‘ଯୋଗ୍ୟଙ୍କୁ ଆବାସ ନ ମିଳିବା ଯାଏ ଆନ୍ଦୋଳନ’

ଧାମନଗର, ୨୫।୧ (ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା ପ୍ରତିବାଦରେ ମଙ୍ଗଳବାର ଭାଜପା ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ଆବାସ ତାଲିକାରୁ ବାଦ୍‌ ପଡ଼ିଥିବା ବହୁ ହିତାଧିକାରୀ ଧାମନଗର ମେଡିକାଲଠାରୁ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବ୍ଲକ ଅଫିସ ପାଖକୁ ଯାଇଥିଲେ। ବ୍ଲକ ଛକ ଦମକଳ କେନ୍ଦ୍ରଠାରେ ଅଶୋକ ପୁହାଣଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ନିଜେ ଦାୟିତ୍ୱ ନେଇ ନିରପେକ୍ଷ ଭାବେ ସର୍ଭେ କରନ୍ତୁ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଠିକ୍‌ ତାଲିକା ପ୍ରସ୍ତୁତ କରନ୍ତୁ। ଯେପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କ ଠିକ୍‌ ତାଲିକା ପ୍ରସ୍ତୁତ ନ କରାଯାଇଛି ସେପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖନ୍ତୁ। ଯୋଗ୍ୟଙ୍କୁ ପ୍ରଧାନମନ୍ତ୍ରୀ ଆବାସ ନ ମିଳିବା ଯାଏ ଭାଜପା ଏ ଆନ୍ଦୋଳନ ଜାରି ରଖିବ। ଉପନିର୍ବାଚନ ସମୟରେ ଧାମନଗର ଦାୟିତ୍ୱ ନେଇଥିଲେ। କିନ୍ତୁ ଆଜି ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସରୁ କାହିଁକି ବଞ୍ଚତ୍ତ କରିଛନ୍ତି। ଭାଜପାର ବିଧାୟକ ଜିତିଛନ୍ତି ବୋଲି କି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ୭ଦିନ ଭିତରେ ଠିକ୍‌ ଭାବେ ହିତାଧିକାରୀ ଚୟନ ତାଲିକା ପ୍ରକାଶିତ କରାଯାଉ। ସରକାର ଏହାକୁ ଅଣଦେଖା କଲେ ଓ ଗ୍ରାମସଭା ଆୟୋଜନ ନ କରି ତାଲିକା ପ୍ରସ୍ତୁତ କରାଗଲେ ଆଗାମୀ ସପ୍ତାହରୁ ଘର ପାଇବାରୁ ବଞ୍ଚତ୍ତ ହିତାଧିକାରୀଙ୍କ ସହଯୋଗରେ ଭାଜପା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ଅଫିସଠାରୁ ବିଧାନସଭା ଘେରାଉ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ସେ ଚେତାବନୀ ଦେଇଛନ୍ତି।
ବିଧାୟକଙ୍କ ସହ ପୂର୍ବତନ ଜିଲା ପରିଷଦ ସଭ୍ୟ ମନୋରଞ୍ଜନ ମଲ୍ଲିକ, ଚତୁର୍ଭୁଜ ନାୟକ, ଅରବିନ୍ଦ ପତି, ରାମଚନ୍ଦ୍ର ମିଶ୍ର, ଦୀପ୍ତି ରଞ୍ଜନ ଜେନା, ଅଜୟ ବଳ, ଅଶୋକ ପଣ୍ଡା, ରଞ୍ଜନ ପଣ୍ଡା, ପ୍ରୀତମ ଦାସ, ମିନତି ସାହୁ, ଶରତ ମହାନ୍ତି, ପ୍ରଶାନ୍ତ ନାୟକ, ଶ୍ରୀକାନ୍ତ ନାୟକ, ବୈକୁଣ୍ଠ ସାହୁ, ବୁଲୁ ପୋଥାଳ, ଦେବେନ୍ଦ୍ର ପୁହାଣ, ବିଜୟ ରାମ, ରମେଶ ଚନ୍ଦ୍ର ପତି, କ୍ଷେତବାସୀ ବାରିକ, ଉମାମଣି ସାହୁ, ପୁଷ୍ପାଞ୍ଜଳି ବେହେରା, କବିତାରାଣୀ ରାୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri