ଏଜେଣ୍ଟ ପାର୍ଟି

ଅଲ୍‌ଇଣ୍ଡିଆ ମଜ୍‌ଲିସ-ଇ-ଇତେହାଦୁଲ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌)ର ଭୂମିକା ବିହାର ବିଧାନସଭା ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ିଯାଇଛି। ଭାଜପାର ହିନ୍ଦୁତ୍ୱ ଡାକରା ଫଳରେ ମୁସଲମାନ ଭୋଟଦାତା ଏକଜୁଟ୍‌ ହେବେ ବୋଲି ଭାବି ଭାଜପାର ନେତୃତ୍ୱ ଏକ ଅଭିନବ କିନ୍ତୁ ବୁଝିହେଉଥିବା ଖେଳ ଖେଳିଛନ୍ତି। ବିହାର ପରେ ପଶ୍ଚିମବଙ୍ଗ ଓ ନିକଟରେ ଶେଷ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ଦଳ ସବୁଠାରେ ନିଜର ପ୍ରାର୍ଥୀ ଛିଡ଼ା କରାଇ ଅଣ-କଂଗ୍ରେସ ଦଳଗୁଡ଼ିକଠାରୁ ମୁସଲମାନ ଭୋଟକୁ ଦୂରେଇ ରଖିବା ପାଇଁ ପ୍ରାଣପଣେ ଉଦ୍ୟମ କରିଆସିଛି। ଉତ୍ତରପ୍ରଦେଶ ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ଏଆଇଏମ୍‌ଆଇଏମ୍‌ର ନେତା ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଗାଡ଼ି ଉପରେ ଆକ୍ରମଣ ହେଲା ବୋଲି ଦେଶବ୍ୟାପୀ ଗଣମାଧ୍ୟମରେ ପ୍ରଚାର କରାଗଲା। ଓଓ୍ବାଇସିଙ୍କୁ ଜେଡ୍‌ କ୍ଲାସ ସୁରକ୍ଷା ପ୍ରଦାନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେବା ମାତ୍ରକେ ପ୍ରତିକ୍ରିୟା ପ୍ରକାଶ କରି ଓଓ୍ବାଇସି କହିଲେ ଯେ, ତାଙ୍କୁ ସେହି ଉଚ୍ଚମାନର ସୁରକ୍ଷା ଦେବା ପରିବର୍ତ୍ତେ ଆକ୍ରମଣକାରୀଙ୍କ ବିରୋଧରେ କଠୋରତମ ଆତଙ୍କବାଦୀ ନିରୋଧୀ ଆଇନ ବଳରେ ଗିରଫ କରାଯାଉ। ଏହାପରେ ନାଟକର ସମାପ୍ତି ଘଟିଲା ବୋଲି ଯେଉଁମାନେ ଭାବିଥିଲେ ସେମାନେ ଆଉଥରେ ଭାବିବା ପାଇଁ ବାଧ୍ୟ ହେଲେଣି। ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଭଳି କଠୋରବାଦୀ ମୁସଲ୍‌ମାନ ଭାବମୂର୍ତ୍ତି ରଖିଥିବା ଅନ୍ୟ କୌଣସି ଦ୍ୱିତୀୟ ନେତା ନାହାନ୍ତି। ହାଇଦ୍ରାବାଦରୁ ବାରମ୍ବାର ଜିତୁଥିବା ଓଓ୍ବାଇସି ଜଣେ ବିଦେଶ ଫେରନ୍ତା ଉଚ୍ଚଶିକ୍ଷିତ ନେତା ହୋଇଥାଇ ପାରନ୍ତି, କିନ୍ତୁ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ମୁସଲମାନ ସମ୍ପ୍ରଦାୟକୁ ଗଭୀର କ୍ଷତି ଘଟାଉଛି। ନିଜର ବ୍ୟକ୍ତିଗତ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ସବୁ କାର୍ଯ୍ୟ କରୁଥିବା ହେତୁ ତାଙ୍କର ଦୃଷ୍ଟି ଦେଶ ଓ ନିଜ ସମ୍ପ୍ରଦାୟର ହିତଠାରୁ ଦୂରେଇ ଯାଇଛି। ନିଜ ପୋଷାକଠାରୁ ବ୍ୟବହାର କରୁଥିବା ଭାଷା ପର୍ଯ୍ୟନ୍ତ ଓଓ୍ବାଇସିଙ୍କଠାରେ ସୁନ୍ନି ମୁସଲମାନ ଛାପ ରହିଥିବା ବେଳେ ତାଙ୍କର ଭିତିରି ଭାଜପା ସହିତ ବୁଝାମଣା ଅତି ସହଜରେ ବୁଝି ହୁଏ। ତାଙ୍କ ସମ୍ପର୍କରେ ପ୍ରଚାର କରୁଥିବା ଗଣମାଧ୍ୟମଗୁଡ଼ିକୁ ଦେଖିଲେ ସେଥିରେ ଉଦ୍ଦେଶ୍ୟ ବାରି ହୋଇଯିବା କଷ୍ଟକର ନୁହେଁ।
କୌତୂହଳର ବିଷୟ ହେଲା ଯେ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ପ୍ରଥମ ଥର ପାଇଁ ବିହାରରେ ବିଧାନସଭା ନିର୍ବାଚନ ଲଢ଼ି ୫ଟି ଆସନ ହାସଲ କରିପାରିଥିଲା। ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ଏବଂ ନିକଟ ଅତୀତରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସେହି ଦଳ ଗୋଟିଏ ହେଲେ ଆସନ ଜିତିପାରି ନ ଥିଲା। ଏଥିରୁ ବୁଝିବାକୁ ହେବ ଯେ ସେହିସବୁ ରାଜ୍ୟରେ ସାଧାରଣ ଭୋଟର ଓଓ୍ବାଇସିଙ୍କ ଚତୁରତାକୁ ବୁଝି ତାଙ୍କ ଉପରେ ହସିଥିଲେ। କିନ୍ତୁ ରାଜନୀତିରେ ଅଷ୍ଟ୍ରିଚ୍‌ ଚଢ଼େଇ ଭଳି ଚକ୍ଷୁ ବନ୍ଦ କରି କେତେକ ନେତା ଭାବନ୍ତି ଯେ ତାଙ୍କୁ କେହି ବୁଝିପାରୁ ନାହାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀ ରହିଥିବା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସପକ୍ଷରେ ଓଓ୍ବାଇସି କୌଣସି ମନ୍ତବ୍ୟ ଦେଇଥିବା କେହି ଶୁଣି ନ ଥିବେ।
ଏବେ ସେହି ପିଲାଳିଆମି ପ୍ରଦର୍ଶନ କରି ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ଦଳର ସାଂସଦ ଇମ୍‌ତିୟାଜ୍‌ ଜଲିଲ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ସକାଶେ ଏଆଇଏମ୍‌ଆଇଏମ୍‌ ତାହାର ସହଯୋଗ ଶିବସେନାକୁ ଦେବା ପାଇଁ ପ୍ରସ୍ତୁତ ଅଛି। ସ୍ବାଭାବିକ ଭାବେ, ଶିବସେନାର ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏଆଇଏମ୍‌ଆଇଏମ୍‌ ଏକ ଭାଜପାର ଚେଲା ଦଳ ବୋଲି ଅଭିହିତ କରିଛନ୍ତି। ଉଦ୍ଧବଙ୍କ କହିବା ଅନୁଯାୟୀ ଏହି ଚାଲ୍‌ ପଛରେ ଭାଜପାର ହାତ ରହିଛି। ଶିବସେନା ନେତାଙ୍କ ମତ ସାଧାରଣରେ ବୁଝାପଡୁଛି। ଏଆଇଏମ୍‌ଆଇଏମ୍‌ ସହିତ ହାତ ମିଶାଇଥିବାର କୌଣସି ପ୍ରକାର ଗୁଜବ କରାଇପାରିଲେ ମହାରାଷ୍ଟ୍ରରେ ହିନ୍ଦୁତ୍ୱ ଶକ୍ତିକୁ ନିଜଆଡ଼କୁ ଟାଣିନେବା ପାଇଁ ଭାଜପା ସଫଳ ହେବ ବୋଲି ଭାବୁଛି। ଏହି ଖେଳ ବୁଝି ଉଦ୍ଧବ ଠାକ୍‌ରେ ସେହି ପ୍ରସ୍ତାବକୁ ତୁରନ୍ତ ଅଗ୍ରାହ୍ୟ କରିଦେବା ଫଳରେ ଏଆଇଏମ୍‌ଆଇଏମ୍‌କୁ ଶକ୍ତ ଝଟ୍‌କା ହେବା କଥା। କିନ୍ତୁ ଏଜେଣ୍ଟ ପାର୍ଟି ପାଇଁ ଏଭଳି ପଦାରେ ପଡ଼ିବା ବାଧି ନ ପାରେ।

ଏହି ଖେଳ ବୁଝି ଉଦ୍ଧବ ଠାକ୍‌ରେ ସେହି ପ୍ରସ୍ତାବକୁ ତୁରନ୍ତ ଅଗ୍ରାହ୍ୟ କରିଦେବା ଫଳରେ ଏଆଇଏମ୍‌ଆଇଏମ୍‌କୁ ଶକ୍ତ ଝଟ୍‌କା ହେବା କଥା। କିନ୍ତୁ ଏଜେଣ୍ଟ ପାର୍ଟି ପାଇଁ ଏଭଳି ପଦାରେ ପଡ଼ିବା ବାଧି ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri