳରେ ୧୨ ଜଣ ଅଦ୍ୟାବଧି କାମ ଆରମ୍ଭ କରିନାହାନ୍ତି। ତଥ୍ୟ ସଂଗ୍ରହରେ ଏପରି ଅବହେଳା ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି କୃଷକ ନେତା ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସେନ୍‌ସସ୍‌ ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଡିଏମ୍‌ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲାପାଳ ନିରଞ୍ଜନ ବେହେରା, କୃଷି ବିଭାଗ, ରାଜସ୍ବ ବିଭାଗ ଓ ପରିସଂଖ୍ୟାନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ। ଆଲୋଚନାର ତଥ୍ୟ ଅନୁଯାୟୀ ପରିସଂଖ୍ୟାନ ବିଭାଗକୁ ୭୩୪ ଗ୍ରାମ, କୃଷି ବିଭାଗକୁ ୩୮୦ ଗ୍ରାମ ଓ ରାଜସ୍ବ ବିଭାଗକୁ ୪୭୭ ଗ୍ରାମର ସର୍ଭେ ପାଇଁ ଦାୟିତ୍ୱ ବଣ୍ଟନ ହୋଇଥିଲା। ଏଥିପାଇଁ ଜିଲାର ୯ ତହସିଲ ଅଞ୍ଚଳରେ ମୋଟ ୧୪୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ମାର୍ଶାଘାଇ ବ୍ଲକରେ ଗିତୁରଞ୍ଜନ ବେହେରା, ପ୍ରଫୁଲ୍ଲ କୁମାର ଦାସ, ପଟ୍ଟାମୁଣ୍ଡାଇ ବ୍ଲକ୍‌ରେ ରଣଜିତ ମୁର୍ମୁ, ବିଦୂର ନାୟକ, ଏଡିସନ ଏକ୍କା, ରାଜନଗର ବ୍ଲକର ପ୍ରଦ୍ୟୁମ୍ନ କେଶରୀ ବେହୁରା, ମହାକାଳପଡ଼ା ବ୍ଲକର ବାଜନାଥ ଟୁଡୁ, ତେଜକୁମାର କେରକେଟା, ଡେରାବିଶ ବ୍ଲକର ଶୁଭଶ୍ରୀ ମଲିକ, ବିଜୟ ଲକ୍ଷ୍ମୀ ସେଠୀ ଓ ଗରଦପୁର ବ୍ଲକର ଚିତ୍ତରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ସ୍ବାଇଁ ଏହି ସେନ୍‌ସସ୍‌ରେ ଭାଗ ନେଇନାହାନ୍ତି। ସେହିପରି ଜିଲାର ମୋଟ ୧୯୯୧ ରାଜସ୍ବ ଗ୍ରାମ ମଧ୍ୟରୁ ୧୦୪୦ଟିରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୩୫୩ଟି ଗ୍ରାମରେ ସର୍ଭେ ହୋଇଛି। ତେବେ ଜୁନ୍‌ ୫ ତାରିଖ ସୁଦ୍ଧା ମାତ୍ର ୧୭୧ ଗ୍ରାମର ସେନ୍‌ସସ୍‌ ତଥ୍ୟ ପୋର୍ଟାଲରେ ଅପ୍‌ଲୋଡ ହୋଇଛି, ଯାହା ଜିଲାର ମାତ୍ର ୧୬ ପ୍ରତିଶତ କାମ ହୋଇଥିବା ସୂଚନା ମିଳିଛି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର, ବିଜୟ ପରିଡା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, କୃଷି ହିଁ ଭାରତର ଆତ୍ମା। ନାମମାତ୍ର ଚାଷୀଙ୍କଠାରୁ ବୃହତ୍‌ ଚାଷୀ ଏହି ଦେଶର ଜିଡିପିକୁ ବୃଦ୍ଧି କରାଇଥାଆନ୍ତି। ତେବେ ଦେଶରେ କୃଷକ ସର୍ବଦା ଅବହେଳିତ। ଉପତ୍ାଦିତ ଦ୍ରବ୍ୟର ବିକ୍ରିଠାରୁ ଆରମ୍ଭ କରି ସମ୍ମାନ ପାଇବାରେ ବେଶ୍‌ ପଛୁଆ ଅଛି। ଜାତୀୟ ଅର୍ଥନୀତିକୁ ପରିଚାଳିତ କରୁଥିବା କୃଷି ଓ କୃଷକଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ୧୯୭୧- ୭୨ ଆର୍ଥିକ ବର୍ଷରେ କୃଷି ସେନ୍‌ସସ୍‌ ଦେଶରେ ଆରମ୍ଭ ହେଲା। କେତେ ଜମିରେ ଚାଷ ହେଉଛି, ଜମିର ମାଲିକାନାଠାରୁ ଆରମ୍ଭ କରି କେଉଁ ପ୍ରକାର ଚାଷ ଅଧିକ ଲାଭଦାୟୀ ହେବ, ସେ ସମ୍ପର୍କରେ ଏପରି ସେନ୍‌ସସ୍‌ ଦ୍ୱାରା ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। ଫଳରେ ଜଳସେଚନଠାରୁ ଆରମ୍ଭ କରି ଉପତ୍ାଦିତ ଦ୍ରବ୍ୟର ଉଚିତ ମୂଲ୍ୟରେ ବିକ୍ରି ସହଜ ହେବ। ଚଳିତ ୧୧ତମ କୃଷି ସେନ୍‌ସସ୍‌କୁ ଡିଜିଟାଲାଇଜେଶନ କରାଯାଉଛି। ମୋବାଇଲ, ଟାବ୍‌ଲେଟ ଆଦି ବ୍ୟବହାର କରାଯାଇ ତଥ୍ୟ ସଂଗ୍ରହକୁ ସରଳ କରାଯାଇଛି। ଏନେଇ କର୍ମଚାରୀଙ୍କୁ ପୂର୍ବରୁ ପ୍ରଶିକ୍ଷିତ କରାଯାଇଛି। ଏହାସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାର ସର୍ଭେ କାର୍ଯ୍ୟକୁ ପ୍ରଶାସନିକ କର୍ମଚାରୀ ଅଣଦେଖା କରିଛନ୍ତି। ଫଳରେ ଜିଲାର କୃଷି ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତି ଭଣ୍ଡୁର ହେବ। ଏହି ଜିଲାରେ ବୃହତ୍‌ ଚାଷୀ ନ ଥିବା ବେଳେ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ଅଧିକ। ଶିଳ୍ପ, ଖଣିବିହୀନ ଏହି ଜିଲାର ଅର୍ଥନୀତି କୃଷି ପର୍ଯ୍ୟାବସିିତ। ଏପରି ଅଣଦେଖା କରୁଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ମହାପାତ୍ର କହିଛନ୍ତି, ସର୍ଭେ କାର୍ଯ୍ୟରେ ଶିଥିଳତା ଅଛି। ସମୀକ୍ଷା ବୈଠକରେ ଏନେଇ ତାଗିଦ କରାଯାଇଛି। ଆଗାମୀ ସମୟରେ କାର୍ଯ୍ୟକୁ ଗୁରୁତ୍ୱ ଦେଇ ନ ଥିବା କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏଡିଏମ୍‌ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri