ଅଙ୍ଗନୱାଡି କେନ୍ଦ୍ରରେ ଉତ୍ତେଜନା

ରୂପସା,୨୯।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଜାମୁନିଆ ଅଙ୍ଗନୱାଡିି କେନ୍ଦ୍ରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ସକାଳେ ଏହି କେନ୍ଦ୍ରର ତାଲା ଖୋଲି ପିଲାଙ୍କ ଖାଦ୍ୟ ସାମଗ୍ରୀ, କାଠ ପଟା ଆଦି ଚୋରି କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମର ଯୁବକ ରାମହରି ଲେଙ୍କା, ଗ୍ରାମର ଡ୍ରାଇଭର ମିହିର ବିଶ୍ୱାଳ ଭ୍ୟାନ (ନଂ. ଓଡ଼ି୦୧ୟୁ-୬୪୩୧) ଯୋଗେ କେନ୍ଦ୍ରରୁ ଖାଦ୍ୟ ସାମଗ୍ରୀ ଓ କାଠ ପଟା ଲୋଡ଼ିଂ କରିଥିବା ବେଳେ ଗାଁ ଲୋକଙ୍କ ନଜରରେ ପଡ଼ିଥିଲେ। ସେଠାରେ ଅଙ୍ଗନୱାଡିି କର୍ମୀ ନ ଥିବାରୁ ସନ୍ଦେହ ଉପୁଜିଥିଲା। ଭ୍ୟାନ୍‌ ସହ ରାମହରି ଲେଙ୍କାକୁ ଅଟକ ରଖି ଗାଁ ଲୋକେ ସକାଳ ୮ଟାରୁ ଆଇଆଇସି ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସିଡିପିଓଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଅଙ୍ଗନୱାଡ଼ି କର୍ମୀ ମିଟିଂ ଅଛି କହି ଘଟଣାସ୍ଥଳରେ ପହଞ୍ଚତ୍ ନ ଥିଲେ। ଫଳରେ ଉତ୍ତେଜନା ଦେଖାଦେଇଥିଲା। ଅପରାହ୍ନ ୨ଟା ସମୟରେ ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲା। ଅଟକ ଯୁବକ ଓ ଭ୍ୟାନକୁ ପୋଲିସ ଥାନାକୁ ଆଣିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଅଙ୍ଗନୱାଡ଼ି କର୍ମୀଙ୍କ ସଲାସୁତୁରାରେ ରାମହରି ଲେଙ୍କା ଓ ମିହିର ବିଶ୍ୱାଳ କେନ୍ଦ୍ରରୁ ପିଲାଙ୍କ ଖାଦ୍ୟ ସାମଗ୍ରୀ, ଆସବାବପତ୍ର ଓ କାଠ ପଟା ଆଦି ଚୋରି କରୁଥିବା ମାତୃ କମିଟି, ଗ୍ରାମବାସୀ ଟିକିମଣୀ ବେହେରା, ମମତା ବେହେରା, ଶୀତୁ ସିଂ, ଚୁମକି ସିଂ, ଉଷା ସିଂ, ଦିବାକର ମହାନ୍ତି, ଶ୍ରୀଧର ସିଂ, ପଦ୍ମଲୋଚନ ସିଂ, ୱାର୍ଡ଼ ସଭ୍ୟା ମିଲୁ ବେହେରା ପ୍ରମୁଖ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ଉକ୍ତ କେନ୍ଦ୍ରରେ କାଠପଟା ଗଦା କରି ଅଳିଆ ଆବର୍ଜନା ସୃଷ୍ଟି ହୋଇ ଅସ୍ବାସ୍ଥ୍ୟକର ପରିବେଶରେ ପିଲାମାନଙ୍କୁ କର୍ମୀ ଜଣକ ପଢ଼ାଇ ଆସୁଥିବା ଅଭିଭାବକ କହିଛନ୍ତି।
ସଂକ୍ରାନ୍ତରେ ଆଇସିଡିଏସ ସୁପରଭାଇଜର ମେରୀ କିସ୍କୁ ଦୁଲାରୀଙ୍କୁ ପଚରାଯିବାରୁ ଏହି ନୂତନ ଅଙ୍ଗନୱାଡ଼ି କେନ୍ଦ୍ରକୁ ଠିକାଦାର ବିଭାଗକୁ ହସ୍ତାନ୍ତର କରି ନ ଥିବା କହି ଘଟଣା ସମ୍ପର୍କରେ ବୁଝୁଛି ବୋଲି କହିଥିଲେ। ଅଙ୍ଗନୱାଡିି କର୍ମୀ ସୁମିତ୍ରା ରାଉତ ଠିକାଦାରଙ୍କ ପାଖରେ ଥିବା ଅନ୍ୟ ଚାବିରେ ତାଲା ଖୋଲି ମିସ୍ତ୍ରୀ ସେଣ୍ଟ୍ରିଙ୍ଗ ପଟା ନେଉଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri