ଓୟୁଏଟିରେ କୃଷି ଇଞ୍ଜିନିୟରିଂ ଶିକ୍ଷା

ଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୧୯୬୨ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନିରନ୍ତର ପ୍ରଚେଷ୍ଟା ଜାରିରଖିଛି ଏବଂ ରାଜ୍ୟରେ ଚାଷୀମାନଙ୍କର ଉନ୍ନତିରେ ସହାୟକ ହୋଇପାରିଛି। ବିଶ୍ୱବିଦ୍ୟାଳୟରେ କୃଷି, ଉଦ୍ୟାନ, କୃଷି ଯାନ୍ତ୍ରିକ, ପଶୁପାଳନ, ମାଛଚାଷ, ବନ ବିଜ୍ଞାନ, ଗୋଷ୍ଠୀ ବିଜ୍ଞାନ, ମୌଳିକ ବିଜ୍ଞାନ ଆଦି ବିଷୟଗୁଡ଼ିକ ଶିକ୍ଷାଦାନ ପାଇଁ ୧୦ଟି ମହାବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରମାନେ ଦେଶ ବିଦେଶରେ କାର୍ଯ୍ୟ କରି ବିଶ୍ୱବିଦ୍ୟାଳୟ ଲାଗି ଗୌରବ ଆଣିପାରିଛନ୍ତି।
କୃଷି ଯନ୍ତ୍ରପାତି ଉପରେ ଶିକ୍ଷାଦାନ ଓ ଗବେଷଣା ଏହି ବିଶ୍ୱବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କୃଷି ଯନ୍ତ୍ରପାତି ଉପରେ ଶିକ୍ଷା ଓ ଗବେଷଣା ପାଇଁ ସ୍ବତନ୍ତ୍ର ଭାବରେ ଏକ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ରହିଛି। ୧୯୬୬ ମସିହାରେ ସ୍ଥାପିତ ଏହି ମହାବିଦ୍ୟାଳୟରୁ ଏପର୍ଯ୍ୟନ୍ତ ୧୮୫୦ରୁ ଅଧିକ ସ୍ନାତକ ଓ ୪୦୦ରୁ ଅଧିକ ଛାତ୍ରୀଛାତ୍ର ସ୍ନାତକୋତ୍ତର ଉପାଧି ପାଇପାରିଛନ୍ତି। ଏହା ବ୍ୟତୀତ ଏହି ବିଭାଗରେ ୩୦ରୁ ଅଧିକ ଛାତ୍ରୀଛାତ୍ର ମଧ୍ୟ ପିଏଚ.ଡି. ଉପାଧି ପାଇପାରିଛନ୍ତି। ଶ୍ରେଣୀଗୃହ ଅଧ୍ୟାପନା ସହ ବିଭିନ୍ନ ପ୍ରକାର ଦକ୍ଷତା ବୃଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମ ଦ୍ୱାରା ମଧ୍ୟ ଛାତ୍ରୀଛାତ୍ରଙ୍କୁ ସକ୍ଷମ କରାଯାଇଥାଏ। ଏଠାରୁ ଉତ୍ତୀର୍ଣ୍ଣ ସ୍ନାତକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି, ଉଦ୍ୟାନ, ଜଳସେଚନ ସମ୍ବନ୍ଧିତ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବା ସହ ବିଭିନ୍ନ ଶିଳ୍ପସଂସ୍ଥା, ବ୍ୟାଙ୍କ ଆଦିରେ ମଧ୍ୟ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ବିଗତ ଦିନଗୁଡ଼ିକରେ ଏହି ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବହୁତ ଛାତ୍ରୀଛାତ୍ର ବିଭିନ୍ନ ଭାରତୀୟ ବୈଷୟିକ ଅନୁଷ୍ଠାନ (ଆଇଆଇଟି), ରାଷ୍ଟ୍ରୀୟ ବୈଷୟିକ ଅନୁଷ୍ଠାନ (ଏନ୍‌ଆଇଟି), ଭାରତୀୟ କୃଷି ଅନୁସନ୍ଧାନ ଅନୁଷ୍ଠାନ (ଆଇଏଆର୍‌ଆଇ) ଭଳି ଲବ୍ଧପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ବୃତ୍ତି ସହ ବିଦ୍ୟାଧ୍ୟୟନ ଓ ଗବେଷଣା କରୁଛନ୍ତି ତଥା ବିଭିନ୍ନ ଉଚ୍ଚ ପଦବୀରେ ଅଧିଷ୍ଠିତ ଅଛନ୍ତି।
ଏହା ବ୍ୟତୀତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କୃଷି ଯନ୍ତ୍ରପାତି, ଶକ୍ତି, ଜଳ ଓ ମୃତ୍ତିକା ସଂରକ୍ଷଣ ଇଞ୍ଜିନିୟରିଂ, ଜଳସେଚନ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ବିଭାଗରେ ଗବେଷଣା କରାଯାଏ ତଥା ସମ୍ପୃକ୍ତ ବିଷୟଗୁଡ଼ିକରେ ତାଲିମ ପ୍ରଦାନ କରାଯାଇଥାଏ। ଏହି ସବୁ ବିଷୟରେ ଗବେଷଣା କରିବା ପାଇଁ ଚାରୋଟି ସର୍ବଭାରତୀୟ ଗବେଷଣା ପ୍ରକଳ୍ପ ମଧ୍ୟ ଏଠାରେ ରହିଛି। ଏହି ଗବେଷଣା ପ୍ରକଳ୍ପଗୁଡ଼ିକ ପଶୁ ଶକ୍ତିର ସଦୁପଯୋଗ ଓ ପଶୁପାଳନ କାର୍ଯ୍ୟଗୁଡ଼ିକର ଯାନ୍ତ୍ରିକୀକରଣ, କୃଷିରେ ଶ୍ରମଦକ୍ଷତା ତଥା ସୁରକ୍ଷା ବୃଦ୍ଧି, କୃଷି ଯନ୍ତ୍ରପାତି ଓ ଉପକରଣ ଏବଂ ଅମଳ ପରବର୍ତ୍ତୀ ପରିଚାଳନା ଓ ଇଞ୍ଜିନିୟରିଂ ଉପରେ କାର୍ଯ୍ୟ କରିଥାନ୍ତି। ଏହିସବୁ ପ୍ରକଳ୍ପ ତଥା ଅଧ୍ୟାପକ ଓ ଛାତ୍ରମାନଙ୍କର ଗବେଷଣା ଜରିଆରେ ବିଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ବୈଷୟିକ ଜ୍ଞାନର ବିକଶିତ କରାଯାଇଅଛି। କୃଷି ଯନ୍ତ୍ରପାତି କ୍ଷେତ୍ରରେ କ୍ଷୁଦ୍ରଶସ୍ୟଗୁଡିକର ଅମଳ ଓ ଅମଳ ପରବର୍ତ୍ତୀ କାର୍ଯ୍ୟ ପାଇଁ ବିଭିନ୍ନ ଯନ୍ତ୍ର, ବଳଦଟଣା ପରିବା ଟ୍ରାନ୍ସପ୍ଲାଣ୍ଟର୍‌, ଦୁଇ ଧାଡିଆ ଯନ୍ତ୍ର ଚାଳିତ ଘାସବଛା ଯନ୍ତ୍ର, ପେଡାଲ ଚାଳିତ ମକା ସେଲର, ଏକ ଧାଡିଆ ପାୱାରଟିଲର ଚାଳିତ ଆଳୁ ଟ୍ରାନ୍ସପ୍ଲାଣ୍ଟର୍‌, ସୌରଶକ୍ତି ଚାଳିତ ମୋବାଇଲ ପ୍ରୋସେସିଂ ଯନ୍ତ୍ର, ସୁଆଁ ଥ୍ରେଶର, ମୁଗ ଥ୍ରେଶର ଆଦି ଅନ୍ୟତମ।
ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ଟେକ୍ନୋଲୋଜିଗୁଡ଼ିକ ମଧ୍ୟରେ ବିଭିନ୍ନ ଫଳ ଓ ପନିପରିବାରୁ ମୂଲ୍ୟ ଯୁକ୍ତ ପଦାର୍ଥ ଉତ୍ପାଦନ ପଦ୍ଧତି, ପଣସ, ବେଲ, ଆତ, ସପୁରି, ଅଦା, ମହୁଲ, ହଳଦୀ, ଜାମୁକୋଳି ପରି ଦେଶୀୟ ଫଳ ତଥା ଅନ୍ୟାନ୍ୟ ଦ୍ରବ୍ୟଗୁଡ଼ିକର ମୂଲ୍ୟ ବୃଦ୍ଧି ପଦ୍ଧତି ଅନ୍ୟତମ। ଏହା ବ୍ୟତୀତ ଏଠାରେ ଖାଦ୍ୟ ଦ୍ରବ୍ୟକୁ ଅଳ୍ପଦିନ ସାଇତି ରଖିବା ପାଇଁ ଶୀତଳଭଣ୍ଡାର, ତେଲକୁ ରିଫାଇନ କରିବା ପାଇଁ ଛୋଟଯନ୍ତ୍ର, ବାୟୁରୁ ଜଳୀୟ ଅଂଶ ନିଷ୍କାସନ କରି ଶୁଖାଇବା ଯନ୍ତ୍ର, ମହୁଲ ପ୍ରକ୍ରିୟାକରଣ ଯନ୍ତ୍ର ଆଦି ମଧ୍ୟ ବିକଶିତ କରାଯାଇଛି।
ଏହା ବ୍ୟତୀତ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ ତରଫରୁ ଏଠାରେ ଜୈବିକ ଇନ୍ଧନ ଉପରେ ଉଚ୍ଚତର ଗବେଷଣା ପାଇଁ ଏକ ପ୍ରଫେସର ଚେୟାର ପ୍ରତିଷ୍ଠା କରାଯାଇଛି। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ସହାୟତାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଣ୍ଠିଦ୍ୱାରା ଏକ ଭୌଗୋଳିକ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଏବଂ ଏକ ହାଇଟେକ୍‌ କୃଷି ଯନ୍ତ୍ରପାତି କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛ। ଏହି ଭୌଗୋଳିକ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରଦ୍ୱାରା ସମୟୋଚିତ ଗବେଷଣା କରାଯାଇ ରାଜ୍ୟର ଚାଷୀମାନଙ୍କୁ ଠିକ୍‌ ଭାବରେ ମାର୍ଗଦର୍ଶନ କରାଯାଉଛି। ସେହିପରି ହାଇଟେକ୍‌ କୃଷି ଯନ୍ତ୍ରପାତି କେନ୍ଦ୍ରଠାରେ ଆଗାମୀ ଦିନରେ ଚାଷ କାର୍ଯ୍ୟକୁ ସହଜ ଓ ଲାଭଦାୟକ କରିବା ପାଇଁ ବିଭିନ୍ନ ଯନ୍ତ୍ରପାତି ଉପରେ ଗବେଷଣା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଚାଷ କାର୍ଯ୍ୟରେ ଡ୍ରୋନ୍‌ର ବ୍ୟବହାର ତଥା ସେନ୍ସର ଟେକ୍ନୋଲୋଜିର ବ୍ୟବହାର ପାଇଁ ମଧ୍ୟ ଏଠାରେ ଗବେଷଣା ଓ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି। ଚାଷ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ, ରୋବୋଟିକ୍ସ ଆଦି ଉପରେ ଗବେଷଣା ଦ୍ୱାରା ବିଭିନ୍ନ ପ୍ରକାର ଯନ୍ତ୍ର ଓ କାର୍ଯ୍ୟ ପ୍ରଣାଳୀକୁ ଅଧିକ ଦକ୍ଷ କରିବା ଉପରେ ଗବେଷଣା ଜାରି ରହିଛି। ଏସବୁ ଦ୍ୱାରା ଚାଷକାର୍ଯ୍ୟ ଅଧିକ ଲାଭଜନକ ହୋଇପାରିବ ଓ ପରିବେଶ ପ୍ରଦୂଷଣ ଉପରେ କମ ପ୍ରଭାବ ପଡ଼ିବ।
ଉପରୋକ୍ତ କାର୍ଯ୍ୟଗୁଡ଼ିକ ବ୍ୟତୀତ କୃଷି ଇଞ୍ଜିନିୟରିଂରେ ବିଭିନ୍ନ ଗବେଷଣାଲବ୍ଧ ଜ୍ଞାନକୁ ଚାଷୀ ତଥା ଉଦ୍ୟୋଗୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ତାଲିମ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ। ଟ୍ରାକ୍ଟର, ପାୱାର ଟିଲର ତଥା ଟ୍ରାନ୍ସପ୍ଲାଣ୍ଟର୍‌ ପରି ବହୁଳ ଭାବରେ ପ୍ରଚଳିତ ଯନ୍ତ୍ରଗୁଡ଼ିକର ପରିଚାଳନା, ମରାମତି ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ମଧ୍ୟ ତାଲିମ ପ୍ରଦାନ କରାଯାଇ କୁଶଳୀ ପରିଚାଳକମାନଙ୍କୁ ପ୍ରସ୍ତୁତ କରାଯାଇଥାଏ। ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ କେନ୍ଦ୍ରଗୁଡିକ ମଧ୍ୟ ଏପରି ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥାନ୍ତି।
ଉପରୋକ୍ତ କାର୍ଯ୍ୟଗୁଡିକ ବ୍ୟତୀତ ରାଜ୍ୟ ସରକାରଙ୍କର କୃଷି ଯାନ୍ତ୍ରିକୀକରଣ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ବିଶେଷଜ୍ଞ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିଥାନ୍ତି। ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡ଼ିକର ଉନ୍ନତୀକରଣ ପାଇଁ ଉଦ୍ଦିଷ୍ଟ ପିଏମ୍‌ଏଫ୍‌ଏମ୍‌ଇ ଯୋଜନାରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ରାଜ୍ୟସ୍ତରୀୟ ବୈଷୟିକ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରୁଛି ଓ ବିଭିନ୍ନ ବିଭାଗର କର୍ମଚାରୀ, ଉଦ୍ୟୋଗୀ ତଥା ଯୁବ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରୁଅଛି।
ଏହିପରି ଭାବରେ କୃଷିର ଅନ୍ୟ ସମସ୍ତ ବିଭାଗ ପରି କୃଷି ଯାନ୍ତ୍ରିକୀକରଣରେ ମଧ୍ୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପାରଦର୍ଶୀ କ୍ଷମତା ସହ ଶିକ୍ଷାଦାନ ଓ ଗବେଷଣା ଜାରି ରଖିଛି ଓ ଆଗାମୀ ଦିନଗୁଡିକରେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନରେ ସାହାଯ୍ୟ କରିବା ସହ ସମୟୋଚିତ ଗବେଷଣା ଓ ତାଲିମ ଦ୍ୱାରା କୃଷିର ଉନ୍ନତିରେ ଅଧିକରୁ ଅଧିକ ଯୋଗଦାନ କରିପାରିବ।
ଅଧ୍ୟକ୍ଷ, କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri