ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି: ଯୁକ୍ତ ୨ ପାସ୍ କରିଥିଲେ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ,୧୮ା୧୨: ଭାରତୀୟ ସେନାରେ ଯୋଗଦେବାକୁ ଚାଁହୁଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର। ଭାରତୀୟ ବାୟୁସେନା (ଆଇଏଏଫ) ଅଗ୍ନିପଥ ଯୋଜନାରେ ଅଗ୍ନିବୀରବାୟୁ ୦୧/୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ହୋଇଥିବା ସୂଚନା ଅନୁଯାୟୀ ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ୨୦୨୫ ଜାନୁଆରୀରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଯୋଗ୍ୟ ଇଛୁକ ଆଶାୟୀମାନେ ୭ ଜାନୁଆରୀରୁ ଅଫିସିଆଲ ୱେବସାଇଟ …ରେ ଆବେଦନ କରିପାରିବେ। ଆବେଦନ ପାଇଁ ୨୭ ଜାନୁଆରୀ ଶେଷ ତାରିଖ ରହିଛି।

ପରୀକ୍ଷା ଆଧାରରେ ଅଗ୍ନିବୀର ବାୟୁଙ୍କ ନିଯୁକ୍ତି ଦିଆଯିବ। ଏଥିପାଇଁ ପରୀକ୍ଷା ପ୍ରାୟତଃ ୨୨ ମାର୍ଚ୍ଚ ୨୦୨୫ ରେ ଅନୁଷ୍ଠିତ ହେବ।

୧ ଜାନୁଆରୀ ୨୦୦୫ ରୁ ୧ ଜୁଲାଇ ୨୦୦୮ ମଧ୍ୟରେ ଜନ୍ମ ହୋଇଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ (ଉଭୟ ତାରିଖ ଏଥିରେ ଅନ୍ତଭୂକ୍ତ)। ଯଦି ଜଣେ ପ୍ରାର୍ଥୀ ଚୟନ ପ୍ରକ୍ରିୟାର ସମସ୍ତ ପର୍ୟ୍ୟାୟ ଯୋଗ୍ୟତା ଅର୍ଜନ କରନ୍ତି, ନାମଲେଖା ତାରିଖ ପରି ଉଚ୍ଚ ବୟସ ସୀମା ୨୧ ବର୍ଷ ହେବା ଉଚିତ୍।

ଯେକୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷା ବୋର୍ଡରୁ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ଇଂରାଜୀ ବିଷୟ ସହିତ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିମ୍ବା ସମାନ ଯୋଗ୍ୟତା ଥିବା ଆବଶ୍ୟକ। ସମୁଦାୟରେ ସର୍ବନିମ୍ନ ୫୦% ମାର୍କ ଏବଂ ଦ୍ୱାଦଶରେ ଇଂରାଜୀରେ ୫୦% ମାର୍କ ରହିବା ଆବଶ୍ୟକ।

ଅଗ୍ନିବୀର ବାୟୁ ନିଯୁକ୍ତି ୨୦୨୫ ପାଇଁ ପ୍ରାର୍ଥୀଙ୍କୁ ୫୫୦ ଟଙ୍କା ଜିଏସଟି ଫି’ ଦେବାକୁ ପଡିବ। ପେମେଣ୍ଟ ଗେଟୱେ ମାଧ୍ୟମରେ ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଆବେଦନ ଶୁଳ୍କ ପ୍ରଦାନ କରାଯାଇପାରିବ।

କିପରି ଆବେଦନ କରିବେ:

୧.ସର୍ବପ୍ରଥମେ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in କୁ ଯାଆନ୍ତୁ।

୨. ମୁଖ୍ୟପୃଷ୍ଠାରେ, Agniveer Air Recruitment 2025 ପାଇଁ ଆବେଦନ ଲିଙ୍କ୍ ର ଆକ୍ଟିଭେସନ୍ ଉପରେ କ୍ଲିକ୍ କରନ୍ତୁ।

୩. ଏହା ପରେ ପ୍ରାର୍ଥୀମାନେ ମଧ୍ୟ ଆବଶ୍ୟକ ବିବରଣୀ ପୂରଣ କରନ୍ତୁ।

୪. ଶେଷରେ ଆବେଦନ ଶୁଳ୍କ ଦେବା ପରେ ଆବେଦନ ଦାଖଲ କରନ୍ତୁ।

୫. ଭବିଷ୍ୟତର ଆବଶ୍ୟକତା ପାଇଁ ପ୍ରିଣ୍ଟ ଆଉଟ୍ କରିନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା; ଲଞ୍ଚ୍ ହେଲା ପୋର୍ଟାଲ

ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା…

ଶେଷ କଲ୍‌, ଶେଷ ଉଡ଼ାଣ… ଅଜିତ ପାଓ୍ବାରଙ୍କ ପରିଚାରିକା ପିଙ୍କି ମାଲିଙ୍କ କାହାଣୀ ସମସ୍ତଙ୍କ ଆଖିରେ ଆଣିବ ଲୁହ

ମୁମ୍ବାଇ,୨୮ା୧: ବାରାମତି ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଦେହାନ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସମେତ ଆଉ ୫ ଜଣଙ୍କର ମଧ୍ୟ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

କିଏ ସେହି ମହିଳା ପାଇଲଟ ? ଯିଏ ଚଲାଉଥିଲେ ଅଜିତଙ୍କ ବିମାନ

ପୁଣେ,୨୮।୧: ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶମ୍ଭାବୀ ପାଠକ ମଧ୍ୟ…

ଏମିତି ଭୟଙ୍କର ଥିଲା ବିମାନ ଦୁର୍ଘଟଣାସ୍ଥଳ: ଅଜିତ ପାଓ୍ବାରଙ୍କୁ ଚିହ୍ନିବାରେ ସାହାଯ୍ୟ କଲା ତାଙ୍କ…

ମୁମ୍ବାଇ,୨୮ା୧: ବୁଧବାର ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ଘଟିଛି। ବିମାନରେ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।…

ଏଥର ବଜେଟରେ କ’ଣ ଶସ୍ତା, କ’ଣ ମହଙ୍ଗା ହୋଇପାରେ, ଦେଖନ୍ତୁ ପୂରା ଲିଷ୍ଟ…

ନୂଆଦିଲ୍ଲୀ,୨୮।୧: କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, କରଦାତାଙ୍କଠାରୁ ଆରମ୍ଭ କରି ଭାରତର ଅର୍ଥନୀତିର ବିଭିନ୍ନ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଶା ଅଧିକ ରହିଛି। କରଦାତା, ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri