ସଭିଙ୍କ ଏଜେଣ୍ଡା ବିକାଶ

ସରଣ୍ଡା, ୩୧।୩(ଡି.ଏନ.ଏ.): ଚଳିତ ଅତାବିରା ଏନ୍‌ଏସି ନିର୍ବାଚନକୁ ନେଇ ଚା’ ଖଟିରୁ ଆରମ୍ଭ କରି ଦୋକାନ ବଜାର, ରାସ୍ତାଘାଟ ସବୁଠି ଆଲୋଚନା। ଏନ୍‌ଏସିର ନଗରପାଳ ପଦବୀ ପାଇଁ ଏଥର ପ୍ରତ୍ୟକ୍ଷ ନିର୍ବାଚନ ହେବ। କାହା ମୁଣ୍ଡରେ ଭୋଟର ଢାଳିବେ ସୁନା କଳସ। ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ସଂରକ୍ଷିତ ନଗରପାଳ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି। ବିଜେଡିରୁ ବନମାଳି ବରିହା, ଭାଜପାରୁ ଲକ୍ଷ୍ମୀ ବେହେରା, କଂଗ୍ରେସରୁ ସବିତା ଭୁଏ ଏବଂ ସ୍ବାଧୀନ ଭାବେ ସାମନ୍ତ ଭୁଏ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ୧୨ଟି ୱାର୍ଡରେ ନଗରପାଳ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଏହି ସମସ୍ତ ପଦବୀ ଲାଗି ଆସନ୍ତା ଏପ୍ରିଲ ୩ରେ ନିର୍ବାଚନ ହେବ ଏବଂ ୧୬ଟି ବୁଥ୍‌ରେ ୧୩,୫୨୦ ଭୋଟର ମତଦାନ ସାବ୍ୟସ୍ତ କରିବେ। ଏଥିପାଇଁ ପ୍ରାର୍ଥୀମାନେ ପ୍ରଚାରକୁ ମଧ୍ୟ ଜୋରଦାର କରିଛନ୍ତି। ଦଳୀୟ ଗୀତରେ କମ୍ପୁଛି ଅତାବିରା ଏନ୍‌ଏସି ଅଞ୍ଚଳ। ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀମାନେ ପ୍ରତିଶ୍ରୁତିର ପାହାଡ଼ ଛିଡା କରୁଛନ୍ତି। ସବୁ ପ୍ରାର୍ଥୀ ୱାର୍ଡ ସମସ୍ୟାର ସମାଧାନ, ମୌଳିକ ସେବା ପ୍ରଦାନ ଓ ଅତାବିରାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ବିକାଶର ନାରା ଦେଇ ଭୋଟରଙ୍କ ନିକଟତର ହେଉଛନ୍ତି। ଅନ୍ୟପକ୍ଷେ ସ୍ବାଧୀନ ପ୍ରାର୍ଥୀଙ୍କ ଟକ୍କର ଦଳୀୟ ପ୍ରାର୍ଥୀଙ୍କୁ ଅଡୁଆରେ ପକାଇଛି। ଫଳାଫଳ ଯାହା ହେଉନା କାହିଁକି ଭୋଟ୍‌ ବିଭାଜନକୁ ନେଇ ଦଳୀୟ କର୍ମକର୍ତ୍ତା ଚିନ୍ତାରେ ପଡିଛନ୍ତି।

କ’ଣ କୁହନ୍ତି ନଗରପାଳ ପ୍ରାର୍ଥୀ…

୯୯ ପ୍ରତିଶତ ଜିତିବୁ ବୋଲି ଆଶା
ଅତାବିରାର ଉନ୍ନତି ଓ ବିକାଶ ପାଇଁ ସବୁ ପ୍ରକାରର ପ୍ରକଳ୍ପ ହାତକୁ ନେଇଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ। ଚାଷୀଙ୍କଠାରୁ ଆରମ୍ଭ କରି କ୍ରୀଡ଼ାବିତ୍‌ ଯାଏ ସମସ୍ତଙ୍କ ବିକାଶକୁ ଧ୍ୟାନ ଦିଆଯାଇଛି। ତେଣୁ ୯୯ ପ୍ରତିଶତ ଜିତିବାର ଆଶା ଓ ଭରସା ଅଛି।
-ବନମାଳି ବରିହା, ବିଜେଡି ପ୍ରାର୍ଥୀ
ସମସ୍ତଙ୍କୁ ସବୁପ୍ରକାର ସୁବିଧା ଦେବି
ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ଶିକ୍ଷକତା ଛାଡି ନିର୍ବାଚନ ମଇଦାନକୁ ଆସିଛି। ରାସ୍ତା, ଘାଟ, ଡ୍ରେନ୍‌ ସମସ୍ୟା ଏଠାରେ ଉଦ୍‌ବେଗଜନକ। ଗରିବଙ୍କ କଚ୍ଚା ଘର କେବେ ପକ୍କା ହେବ, ବାର୍ଦ୍ଧକ୍ୟ ହୋଇଥିଲେ ବି ଭତ୍ତା ନ ପାଇ ଲୋକେ ଅନେଇ ବସିଛନ୍ତି। ବିଗତ ୧୦ ବର୍ଷ ଶାସନ କାଳରେ ଏମାନେ କିଛି ବି କାମ କରିନାହାନ୍ତି। ଏନ୍‌ଏସିର ସମସ୍ତଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାର ଏଜେଣ୍ଡା ନେଇ ନିର୍ବାଚନ ଲଢୁଛି।-ଲକ୍ଷ୍ମୀ ବେହେରା, ଭାଜପା ପ୍ରାର୍ଥତ୍ନୀ
ଦୁର୍ନୀତିମୁକ୍ତ ଏନ୍‌ଏସି ଗଠନ ଇଚ୍ଛା
ଲୋକଙ୍କ ସେବା କରିବାକୁ ଏଠାକୁ ଆସିଛି। ଦୁର୍ନୀତିମୁକ୍ତ ଏନ୍‌ଏସି ଗଠନ କରିବାକୁ ଚାହୁଁଛି। ପାନୀୟଜଳ, ରାସ୍ତାଘାଟ, ଆବାସ ଯୋଜନାରେ ଘରଦ୍ୱାର, ପାଇଖାନା ଆଦି ଅନେକ ସମସ୍ୟାର ସମାଧାନ ଏଜେଣ୍ଡା ନେଇ ଲୋକଙ୍କୁ ଭୋଟ୍‌ ଭିକ୍ଷା କରୁଛି। ଫଳାଫଳ ନିଶ୍ଚୟ ଆମ ସପକ୍ଷରେ ଯିବ।
-ସବିତା ଭୁଏ, କଂଗ୍ରେସ ପ୍ରାର୍ଥତ୍ନୀ
ସମୂହଙ୍କୁ ନେଇ ବିକାଶ ଚିନ୍ତା
ଅତାବିରା ଏନ୍‌ଏସି ଦୁର୍ନୀତିରେ ଭରି ରହିଛି। ବିଗତ ଦିନରେ ଏନ୍‌ଏସିବାସୀ ଠକାମିରେ ପଡିଛନ୍ତି। ଗୋଟିଏ କାମ ପାଇଁ ଅନେକ ଥର ବିଲ୍‌ କରାଯାଇଛି। ଶୌଚାଳୟ ନାଁରେ ଟଙ୍କା ହରିଲୁଟ ହୋଇଛି। ସର୍ବସାଧାରଣ ସ୍ଥାନରେ ଶୌଚାଳୟ ନ କରି ବିଲ୍‌ ଉଠା ସରିଛି। ଏସବୁ ଦୁର୍ନୀତିର ଖୋଳତାଡ଼ ସହ ସମୂହଙ୍କୁ ନେଇ ଏ ଅଞ୍ଚଳର ବିକାଶ ଚିନ୍ତା କରିବି ।
-ସାମନ୍ତ ଭୁଏ, ସ୍ବାଧୀନ ପ୍ରାର୍ଥୀ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri