ଏମ୍‌ପିପିସିଏଲ୍‌ ସହ ଗ୍ରୀଡ୍‌କୋର ଚୁକ୍ତିନାମା

ଭୁବନେଶ୍ୱର,୨୩।୬: ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଗ୍ରୀଡ୍‌କୋ ଲିମିଟେଡ୍‌ ଏବଂ ମଧ୍ୟପ୍ରଦେଶ ଶକ୍ତି ନିଗମ ଲିମିଟେଡ୍‌ (ଏମ୍‌ପିପିସିଏଲ୍‌) ମଧ୍ୟରେ ନିକଟରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ହୋଇଥିବା ଜଣାପଡିଛି। ବିଶେଷକରି ୩୫୦ ମେଗାଓ୍ବାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ବିନିମୟ ବ୍ୟବସ୍ଥା ମାଧ୍ୟମରେ ଆଣିବା ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ପାଓ୍ବାର ବ୍ୟାଙ୍କିଙ୍ଗ୍‌ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏପରିକି ଓଡ଼ିଶାରେ ସାମ୍ପ୍ରତିକ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପରିପ୍ରେକ୍ଷୀରେ ବିଦ୍ୟୁତ୍‌ ଶକ୍ତିର ସର୍ବୋଚ୍ଚ ଚାହିଦା ୫୪୦୦ ମେଗାଓ୍ବାଟରେ ପହଞ୍ଚିଛି। ଏହି ପରିବର୍ତ୍ତିତ ଚାହିଦାକୁ ପୂରଣ କରିବା ପାଇଁ ସମ୍ପ୍ରତି ଆବଶ୍ୟକ ବିଦ୍ୟୁତ୍‌ ଶକ୍ତି ଉପଲବ୍ଧ ରହିଛି। ତେବେ ଉତ୍ପାଦନ କେନ୍ଦ୍ରଗୁଡିକର ଆକସ୍ମିକ ବ୍ରେକ୍‌ ଡାଉନ୍‌ ଓ ଅନ୍ୟାନ୍ୟ ଜରୁରିକାଳୀନ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସ୍ଥିର ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଶକ୍ତି ଯୋଗାଇ ଦେବା ପାଇଁ ସମ୍ପ୍ରତି ଗ୍ରୀଡ୍‌କୋ ଏମ୍‌ପିପିସିଏଲ୍‌ଠାରୁ ୩୫୦ ମେଗାଓ୍ବାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ବିନିମୟ ବ୍ୟବସ୍ଥା ମାଧ୍ୟମରେ ଆଣିବା ପାଇଁ ଏକ ପାଓ୍ବାର ବ୍ୟାଙ୍କିଙ୍ଗ୍‌ ଚୁକ୍ତିନାମା ସ୍ବାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ଓ ଜୁଲାଇ ମଧ୍ୟରେ ଗ୍ରୀଡ୍‌କୋ ଏମ୍‌ପିପିସିଏଲ୍‌ଠାରୁ ୧୦୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ନିଶ୍ଚୟ ସଂଗ୍ରହ କରିବ ଏବଂ ଆବଶ୍ୟକ ସ୍ଥଳେ ଏହି ଅବଧି ମଧ୍ୟରେ ଯେକୌଣସି ସମୟରେ ଶକ୍ତି ବିନିମୟ ବ୍ୟବସ୍ଥା ମାଧ୍ୟମରେ ଗ୍ରୀଡ୍‌କୋ ଅଧିକ ୨୫୦ ମେଗାଓ୍ବାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ଆଣିପାରିବ ବୋଲି ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନା ପଣ୍ଡା ଏକ ପ୍ରେସ୍‌ ବିବୃତିରେ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ପାଓ୍ବାର ବ୍ୟାଙ୍କିଙ୍ଗ୍‌ ଏକ ନଗଦରହିତ ବ୍ୟବସ୍ଥା, ଯେଉଁଥିରେ କି କୌଣସି ଶୁଳ୍କର ଓ ଦେୟ ପୈଠ ଭିତ୍ତିକ କ୍ରୟବିକ୍ରୟ କରାଯାଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri