Posted inଜାତୀୟ

ବାବା ସାହେବ ଆମ୍ବେଦକର କାହିଁକି କରିଥିଲେ ଧର୍ମ ପରିବର୍ତ୍ତନ? ହିନ୍ଦୁରୁ ହୋଇଥିଲେ…

ନୂଆଦିଲ୍ଲୀ,୧୮।୧୨: ଲୋକ ସଭା ଏବଂ ରାଜ୍ୟ ସଭାରେ ସମ୍ବିଧାନ ଉପରେ ଜୋରଦାର ବିତର୍କ ଚାଲିଥିଲା। ଗୃହମନ୍ତ୍ରୀ ଅମିତ ଶାହଶଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସମସ୍ତ ବିରୋଧୀ ଦଳ ଭାଜପାକୁ କଟାକ୍ଷ କରୁଥିବା ବେଳେ ଶାହାଙ୍କ ଇସ୍ତଫା ଦାବି କରୁଛନ୍ତି।

ପୁଣିଥରେ ବାବା ସାହେବ ଡା. ଭିମରାଓ ଆମ୍ବେଦକର ଭାରତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି। ଆସନ୍ତୁ ଆପଣଙ୍କୁ ଆମ୍ବେଦକରଙ୍କ ବିଷୟରେ ଏଭଳି ଏକ କଥା ବିଷୟରେ କହିବୁ, ଯାହାକି ଏଯାବତ ଆଜିର ଯୁବପୀଢ଼ି ଅନଭିଜ୍ଞ।

ଦେଶ ସ୍ବାଧୀନ ହେବା ପରେ ଗଣତାନ୍ତ୍ରିକ ଦେଶ ନିର୍ମାଣରେ ଆମ୍ବେଦକରଙ୍କ ପ୍ରମୁଖ ଭୂମିକା ରହିଥିଲା। ବହୁତ କମ୍‌ ଲୋକ ଜାଣନ୍ତି ସେ ପ୍ରଥମେ ଜଣେ ହିନ୍ଦୁ ଥିଲେ, ହେଲେ ପରେ ସେ ଧର୍ମ ପରିବର୍ତ୍ତନ କରି ବୌଦ୍ଧ ଧର୍ମ ଆପଣାଇଥିଲେ।

ଆମ୍ବେଦକର ଭାବୁଥିଲେ ଯେ ଜାତି ପ୍ରଥା ଥିବା ଯୋଗୁ ହିନ୍ଦୁ ଧର୍ମରେ କରୁଣା, ସମାନତା ଏବଂ ସ୍ବାଧୀନତା ଭଳି ବ୍ୟକ୍ତିର ବିକାଶ ଲାଗି ଜରୁରୀ ତତ୍ତ୍ୱର ଅଭାବ ରହିଛି। ସେ ହିନ୍ଦୁ ଧର୍ମରେ ଥିବା ବର୍ଣ୍ଣ ବ୍ୟବସ୍ଥାକୁ ଶେଷ କରିବାକୁ ଆଇନର ଆଶ୍ରା ନେଇଥିଲେ। ପରେ ସେ ବୁଝି ଯାଇଥିଲେ ଯେ ଯେଉଁ ପରିବର୍ତ୍ତନ ସେ ଚାହାନ୍ତି, ତାହା କେବେ ବି ସମ୍ଭବ ନୁହେଁ।

ବୌଦ୍ଧ ଧର୍ମ ଗ୍ରହଣ କରିବା ପୂର୍ବରୁ ଆମ୍ବେଦକର ଅନ୍ୟ ଧର୍ମ ଉପରେ ବିଚାର କରିଥିଲେ। ହେଲେ ଶେଷରେ ବେଦ୍ଧ ଧର୍ମକୁ ବାଛିଥିଲେ। ୧୩ ଅକ୍ଟୋବର ୧୯୩୫ରେ ସେ ହିନ୍ଦୁ ଧର୍ମ ଛାଡ଼ିବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଥିଲେ। ସେତେବେଳେ ସେ ଭିନ୍ନ ଧର୍ମକୁ ଆପଣାଇବେ ବୋଲି ଅନୁମାନ କରାଯାଇଥିଲା। ହେଲେ ୨୧ ବର୍ଷ ଯାଏ ସେ ହିନ୍ଦୁ ଧର୍ମ ସହ ଜଡ଼ିତ ଥିଲେ।

୧୯୫୬,ଅକ୍ଟୋବର ୧୪ରେ ଆମ୍ବେଦକର ନାଗପୁରରେ ନିଜର ୩.୬୫ ଲକ୍ଷ ସମର୍ଥକଙ୍କ ସହ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଆପଣାଇଥିଲେ। ତାଙ୍କର ଏହି ପଦକ୍ଷେପକୁ ଧର୍ମ ପରିବର୍ତ୍ତନର ସବୁଠାରୁ ବଡ଼ ଘଟଣା ଭାବେ ବିବେଗନା କରାଯାଏ। ସେତେବେଳେ ସେ କହିଥିଲେ ଯେ, ହିନ୍ଦୁ ଭାବେ ଜନ୍ମ ହୋଇଛି ସତ, ହେଲେ ହିନ୍ଦୁ ଭାବେ ମରିବି ନାହିଁ, ଅନ୍ତତଃପକ୍ଷେ ଏହା ମୋ ସାଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?