ଟୁଇଟରରେ ଅଗ୍ରୱାଲ

ବିଶ୍ୱବିଖ୍ୟାତ ଆମେରିକାର ମାଇକ୍ରୋ ବ୍ଲଗିଂ ଓ ସୋସିଆଲ୍‌ ନେଟ୍‌ୱର୍କିଂ ସର୍ଭିସ ‘ଟୁଇଟର’ର ସହ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ୍‌ ଡୋର୍ସି ୨୯ ନଭେମ୍ବରରେ ପଦବୀରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ତଥା ଟୁଇଟରର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ (ସିଟିଓ) ପରାଗ ଅଗ୍ରୱାଲ ନୂଆ ସିଇଓ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ଅର୍ଜନ କରିଥିବା ପରାଗ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏହି ବିଷୟରେ ଡକ୍ଟରେଟ୍‌ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ମାତ୍ର ୩୭ ବର୍ଷ ବୟସରେ ସେ ଏତେବଡ଼ କମ୍ପାନୀର ସିଇଓ ହେବା ନିଶ୍ଚିତ ଭାବେ ତାଙ୍କ ପ୍ରଚଣ୍ଡ ପ୍ରତିଭାର ପରିଚୟ ଦେଉଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବିଶ୍ୱ ଟେକ୍ନୋଲୋଜି କ୍ଷେତ୍ରରେ ଭାରତୀୟଙ୍କ ପ୍ରଦର୍ଶନ ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡାଲା, ଆଇବିଏମ୍‌ ସିଇଓ ଅରବିନ୍ଦ କ୍ରିଷ୍ଣା, ଆଡୋବ୍‌ ସିଇଓ ଶାନ୍ତନୁ ନାରାୟେନ୍‌ ଏବଂ ବହୁରାଷ୍ଟ୍ରୀୟ ସାଇବର ସିକ୍ୟୁରିଟି କମ୍ପାନୀ ପାଲୋ ଅଲ୍‌ଟୋ ନେଟ୍‌ଓ୍ବର୍କସର ସିଇଓ ନିକେଶ ଆରୋରାଙ୍କଠାରେ ଦେଖିବାକୁ ମିଳିଛି।
ପରାଗ ଅଗ୍ରୱାଲ ଟୁଇଟର ସିଇଓ ହେବା ପରେ ତାଙ୍କୁ ବିଶ୍ୱବ୍ୟାପୀ ଶୁଭେଚ୍ଛା ମିଳୁଛି। ସ୍ପେସ୍‌ଏକ୍ସ ସିଇଓ ଏଲନ୍‌ ମସ୍କ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଭାରତୀୟ ପ୍ରତିଭାଙ୍କ ଦ୍ୱାରା ଆମେରିକା ଯଥେଷ୍ଟ ଲାଭବାନ୍‌ ହେଉଛି। ମସ୍କଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ହେଲେ ଭାରତରେ ପ୍ରତିଭାକୁ ଚିହ୍ନିବାରେ ସମାଜ ଓ ସରକାର ବିଫଳ ହେଉଛନ୍ତି। କୌଣସି ନୂଆ ଉଦ୍ଭାବନ କରିବାକୁ ଚାହୁଁଥିବା ଯୁବପ୍ରତିଭାଙ୍କ ପାଇଁ ଗବେଷଣାର ସେଭଳି ସୁଯୋଗ ନାହିଁ। ଏପରି କି ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଉ ନ ଥିବାରୁ ମେଧାଯୁକ୍ତ ଛାତ୍ରୀଛାତ୍ର ବିଦେଶ ପଳାଇଯିବାକୁ ପସନ୍ଦ କରୁଛନ୍ତି। କେବଳ ପ୍ରଯୁକ୍ତି ଓ ବିଜ୍ଞାନ କ୍ଷେତ୍ରରେ ଗତାନୁଗତିକ ଭାବେ ଗବେଷଣା କରାଯାଉଛି। ସମ୍ଭବତଃ ସେଇଥିପାଇଁ ଏଠାରେ ନୂଆ ଅଧ୍ୟୟନ ବା ଚିନ୍ତାଧାରା ଫଳପ୍ରସୂ ହୋଇପାରୁ ନାହିଁ। ଇଂଲିଶରେ କୁହାଯାଏ ‘ବ୍ରେନ୍‌ ଡ୍ରେନ୍‌ ବେଟର ଦ୍ୟାନ୍‌ ବ୍ରେନ୍‌ ଇନ୍‌ ଦି ଡ୍ରେନ୍‌’। ଅର୍ଥାତ୍‌ ନର୍ଦ୍ଦମାରେ ବୁଦ୍ଧି ପଡ଼ିଯିବାଠାରୁ ଭଲ ହେଉଛି ପ୍ରତିଭା ଦେଶାନ୍ତରଣ। ଉପଯୁକ୍ତ ନିଯୁକ୍ତି, ଉନ୍ନତ ଜୀବନ ଧାରଣର ମାନ, ଉଚ୍ଚସ୍ତରୀୟ ପ୍ରଯୁକ୍ତି, ସ୍ଥିର ରାଜନୈତିକ ଓ ଅର୍ଥନୈତିକ ସ୍ଥିତିର ଅଭାବ ଯୋଗୁ ଭାରତୀୟ ପ୍ରତିଭା ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ଜର୍ମାନୀ ଓ ସିଙ୍ଗାପୁର ଭଳି ରାଷ୍ଟ୍ର ପ୍ରତି ଆକର୍ଷିତ ହେଉଛନ୍ତି।
ଭାରତରେ ଉଦ୍ୟୋଗୀ ମାନସିକତାର ଅଭାବ ରହିଛି। ଏଥିପାଇଁ ଆମର ଶିକ୍ଷା ବ୍ୟବସ୍ଥା ମୁଖ୍ୟତଃ ଦାୟୀ। ଭାରତୀୟ ଶିକ୍ଷା ଲାଭ କରିଥିବା ବ୍ୟକ୍ତିର ଧୈର୍ଯ୍ୟ ବୃଦ୍ଧି ପାଇଥାଏ। ସେଥିପାଇଁ ପାଠ ପଢ଼ି ପରୀକ୍ଷାରେ ଉନ୍ନୀତ ହେବା ମାତାପିତାଙ୍କଠାରୁ ଆରମ୍ଭକରି ସମସ୍ତଙ୍କ ଚାପ ପଡ଼ିଥାଏ। ପରାଗ ଅଗ୍ରଓ୍ବାଲଙ୍କୁ ଟୁଇଟର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସିଙ୍କ ସହିତ ତୁଳନା କରାଯାଇପାରିବ ନାହିଁ। ଅନ୍ୟପଟେ ଏହା ମଧ୍ୟ ହୋଇପାରେ ଯେ, ପରାଗଙ୍କ ସମୟରେ ଟୁଇଟର ଅଧିକ ଶୃଙ୍ଖଳିତ ଓ ଲାଭଦାୟକ କମ୍ପାନୀ ଭାବେ ବଢ଼ିପାରିବ। କାରଣ ଜ୍ୟାକ୍‌ଙ୍କର ଅଭିନବତ୍ୱ ଦ୍ୱାରା ଦୈନନ୍ଦିନ ବ୍ୟବସାୟିକ ଉନ୍ନତି କରିବା ହୁଏତ ସମ୍ଭାବ୍ୟ ସୀମାରେ ପହଞ୍ଚତ୍ ସାରିଥିଲା। ତାହାକୁ ଅନୁଭବ କରି ପ୍ରତିଷ୍ଠାତା ନିଜେ ପଦବୀରୁ ଦୂରେଇ ଯାଇ ଅନ୍ୟ ଏକ ଚିନ୍ତାଧାରା ଓ ଦୃଷ୍ଟିକୋଣ ପୋଷଣ କରୁଥିବା ଯୁବକଙ୍କୁ ଉତ୍ସାହିତ କଲେ। ବ୍ୟବସାୟିକ ପରିମଣ୍ଡଳରେ ଆଲୋଚନା ହେଉଛି ଯେ, ଜ୍ୟାକ୍‌ ଓହରିଯିବା ସକାଶେ କମ୍ପାନୀର ନିବେଶକମାନେ ଚାପ ପକାଇ ଆସୁଥିଲେ। ବୃହତ୍‌ ଭାରତୀୟ କମ୍ପାନୀଗୁଡ଼ିକ ଭଳି ବଡ଼ ଆମେରିକୀୟ କମ୍ପାନୀ ପାରିବାରିକ ସମ୍ପତ୍ତି ଭାବେ ରହିପାରନ୍ତି ନାହିଁ। କୁହାଯାଏ ଯେ, ଭାରତରେ ଟାଟାର କର୍ପୋରେଟ୍‌ ସଂସ୍କୃତି ସବୁଠାରୁ ଉନ୍ନତ। ସେଠାରେ ପାରିବାରିକ ହସ୍ତକ୍ଷେପ ନ ଥାଏ। ସେହି ଦାବି ମଧ୍ୟ ନିକଟ ଅତୀତରେ ଭ୍ରମ ପ୍ରମାଣିତ ହେଲା ଯେତେବେଳେ ରତନ ଟାଟାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁ ସାଇରସ୍‌ ମିସ୍ତ୍ରିଙ୍କୁ ଅଧ୍ୟକ୍ଷ ପଦରୁ ବହୁ ଷଡ଼ଯନ୍ତ୍ର କରି ବିଦା କରାଗଲା। ଭାରତରେ କୌଣସି କମ୍ପାନୀକୁ କର୍ପୋରେଟ୍‌ କଲ୍‌ଚରର ପ୍ରତୀକ ଭାବେ ନିଆଯାଇପାରିବ ନାହିଁ। ସେହି ସଂସ୍କୃତିର ଅଭାବ ଯୋଗୁ ପରାଗ ଅଗ୍ରୱାଲଙ୍କ ଭଳି ପ୍ରତିଭା ନିଜ ଦେଶରେ କେବେହେଲେ ଉଧେଇ ପାରି ନ ଥାଆନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri