Odisha Elections 2024

ଏମ୍‌ପିପିସିଏଲ୍‌ ସହ ଗ୍ରୀଡ୍‌କୋର ଚୁକ୍ତିନାମା

ଭୁବନେଶ୍ୱର,୨୩।୬: ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଗ୍ରୀଡ୍‌କୋ ଲିମିଟେଡ୍‌ ଏବଂ ମଧ୍ୟପ୍ରଦେଶ ଶକ୍ତି ନିଗମ ଲିମିଟେଡ୍‌ (ଏମ୍‌ପିପିସିଏଲ୍‌) ମଧ୍ୟରେ ନିକଟରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ହୋଇଥିବା ଜଣାପଡିଛି। ବିଶେଷକରି ୩୫୦ ମେଗାଓ୍ବାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ବିନିମୟ ବ୍ୟବସ୍ଥା ମାଧ୍ୟମରେ ଆଣିବା ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ପାଓ୍ବାର ବ୍ୟାଙ୍କିଙ୍ଗ୍‌ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏପରିକି ଓଡ଼ିଶାରେ ସାମ୍ପ୍ରତିକ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପରିପ୍ରେକ୍ଷୀରେ ବିଦ୍ୟୁତ୍‌ ଶକ୍ତିର ସର୍ବୋଚ୍ଚ ଚାହିଦା ୫୪୦୦ ମେଗାଓ୍ବାଟରେ ପହଞ୍ଚିଛି। ଏହି ପରିବର୍ତ୍ତିତ ଚାହିଦାକୁ ପୂରଣ କରିବା ପାଇଁ ସମ୍ପ୍ରତି ଆବଶ୍ୟକ ବିଦ୍ୟୁତ୍‌ ଶକ୍ତି ଉପଲବ୍ଧ ରହିଛି। ତେବେ ଉତ୍ପାଦନ କେନ୍ଦ୍ରଗୁଡିକର ଆକସ୍ମିକ ବ୍ରେକ୍‌ ଡାଉନ୍‌ ଓ ଅନ୍ୟାନ୍ୟ ଜରୁରିକାଳୀନ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସ୍ଥିର ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଶକ୍ତି ଯୋଗାଇ ଦେବା ପାଇଁ ସମ୍ପ୍ରତି ଗ୍ରୀଡ୍‌କୋ ଏମ୍‌ପିପିସିଏଲ୍‌ଠାରୁ ୩୫୦ ମେଗାଓ୍ବାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ବିନିମୟ ବ୍ୟବସ୍ଥା ମାଧ୍ୟମରେ ଆଣିବା ପାଇଁ ଏକ ପାଓ୍ବାର ବ୍ୟାଙ୍କିଙ୍ଗ୍‌ ଚୁକ୍ତିନାମା ସ୍ବାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ଓ ଜୁଲାଇ ମଧ୍ୟରେ ଗ୍ରୀଡ୍‌କୋ ଏମ୍‌ପିପିସିଏଲ୍‌ଠାରୁ ୧୦୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ନିଶ୍ଚୟ ସଂଗ୍ରହ କରିବ ଏବଂ ଆବଶ୍ୟକ ସ୍ଥଳେ ଏହି ଅବଧି ମଧ୍ୟରେ ଯେକୌଣସି ସମୟରେ ଶକ୍ତି ବିନିମୟ ବ୍ୟବସ୍ଥା ମାଧ୍ୟମରେ ଗ୍ରୀଡ୍‌କୋ ଅଧିକ ୨୫୦ ମେଗାଓ୍ବାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ଆଣିପାରିବ ବୋଲି ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନା ପଣ୍ଡା ଏକ ପ୍ରେସ୍‌ ବିବୃତିରେ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ପାଓ୍ବାର ବ୍ୟାଙ୍କିଙ୍ଗ୍‌ ଏକ ନଗଦରହିତ ବ୍ୟବସ୍ଥା, ଯେଉଁଥିରେ କି କୌଣସି ଶୁଳ୍କର ଓ ଦେୟ ପୈଠ ଭିତ୍ତିକ କ୍ରୟବିକ୍ରୟ କରାଯାଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

ଏପ୍ରିଲରେ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୧୭ା୫: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ଘୋଷଣା ଅନୁଯାୟୀ ୨୦୨୪ ଏପ୍ରିଲରେ...

ଟିପିସିଓଡିଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୭ା୫: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ନୂତନ ଅଭିଯାନ ‘ସମୃଦ୍ଧି’ର ଶୁଭାରମ୍ଭ...

ଜେଏସ୍‌ଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ...

୨୦୨୬ ସୁଦ୍ଧା ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିବ

ଭୁବନେଶ୍ୱର,୧୭ା୫ (ଅନୁରାଧା ମହାରଣା): ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତ ୪ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ଏପରିକି ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା...

୪,୦୦୦ କର୍ମଚାରୀଙ୍କୁ ଛଟେଇ କଲା ତୋଷିବା: ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ନୂତନ ମାଲିକାନା ଅଧୀନରେ ପୁନଃର୍ଗଠନର କାର୍ଯ୍ୟର ଏକ ଅଂଶ ଭାବରେ ତୋଷିବା ଏହାର ୪,୦୦୦ ଛଟେଇ କରିଥିବା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି।...

ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI

ମୁମ୍ବାଇ,୧୬।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀଗୁଡିକ (ଏନବିଏଫସି) କୁ ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅଧିକ ର୍ନିଭରଶୀଳତା...

ରେକର୍ଡ ପ୍ରଫିଟ୍‌ ପରେ କର୍ମଚାରୀଙ୍କୁ ମାଲାମାଲ କଲା କମ୍ପାନୀ

ନୁଆଦିଲ୍ଲୀ, ୧୬।୫: ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍‌ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍‌ ଆକାରରେ ଦେବାକୁ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri