ବିବାହ କରିବାକୁ ରାଜି: ବିଜୟ ଶଙ୍କର

ଜଗତ୍‌ସିଂହପୁର ଅଫିସ, ୨୦ା୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଓ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୋମାଲିକା (୨୯)ଙ୍କ ବିବାହ ପ୍ରସଙ୍ଗ ଦିନକୁ ଦିନ ଜଟିଳ ରୂପ ନେଉଛି। ଶନିବାର ସୋମାଲିକା ଜଗତ୍‌ସିଂହପୁର ଥାନାରେ ବିଧାୟକ ଦାସଙ୍କ ସମେତ ୮ରୁ ଅଧିକ ଲୋକଙ୍କ ନାଁରେ ଅଭିଯୋଗ କରିଥିଲେ। ଏଥିରେ ବିଧାୟକ ଦାସ ସେକ୍ସ ରାକେଟ୍‌ ଚଳାଇବା ସହ ତାଙ୍କୁ ଠକିଥିବା ନେଇ ଉଲ୍ଲେଖ କରାଯାଇଥିଲା। ପୋଲିସ ଅଭିଯୋଗ ଗ୍ରହଣ କରିବା ପରେ ମାମଲା (ନଂ.୩୭୯/୨୨) ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତିି। ରବିବାର ଏହି ପ୍ରସଙ୍ଗରେ ବିଧାୟକ ଦାସ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମା’ଙ୍କ ଦେହ ଖରାପ ଯୋଗୁ ସେ ଚିନ୍ତିତ ରହୁଛନ୍ତି। ବିବାହ କରିବାକୁ ସେ କେବେ ମନା କରିନାହାନ୍ତି। ଏନେଇ ଆଉ ୨ ମାସ ସମୟ ଥିବାବେଳେ ସୋମାଲିକା ଓ ତାଙ୍କ ସମ୍ପର୍କୀୟମାନେ କାହିଁକି ବ୍ୟସ୍ତ ହେଉଛନ୍ତି ଜଣାପଡୁନାହିଁ। କୌଣସି ଭଲ ଦିନ ଦେଖି ବିବାହ କରିବା ପାଇଁ ସେ ଚିନ୍ତା କରୁଛନ୍ତି। ସେ ସେକ୍ସ ରାକେଟ୍‌ ଚଳାଇଥିବା ଭଳି ଅଭିଯୋଗ ଦୁର୍ଭାଗ୍ୟଜନକ। ତାଙ୍କ ନାମରେ ହୋଇଥିବା ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି। ଯୁବ ବିଧାୟକଙ୍କ ଏହି ବିବାଦକୁ ନେଇ ଏବେ ରାଜନୀତି ଜୋର ଧରିଛି। ବିରୋଧୀ ଏହାକୁ ମୌସୁମୀ ଅଧିବେଶନରେ ପ୍ରସଙ୍ଗ କରିବେ ବୋଲି କହୁଥିବା ବେଳେ ବିଜେଡି ଏହାକୁ ବିଧାୟକଙ୍କ ବ୍ୟକ୍ତିଗତ ସମସ୍ୟା ବୋଲି କହିଛି।
ସୂଚନାଯୋଗ୍ୟ, ବିଧାୟକ ଦାସ ଓ ସୋମାଲିକା ବିବାହ କରିବାକୁ ନିଷ୍ପତ୍ତି ନେଇ ମେ’୧୭ରେ ଜଗତ୍‌ସିଂହପୁର ଜିଲା ସବ୍‌-ରେଜିଷ୍ଟ୍ରାର(ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଆବେଦନ କରିଥିଲେ। ଆଇନ ଅନୁଯାୟୀ କାହାର କୌଣସି ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ୩୦ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଅଭିଯୋଗ ନ ଥିଲେ ୩୧ରୁ ୯୦ ଦିନ ମଧ୍ୟରେ ବିବାହ କରାଯାଇପାରିବ ବୋଲି ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଆବେଦନର ୩୧ ଦିନ ଅର୍ଥାତ୍‌ ଗତ ୧୭ ତାରିଖରେ ସୋମାଲିକା ବିବାହ ପାଇଁ ସମ୍ପର୍କୀୟମାନଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ମାତ୍ର ବିଧାୟକ ଦାସଙ୍କୁ ଅପେକ୍ଷା କରି ନିରାଶ ହୋଇ ଫେରିଥିଲେ। ପୂର୍ବରୁ ସେ ବିଧାୟକ ଦାସଙ୍କ ନାଁରେ ଜଗତ୍‌ସିଂହପୁର ଥାନା ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଉଭୟ ପରିବାର ସଦସ୍ୟଙ୍କ ମଧ୍ୟରେ ଆପୋସ ବୁଝାମଣାରେ ବିବାହ ପାଇଁ ସହମତି ପ୍ରକାଶ ପାଇଥିଲା। ଏବେ ବିଧାୟକ ବିବାହ ପାଇଁ ନ ଆସିବାରୁ ସୋମାଲିକା ଜଗତ୍‌ସିଂହପୁର ଥାନାରେ ବ୍ୟକ୍ତିଗତ ଭାବେ ବିଧାୟକ ଦାସଙ୍କ ସମେତ ମାନସ ଦାସ, ଦିଲିପ କୁମାର ଦାସ, ସୁଜିତ କୁମାର ଦାସ, ତୁଷାର ବିଶ୍ୱାଳ, ସରୋଜ ସ୍ବାଇଁ, ବସନ୍ତ ମହାପାତ୍ର, ମନୋଜ ଭୋଇ ଓ ଅନ୍ୟମାନଙ୍କ ନାଁରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri