Posted inଜାତୀୟ

ବାବା ସାହେବ ଆମ୍ବେଦକର କାହିଁକି କରିଥିଲେ ଧର୍ମ ପରିବର୍ତ୍ତନ? ହିନ୍ଦୁରୁ ହୋଇଥିଲେ…

ନୂଆଦିଲ୍ଲୀ,୧୮।୧୨: ଲୋକ ସଭା ଏବଂ ରାଜ୍ୟ ସଭାରେ ସମ୍ବିଧାନ ଉପରେ ଜୋରଦାର ବିତର୍କ ଚାଲିଥିଲା। ଗୃହମନ୍ତ୍ରୀ ଅମିତ ଶାହଶଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସମସ୍ତ ବିରୋଧୀ ଦଳ ଭାଜପାକୁ କଟାକ୍ଷ କରୁଥିବା ବେଳେ ଶାହାଙ୍କ ଇସ୍ତଫା ଦାବି କରୁଛନ୍ତି।

ପୁଣିଥରେ ବାବା ସାହେବ ଡା. ଭିମରାଓ ଆମ୍ବେଦକର ଭାରତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି। ଆସନ୍ତୁ ଆପଣଙ୍କୁ ଆମ୍ବେଦକରଙ୍କ ବିଷୟରେ ଏଭଳି ଏକ କଥା ବିଷୟରେ କହିବୁ, ଯାହାକି ଏଯାବତ ଆଜିର ଯୁବପୀଢ଼ି ଅନଭିଜ୍ଞ।

ଦେଶ ସ୍ବାଧୀନ ହେବା ପରେ ଗଣତାନ୍ତ୍ରିକ ଦେଶ ନିର୍ମାଣରେ ଆମ୍ବେଦକରଙ୍କ ପ୍ରମୁଖ ଭୂମିକା ରହିଥିଲା। ବହୁତ କମ୍‌ ଲୋକ ଜାଣନ୍ତି ସେ ପ୍ରଥମେ ଜଣେ ହିନ୍ଦୁ ଥିଲେ, ହେଲେ ପରେ ସେ ଧର୍ମ ପରିବର୍ତ୍ତନ କରି ବୌଦ୍ଧ ଧର୍ମ ଆପଣାଇଥିଲେ।

ଆମ୍ବେଦକର ଭାବୁଥିଲେ ଯେ ଜାତି ପ୍ରଥା ଥିବା ଯୋଗୁ ହିନ୍ଦୁ ଧର୍ମରେ କରୁଣା, ସମାନତା ଏବଂ ସ୍ବାଧୀନତା ଭଳି ବ୍ୟକ୍ତିର ବିକାଶ ଲାଗି ଜରୁରୀ ତତ୍ତ୍ୱର ଅଭାବ ରହିଛି। ସେ ହିନ୍ଦୁ ଧର୍ମରେ ଥିବା ବର୍ଣ୍ଣ ବ୍ୟବସ୍ଥାକୁ ଶେଷ କରିବାକୁ ଆଇନର ଆଶ୍ରା ନେଇଥିଲେ। ପରେ ସେ ବୁଝି ଯାଇଥିଲେ ଯେ ଯେଉଁ ପରିବର୍ତ୍ତନ ସେ ଚାହାନ୍ତି, ତାହା କେବେ ବି ସମ୍ଭବ ନୁହେଁ।

ବୌଦ୍ଧ ଧର୍ମ ଗ୍ରହଣ କରିବା ପୂର୍ବରୁ ଆମ୍ବେଦକର ଅନ୍ୟ ଧର୍ମ ଉପରେ ବିଚାର କରିଥିଲେ। ହେଲେ ଶେଷରେ ବେଦ୍ଧ ଧର୍ମକୁ ବାଛିଥିଲେ। ୧୩ ଅକ୍ଟୋବର ୧୯୩୫ରେ ସେ ହିନ୍ଦୁ ଧର୍ମ ଛାଡ଼ିବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଥିଲେ। ସେତେବେଳେ ସେ ଭିନ୍ନ ଧର୍ମକୁ ଆପଣାଇବେ ବୋଲି ଅନୁମାନ କରାଯାଇଥିଲା। ହେଲେ ୨୧ ବର୍ଷ ଯାଏ ସେ ହିନ୍ଦୁ ଧର୍ମ ସହ ଜଡ଼ିତ ଥିଲେ।

୧୯୫୬,ଅକ୍ଟୋବର ୧୪ରେ ଆମ୍ବେଦକର ନାଗପୁରରେ ନିଜର ୩.୬୫ ଲକ୍ଷ ସମର୍ଥକଙ୍କ ସହ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଆପଣାଇଥିଲେ। ତାଙ୍କର ଏହି ପଦକ୍ଷେପକୁ ଧର୍ମ ପରିବର୍ତ୍ତନର ସବୁଠାରୁ ବଡ଼ ଘଟଣା ଭାବେ ବିବେଗନା କରାଯାଏ। ସେତେବେଳେ ସେ କହିଥିଲେ ଯେ, ହିନ୍ଦୁ ଭାବେ ଜନ୍ମ ହୋଇଛି ସତ, ହେଲେ ହିନ୍ଦୁ ଭାବେ ମରିବି ନାହିଁ, ଅନ୍ତତଃପକ୍ଷେ ଏହା ମୋ ସାଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାନାଙ୍କ ଅଫରକୁ ନେଇ ରାଜନୀତିରେ ହଇଚଇ, ‘କଂଗ୍ରେସରେ ସାମିଲ ହେବାକୁ ଚାହୁଁଛନ୍ତି ଏକନାଥ ଶିନ୍ଦେ’, ସଞ୍ଜୟଙ୍କ ବଡ଼ ଦାବି

ମୁମ୍ବାଇ,୧୫।୩: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ବୟାନବାଜିର ଧାରା ଆରମ୍ଭ ହୋଇଛି। ଏବେ ଶିବସେନା ଏମପି ସଞ୍ଜୟ ରାଉତଙ୍କ ବୟାନ ହଇଚଇ ସୃଷ୍ଟି କରିଛି। ମହାରାଷ୍ଟ୍ରର...

ହୋଲିର ନିଆରା ଅନୁଭବ, SpiceJetରେ ‘ବଲମ ପିଚକାରୀ’ ଗୀତରେ ଖୁବ୍‌ ନାଚିଲେ ଯାତ୍ରୀଙ୍କଠାରୁ କ୍ରୁ ମେମ୍ବର, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୫।୩: ସ୍ପାଇସଜେଟ ଇନଷ୍ଟା ଏବଂ ଏକ୍ସରେ ଏକ ଭିଡିଓ ଜାରି କରିଛି ଯେଉଁଥିରେ ହୋଲି ଅବସରରେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଛି। ଯାତ୍ରୀମାନଙ୍କୁ ଚନ୍ଦନ...

ବିହାର ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ, ୨୦୦ରୁ ଅଧିକ ଆସନରେ ଜିତିବ ଏନଡିଏ

ପାଟନା,୧୫।୩: ଚଳିତ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଏବେ ଦୃଶ୍ୟମାନ ହେବା ଆରମ୍ଭ ହୋଇଗଲାଣି। ସାଧାରଣ ବଜେଟରେ...

Googleର ବଡ଼ ଘୋଷଣା, ବନ୍ଦ ହୋଇଯିବ Google Assistant

ନୂଆଦିଲ୍ଲୀ,୧୫।୩: Google ନେଲା ବଡ଼ ନିଷ୍ପତ୍ତି। ବନ୍ଦ ହୋଇଯିବ ଗୁଗଲ ଆସିଷ୍ଟାଣ୍ଟ। ଏହି ବର୍ଷ ଶେଷ ସୁଦ୍ଧା ଗୁଗୁଲ ଆସିଷ୍ଟାଣ୍ଟ ବନ୍ଦ ହୋଇଯିବ। କମ୍ପାନୀ କହିଛି...

Love Jihad Case: ମୁସଲମାନ ପ୍ରେମିକଙ୍କ ପ୍ରେମରେ ପଡ଼ିଲେ ହିନ୍ଦୁ ଯୁବତୀ, ହତ୍ୟା କରି ଫିଙ୍ଗିଦେଲେ, ସମ୍ପୂର୍ଣ୍ଣ ଖବର ପଢିଲେ ଛାତି ଥରିଉଠିବ

ବେଙ୍ଗାଲୁରୁ,୧୫।୩: କର୍ନାଟକର ହାଭେରୀରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପୁଣିଥରେ ରାଜ୍ୟରେ ଲଭ ଜିହାଦର ପ୍ରସଙ୍ଗ ଉଠାଇଛି। ମସୁର ଗାଁର ୨୩...

ଜେଲରେ ରହିବେ ରାନ୍ୟା ରାଓ, ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

ମୁମ୍ବାଇ,୧୫।୩: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଜେଲରେ ରହିବାକୁ ପଡିବ। ଶୁକ୍ରବାର ଆର୍ଥିକ ଅପରାଧ ଅଦାଲତ ତାଙ୍କ ଜାମିନ...

ଭାରତରେ ସେବା ଆରମ୍ଭ କରିବା ପୂର୍ବରୁ Starlinkକୁ କରିବାକୁ ପଡିବ ଏହି କାମ, ସର୍ତ୍ତ ରଖିଲେ ସରକାର

ନୂଆଦିଲ୍ଲୀ,୧୫।୩: ଭାରତରେ ପ୍ରବେଶ କରିବାକୁ ପ୍ରସ୍ତୁତ ଷ୍ଟାରଲିଙ୍କ ସମ୍ମୁଖରେ ସରକାର ଏକ ବଡ଼ ସର୍ତ୍ତ ରଖିଛନ୍ତି। ସରକାର ଆମେରିକୀୟ କମ୍ପାନୀକୁ ଭାରତରେ ଏକ ନିୟନ୍ତ୍ରଣ କେନ୍ଦ୍ର...

ଦିଲ୍ଲୀରେ ନବୀନ, ଓଡ଼ିଶାରେ ଚହଳ, ଆଗକୁ ହେବ କି ବଡ଼ ଡିଲ୍‌!

ଭୁବନେଶ୍ୱର,୧୪।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। କୁହାଯାଉଛି କି ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri