Posted inଗଜପତି

ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ସରିଛି ଏଗ୍ରିମେଣ୍ଟ: ଅର୍ଥ ଜମା କରିଥିଲେ ବି ମିଳୁନି ଦାୟିତ୍ୱ

ଆର.ଉଦୟଗିରି,୧୯।୫(ଡି.ଏନ.ଏ.):  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହିଳା ସଶକ୍ତୀକରଣ ପାଇଁ ମହିଳାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରଖାଯାଉଛି ଏବଂ ବିଭିନ୍ନ ଯୋଜନା ଲୋକାର୍ପଣ କରିଛନ୍ତି ରାଜ୍ୟ ସରକାର। ହେଲେ ତାହାକୁ ଅଣଦେଖା କରୁଛନ୍ତି ବିଦ୍ୟାଳୟ ପ୍ରଧାନ ଶିକ୍ଷକ। ମୋହନା ବ୍ଲକ ଅଡ଼ବାର ମହିଳା ମଣ୍ଡଳ ଗ୍ରୁପ ଏଗ୍ରିମେଣ୍ଟ କରି ଅର୍ଥ ଜମା କରିଥିଲେ ମଧ୍ୟ ମହିଳା ସଂଘକୁ ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ୱ ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି ସ୍ବୟଂ ସହାୟକ ମହିଳା ସଂଘ। ଗଜପତି ଜିଲା ଅଡ଼ବା ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଷେଇ କରିବା ପାଇଁ ସ୍ଥାନୀୟ ସ୍ବୟଂ ସହାୟିକା ମହିଳା ସଂଘ ଗତ ୨୦୨୧, ଏପ୍ରିଲ ମାସରେ ଚୁକ୍ତି କରି ଅଗ୍ରିମ ଆକାରରେ ବିଇଓଙ୍କ ଜରିଆରେ ୧ ଲକ୍ଷ ୩ ହଜାର ଟଙ୍କା ବ୍ୟାଙ୍କରେ ଜମା କରିବା ପରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ପାଇଁ ବିଡିଓ ମହିଳା ସଂଘକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ନିର୍ଦ୍ଦେଶ ପତ୍ର ପାଇବା ଗୋଟିଏ ବର୍ଷେ ବିତିଯାଇଥିଲେ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେହେରା ମହିଳା ସଂଘକୁ ରୋଷେଇ ଦାୟିତ୍ୱ ନ ଦେଇ ନିଜେ ରୋଷେଇ ଦାୟିତ୍ୱ ବହନ କରୁଛନ୍ତି। ଏପରିକି ମହିଳା ସଂଘ ରୋଷେଇ କରିବାକୁ ଦାୟିତ୍ୱ ମାଗିଲେ ପ୍ରଧାନ ଶିକ୍ଷକ ସେମାନଙ୍କୁ ଭୟଭୀତ କରାଇ କହୁଛନ୍ତି ଗାଇଡ ଲାଇନରେ ରହିଛି ରୋଷେଇ ଦାୟିତ୍ୱ ଯିଏ ନେବ ସେ ଚାଉଳ, ପନିପରିବା କିଣିବା ସହ କାଗଜପତ୍ର ତଦାରଖ କରିବେ। ଯାହାକୁ ନେଇ ମହିଳା ସଂଘର ସଦସ୍ୟାମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିଇଓଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଶୀଘ୍ର ସମସ୍ୟାର ସମାଧାନ କରି ମହିଳା ସଂଘକୁ ରୋଷେଇ ଦାୟିତ୍ୱ ଦିଆଯିବ ବୋଲି ବିଇଓ ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ସଂଘ ସଭାନେତ୍ରୀ କବିତା ଡାକୁଆ କହିଛନ୍ତି ବିଦ୍ୟାଳୟ ଖୋଲି ମଧ୍ୟାହ୍ନ ଭୋଜନ ଆରମ୍ଭ ହୋଇ ଗୋଟିଏ ମାସ ବିତିଲାଣି। ପ୍ରଧାନ ଶିକ୍ଷକ ନିଜେ ରୋଷେଇ ଦାୟିତ୍ୱ ନେଇଛନ୍ତି ଏବଂ ଆମେ ମାଗିଲେ କହୁଛନ୍ତି ଚାଉଳ ଆସିଲେ ରୋଷେଇ କରିବ। ଯଦି ସରକାରୀ ଚାଉଳ ନାହିଁ କିପରି ପ୍ରଧାନ ଶିକ୍ଷକ ସରକାରୀ ଚାଉଳରେ ରୋଷେଇ କରି ଦେଉଛନ୍ତି। ମହିଳା ସଂଘକୁ ହଇରାଣ କରିବାକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ କିଛି କର୍ମଚାରୀ ଏଭଳି କରୁଛନ୍ତି। ଏହି ବିଷୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଚାଉଳ ଅଛି ରୋଷେଇ ଚାଲିଛି। ତାଙ୍କ ନାମରେ ଚାଉଳ ଆସିଲେ ଦିଆଯିବ ବୋଲି କହିଛନ୍ତି। ପ୍ରଧାନ ଶିକ୍ଷକଙ୍କ ଏଭଳି ମହିଳା ସଂଘକୁ ଅଣଦେଖା କରିବା ଓ ତାଙ୍କୁ ଦାୟିତ୍ୱ ନ ଦେବା ଘଟଣାକୁ ନିନ୍ଦା କରିଛି ଅଞ୍ଚଳର ମହିଳା ସଂଘ। ପ୍ରଧାନ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ଗଞ୍ଜେଇ ଧରିବାକୁ ଯାଇ ହଟହଟା ହେଲା ଗଜପତି ପୋଲିସ୍; ଆକ୍ରମଣ ସହ ବନ୍ଦି କଲେ ଗ୍ରାମବାସୀ, ୧୩ ଗିରଫ

ମୋହନା,୧୬।୪( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ମହାପଦର ଓ ଗୁଡ଼୍ରୀପଙ୍କା ଗାଁ ନିକଟରେରେ ଗଞ୍ଜେଇ କାରବାର ନେଇ ଖବର ପାଇଥିଲା ପୋଲିସ…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି/ମୋହନା,୧୫।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଜଗା ଦର୍ଶନ କରି ଫେରୁଥିଲେ ହେଲା ଦୁର୍ଘଟଣା: ଶେଷରେ ଆଖିବୁଜିଲେ…

ପାରଳାଖେମୁଣ୍ଡି, ୧୫ା୪(ଗିରିଧାରୀ ପରିଚ୍ଛା): ଆନ୍ଧ୍ର ପ୍ରଦେଶର ପଲାସା ସହର ନିକଟରେ ଗତ ୯ ଦିନ ତଳେ ଘଟିଥିବା ସଡକ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଗଜପତି ଜିଲା ସଦର…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri