ଏଜେଣ୍ଟ ପାର୍ଟି

ଅଲ୍‌ଇଣ୍ଡିଆ ମଜ୍‌ଲିସ-ଇ-ଇତେହାଦୁଲ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌)ର ଭୂମିକା ବିହାର ବିଧାନସଭା ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ିଯାଇଛି। ଭାଜପାର ହିନ୍ଦୁତ୍ୱ ଡାକରା ଫଳରେ ମୁସଲମାନ ଭୋଟଦାତା ଏକଜୁଟ୍‌ ହେବେ ବୋଲି ଭାବି ଭାଜପାର ନେତୃତ୍ୱ ଏକ ଅଭିନବ କିନ୍ତୁ ବୁଝିହେଉଥିବା ଖେଳ ଖେଳିଛନ୍ତି। ବିହାର ପରେ ପଶ୍ଚିମବଙ୍ଗ ଓ ନିକଟରେ ଶେଷ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ଦଳ ସବୁଠାରେ ନିଜର ପ୍ରାର୍ଥୀ ଛିଡ଼ା କରାଇ ଅଣ-କଂଗ୍ରେସ ଦଳଗୁଡ଼ିକଠାରୁ ମୁସଲମାନ ଭୋଟକୁ ଦୂରେଇ ରଖିବା ପାଇଁ ପ୍ରାଣପଣେ ଉଦ୍ୟମ କରିଆସିଛି। ଉତ୍ତରପ୍ରଦେଶ ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ଏଆଇଏମ୍‌ଆଇଏମ୍‌ର ନେତା ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଗାଡ଼ି ଉପରେ ଆକ୍ରମଣ ହେଲା ବୋଲି ଦେଶବ୍ୟାପୀ ଗଣମାଧ୍ୟମରେ ପ୍ରଚାର କରାଗଲା। ଓଓ୍ବାଇସିଙ୍କୁ ଜେଡ୍‌ କ୍ଲାସ ସୁରକ୍ଷା ପ୍ରଦାନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେବା ମାତ୍ରକେ ପ୍ରତିକ୍ରିୟା ପ୍ରକାଶ କରି ଓଓ୍ବାଇସି କହିଲେ ଯେ, ତାଙ୍କୁ ସେହି ଉଚ୍ଚମାନର ସୁରକ୍ଷା ଦେବା ପରିବର୍ତ୍ତେ ଆକ୍ରମଣକାରୀଙ୍କ ବିରୋଧରେ କଠୋରତମ ଆତଙ୍କବାଦୀ ନିରୋଧୀ ଆଇନ ବଳରେ ଗିରଫ କରାଯାଉ। ଏହାପରେ ନାଟକର ସମାପ୍ତି ଘଟିଲା ବୋଲି ଯେଉଁମାନେ ଭାବିଥିଲେ ସେମାନେ ଆଉଥରେ ଭାବିବା ପାଇଁ ବାଧ୍ୟ ହେଲେଣି। ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଭଳି କଠୋରବାଦୀ ମୁସଲ୍‌ମାନ ଭାବମୂର୍ତ୍ତି ରଖିଥିବା ଅନ୍ୟ କୌଣସି ଦ୍ୱିତୀୟ ନେତା ନାହାନ୍ତି। ହାଇଦ୍ରାବାଦରୁ ବାରମ୍ବାର ଜିତୁଥିବା ଓଓ୍ବାଇସି ଜଣେ ବିଦେଶ ଫେରନ୍ତା ଉଚ୍ଚଶିକ୍ଷିତ ନେତା ହୋଇଥାଇ ପାରନ୍ତି, କିନ୍ତୁ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ମୁସଲମାନ ସମ୍ପ୍ରଦାୟକୁ ଗଭୀର କ୍ଷତି ଘଟାଉଛି। ନିଜର ବ୍ୟକ୍ତିଗତ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ସବୁ କାର୍ଯ୍ୟ କରୁଥିବା ହେତୁ ତାଙ୍କର ଦୃଷ୍ଟି ଦେଶ ଓ ନିଜ ସମ୍ପ୍ରଦାୟର ହିତଠାରୁ ଦୂରେଇ ଯାଇଛି। ନିଜ ପୋଷାକଠାରୁ ବ୍ୟବହାର କରୁଥିବା ଭାଷା ପର୍ଯ୍ୟନ୍ତ ଓଓ୍ବାଇସିଙ୍କଠାରେ ସୁନ୍ନି ମୁସଲମାନ ଛାପ ରହିଥିବା ବେଳେ ତାଙ୍କର ଭିତିରି ଭାଜପା ସହିତ ବୁଝାମଣା ଅତି ସହଜରେ ବୁଝି ହୁଏ। ତାଙ୍କ ସମ୍ପର୍କରେ ପ୍ରଚାର କରୁଥିବା ଗଣମାଧ୍ୟମଗୁଡ଼ିକୁ ଦେଖିଲେ ସେଥିରେ ଉଦ୍ଦେଶ୍ୟ ବାରି ହୋଇଯିବା କଷ୍ଟକର ନୁହେଁ।
କୌତୂହଳର ବିଷୟ ହେଲା ଯେ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ପ୍ରଥମ ଥର ପାଇଁ ବିହାରରେ ବିଧାନସଭା ନିର୍ବାଚନ ଲଢ଼ି ୫ଟି ଆସନ ହାସଲ କରିପାରିଥିଲା। ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ଏବଂ ନିକଟ ଅତୀତରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସେହି ଦଳ ଗୋଟିଏ ହେଲେ ଆସନ ଜିତିପାରି ନ ଥିଲା। ଏଥିରୁ ବୁଝିବାକୁ ହେବ ଯେ ସେହିସବୁ ରାଜ୍ୟରେ ସାଧାରଣ ଭୋଟର ଓଓ୍ବାଇସିଙ୍କ ଚତୁରତାକୁ ବୁଝି ତାଙ୍କ ଉପରେ ହସିଥିଲେ। କିନ୍ତୁ ରାଜନୀତିରେ ଅଷ୍ଟ୍ରିଚ୍‌ ଚଢ଼େଇ ଭଳି ଚକ୍ଷୁ ବନ୍ଦ କରି କେତେକ ନେତା ଭାବନ୍ତି ଯେ ତାଙ୍କୁ କେହି ବୁଝିପାରୁ ନାହାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀ ରହିଥିବା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସପକ୍ଷରେ ଓଓ୍ବାଇସି କୌଣସି ମନ୍ତବ୍ୟ ଦେଇଥିବା କେହି ଶୁଣି ନ ଥିବେ।
ଏବେ ସେହି ପିଲାଳିଆମି ପ୍ରଦର୍ଶନ କରି ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ଦଳର ସାଂସଦ ଇମ୍‌ତିୟାଜ୍‌ ଜଲିଲ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ସକାଶେ ଏଆଇଏମ୍‌ଆଇଏମ୍‌ ତାହାର ସହଯୋଗ ଶିବସେନାକୁ ଦେବା ପାଇଁ ପ୍ରସ୍ତୁତ ଅଛି। ସ୍ବାଭାବିକ ଭାବେ, ଶିବସେନାର ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏଆଇଏମ୍‌ଆଇଏମ୍‌ ଏକ ଭାଜପାର ଚେଲା ଦଳ ବୋଲି ଅଭିହିତ କରିଛନ୍ତି। ଉଦ୍ଧବଙ୍କ କହିବା ଅନୁଯାୟୀ ଏହି ଚାଲ୍‌ ପଛରେ ଭାଜପାର ହାତ ରହିଛି। ଶିବସେନା ନେତାଙ୍କ ମତ ସାଧାରଣରେ ବୁଝାପଡୁଛି। ଏଆଇଏମ୍‌ଆଇଏମ୍‌ ସହିତ ହାତ ମିଶାଇଥିବାର କୌଣସି ପ୍ରକାର ଗୁଜବ କରାଇପାରିଲେ ମହାରାଷ୍ଟ୍ରରେ ହିନ୍ଦୁତ୍ୱ ଶକ୍ତିକୁ ନିଜଆଡ଼କୁ ଟାଣିନେବା ପାଇଁ ଭାଜପା ସଫଳ ହେବ ବୋଲି ଭାବୁଛି। ଏହି ଖେଳ ବୁଝି ଉଦ୍ଧବ ଠାକ୍‌ରେ ସେହି ପ୍ରସ୍ତାବକୁ ତୁରନ୍ତ ଅଗ୍ରାହ୍ୟ କରିଦେବା ଫଳରେ ଏଆଇଏମ୍‌ଆଇଏମ୍‌କୁ ଶକ୍ତ ଝଟ୍‌କା ହେବା କଥା। କିନ୍ତୁ ଏଜେଣ୍ଟ ପାର୍ଟି ପାଇଁ ଏଭଳି ପଦାରେ ପଡ଼ିବା ବାଧି ନ ପାରେ।

ଏହି ଖେଳ ବୁଝି ଉଦ୍ଧବ ଠାକ୍‌ରେ ସେହି ପ୍ରସ୍ତାବକୁ ତୁରନ୍ତ ଅଗ୍ରାହ୍ୟ କରିଦେବା ଫଳରେ ଏଆଇଏମ୍‌ଆଇଏମ୍‌କୁ ଶକ୍ତ ଝଟ୍‌କା ହେବା କଥା। କିନ୍ତୁ ଏଜେଣ୍ଟ ପାର୍ଟି ପାଇଁ ଏଭଳି ପଦାରେ ପଡ଼ିବା ବାଧି ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri