ପୁରୁଷ, ନାରୀର ଦୋଛକିରେ ଜୀବନ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ପୁରୁଷ ଆଉ ନାରୀର ଦୋଛକିରେ ବିତୁଛି କିନ୍ନରଙ୍କ ଜୀବନ। ସାମାଜିକ ଅପନିନ୍ଦା ଏବଂ ବାଛନ୍ଦ କାରଣରୁ ଏକଦା ଦୃଷ୍ଟି ଆଢ଼ୁଆଳରେ ରହି ଆସୁଥିବା ଏହି ମଣିଷ ଏବେ ସମାଜରେ କିଛି ନୂଆ କରିବାର ପ୍ରୟାସରେ ଚେଷ୍ଟିତ। ନିଜ ଚେଷ୍ଟାରେ ସେମାନେ କିଛିଟା ବାଟ ଆଗେଇ ଆସିବା ସହ ସମାଜ ସହ ମୁକାବିଲା କରିବାର ସାହସ ରଖିଛନ୍ତି। କିନ୍ତୁ କୌଣସି ସମ୍ପ୍ରଦାୟର ବିକାଶ କେବେ ହାତଗଣତି ଲୋକଙ୍କ ଉନ୍ନତି ଦେଖି କଳନା କରାଯାଇ ନ ପାରେ। କାରଣ ଆମେ ତାଙ୍କୁ ଆଜି ବି ଦୋଛକିରେ ରଖି ଦେଇଛେ। ଜନ୍ମ ହେବା ପରେ ସମାଜର ଛି ଛି ଟାହି ଟାପରା ଭିତରେ ସେମାନେ ବହୁତ ସମୟରେ ଭାଙ୍ଗି ପଡ଼ନ୍ତି। ସ୍କୁଲରେ ସାଙ୍ଗମାନେ ନ ମିଶିବାର ଭୟଠୁ ନେଇ ପରିବାରଠୁ ତଡ଼ା ଖାଇବାର ଭୟରେ ତାଙ୍କ ଶୈଶବ କଟିଯାଏ, ଯାହାପାଇଁ ସେମାନଙ୍କ ଶିକ୍ଷାଠୁ ନେଇ ଲାଳନପାଳନ ସବୁକିଛି ବାଧାପ୍ରାପ୍ତ ହୁଏ। ସେହି ପ୍ରଭାବରେ ସେମାନେ ଏମିିତି ଏକ ରାସ୍ତାକୁ ଆସି ଯାଉଛନ୍ତି ଯେ, ତାଙ୍କୁ ଆମେ ଖରାପ କହିବା ଆରମ୍ଭ କରି ଦେଉଛେ। ରାସ୍ତା କଡ଼ରେ ତାଙ୍କୁ ଦେଖିବା ମାତ୍ରେ ମନରେ କାହିଁ ରେ କେତେ ଖରାପ ଭାବନା। କେହି କେବେ ଭାବି ନାହାନ୍ତି ସେମାନେ ଆଜି ରାସ୍ତାରେ କାହିଁକି। ସେମାନଙ୍କ ଭୁଲ୍‌ କେଉଁଠି ରହିଛି। ସେମାନେ ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ଆମେ କିଛି କରିବା ପରିବର୍ତ୍ତେ ତାଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରେ ସେମାନଙ୍କୁ ବିଶେଷ ସୁବିଧା ମିଳିପାରୁ ନାହିଁ। ଏପରି କି ଶୌଚ ପାଇଁ ସ୍ବତନ୍ତ୍ର ଶୌଚାଳୟଟିଏ ମଧ୍ୟ ଯୋଗାଇ ଦିଆଯାଇନାହିଁ। ଏହା ସତ୍ତ୍ୱେ ଜଣେ ଅନ୍ୟଜଣଙ୍କ ପାଇଁ ପ୍ରେରଣା ସାଜି ଆଜି କେତେଜଣ ଆଗକୁ ଆସି ପାରିଛନ୍ତି। ଶୁକ୍ରବାର ଅନ୍ତର୍ଜାତୀୟ କିନ୍ନର ଅବଗତି ଦିବସ। ବିଶ୍ୱବ୍ୟାପୀ ସେମାନେ ସମ୍ମୁଖୀନ ହେଉଥିବା ଭେଦଭାବ, ସମାଜରେ ତାଙ୍କର ଅବଦାନ ସମ୍ପର୍କରେ ସଚେତନତାର ସ୍ବର ଉଠାଇବା ଚଳିତବର୍ଷର ଥିମ୍‌ ରହିଛି।

କେତେକ କିନ୍ନର ଏବେ ନିଜର ପ୍ରଚେଷ୍ଟା ବଳରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦୁଝର ଜିଲା ବଡବିଲ ଅଞ୍ଚଳର ୩୧ବର୍ଷୀୟ ସଲ୍‌ମା(ମହମ୍ମଦ ସଲିମ୍‌)। ସେ ବଡବିଲ ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ(ଜେଏମ୍‌ଏଫ୍‌ସି) କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରୁଛନ୍ତି। ସେ ହେଉଛନ୍ତି ରାଜ୍ୟର ପ୍ରଥମ କିନ୍ନର ଯିଏକି ପେସାଦାର ଆଇନଜୀବୀ। ୧୧ମାସ ହେବ ସେ ଏକ ନୂଆ ଜୀବନ ଜିଉଛନ୍ତି। ଏଥିସହ ଏବେ ଉଚ୍ଚଶିକ୍ଷା ପାଇଁ କେନ୍ଦୁଝର ଆଇନ ମହାବିଦ୍ୟାଳୟରେ ଆଡ୍‌ମିଶନ ମଧ୍ୟ କରିଛନ୍ତି। ଏକ ମୁସଲମାନ ପରିବାରରେ ଜନ୍ମିତ ସଲ୍‌ମାଙ୍କ ଘର ଯୋଡ଼ାବ୍ଲକ ଅନ୍ତର୍ଗତ ରୋଏଡା ଗାଁରେ। ବାପା ତାଙ୍କର ଜଣେ ଶ୍ରମିକ ହେତୁ ଘରର ଆର୍ଥିକ ପରିସ୍ଥିତି ସେତେଟା ଭଲ ନୁହେଁ। ଏଣୁ ପ୍ରଥମରୁ ହିଁ ସଲ୍‌ମା ଓ ତାଙ୍କ ଭଉଣୀଙ୍କୁ ଛୋଟ ଛୋଟ ଇଚ୍ଛା ପୂରଣ ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ତାଙ୍କର ଶାରୀରିକ ପରିବର୍ତ୍ତନ ସମ୍ପର୍କରେ ଯେତେବେଳେ ପରିବାର ଏବଂ ପଡ଼ୋଶୀ ଜାଣିଲେ ସେତେବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରି କି ସେ ପାଠପଢ଼ାରେ ମନୋନିବେଶ କରିପାରୁ ନ ଥିଲେ। କିନ୍ନର କମ୍ୟୁନିଟି ସହ ରହିଲେ ସାହସ ଓ ସମବେଦନା ସାଙ୍ଗକୁ ବଞ୍ଚତ୍ବାର ରାହା ପାଇବାର ଆଶା ରଖି ଯୁକ୍ତ ୩ ପାଠପଢ଼ା ଅଧାରୁ ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ। ହେଲେ ଏସବୁ ଆଶା ପାଣି ଫୋଟକା ପରି ମିଳେଇଗଲା। ଭୁବନେଶ୍ୱରରେ କିନ୍ନର ସମ୍ପ୍ରଦାୟ ସହ ମିଶିବା ପରେ ତାଙ୍କୁ ଭିକ୍ଷାବୃତ୍ତି କରି ରୋଜଗାର କରିବାକୁ କୁହାଗଲା। ପ୍ରାୟ ୪-୬ମାସ ଏଭଳି କାମ କରିବା ପରେ ଦିନେ ତାଙ୍କୁ ଗଙ୍ଗପଡ଼ାର ଅନ୍ଧାର ରାସ୍ତାରେ ବେଶ୍ୟାବୃତ୍ତି କରିବାକୁ ଯେତେବେଳେ ତାଙ୍କ କିନ୍ନର ଭଉଣୀମାନେ ଛାଡ଼ିଗଲେ ସେ ଏକ ଟ୍ରକ୍‌ ଡାଲାରେ ଲୁଚି ବଡବିଲକୁ ଫେରି ଯାଇଥିଲେ। ସେଠାରୁ ଫେରିବା ପରେ ପରିବାର ଲୋକଙ୍କୁ ପୁଣିଥରେ ବୁଝାଇବାକୁ ଚେଷ୍ଟା କଲେ। ଶେଷରେ ସେମାନେ ମଧ୍ୟ ବୁଝିଲେ। ସେ ପୁଣିଥରେ କଲେଜରେ ନାମ ଲେଖାଇଲେ। ଚଳିବା ପାଇଁ ଛୋଟ ଛୋଟ ପିଲାଙ୍କୁ ଟିଉସନ କଲେ। ସଲ୍‌ମା ଆଇନ ଶିକ୍ଷା କରିବା ସହିତ ସ୍ବାବଲମ୍ବୀ ହେବା ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ନେତୃତ୍ୱ ନେଇ ଆସୁଥିଲେ। ଆଇନ ଶିକ୍ଷା ଶେଷ ପରେ ପେସାଦାର ଓକିଲ ହେବା ପାଇଁ ବାର କାଉନ୍‌ସିଲ୍‌ରେ ଆବେଦନ କରିଥିଲେ। ବାର୍‌ କାଉନ୍‌ସିଲ ସଲ୍‌ମାଙ୍କ ଆବେଦନକୁ ଗ୍ରହଣ କରିବା ପରେ ତାଙ୍କୁ ଲାଇସେନ୍ସ ପ୍ରଦାନ କରିଛନ୍ତି। ଏହାପରେ ସଲ୍‌ମା ବଡବିଲ ଜେଏମ୍‌ଏଫ୍‌ସି କୋର୍ଟର ଓକିଲ ସଂଘ ନିକଟରେ ନିଜର ଲାଇସେନ୍ସ ଦାଖଲ କରି ପେସାଦାର ଓକିଲ ଭାବେ କାମ ଆରମ୍ଭ କରିଛନ୍ତି। ସଞ୍ଜ ନଇଁଲେ କିନ୍ନରମାନେ ସଜବାଜ ହୋଇ ବେଶ୍ୟାବୃତ୍ତି କରିବା ଘଟଣାକୁ ସେ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି। ସେମାନଙ୍କ ପାଇଁ ଅନ୍ୟ ରୋଜଗାରର ପନ୍ଥା ବାହାର କରିବାକୁ ସେ ସରକାରଙ୍କଠାରେ ନିବେଦନ କରିଛନ୍ତି। ସେ ଆହୁରି କହିଛନ୍ତି, ସରକାର କିନ୍ନରମାନଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ। ୨୦୧୯ରୁ ଟ୍ରାନ୍ସଜେଣ୍ଡର ପର୍ସନ୍ସ (ପ୍ରୋଟେକ୍‌ସନ ଅଫ ରାଇଟ୍‌ସ ) ଆକ୍ଟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ ବିଭିନ୍ନ କ୍ଷେତ୍ରରେ ଲାଗୁ କରାଯାଇପାରିନାହିଁ। ଚାକିରି ଓ ଉଚ୍ଚଶିକ୍ଷାରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା, ସ୍କଲାରଶିପ ପ୍ରଦାନ, ଆଇ କାର୍ଡ ଆଦି ଦିଆଗଲେ ସେମାନେ ମଧ୍ୟ ସମାଜରେ ସମ୍ମାନର ସହ ବଞ୍ଚତ୍ ପାରିବେ। ବସୁନ୍ଧରା ଯୋଜନା, ଅନ୍ତ୍ୟୋଦୟ ଯୋଜନା ଭଳି ଏନେକ ଯୋଜନାରେ ଆମେ ସାମିଲ ହୋଇପାରୁ ନାହୁଁ। ଡାକ ନାମ ଗୋଟିଏ ଓ ପାଠପଢ଼ା କ୍ଷେତ୍ରରେ ଅନ୍ୟନାମ ରହୁଥିବାରୁ ଆମେ ଅନେକ ସୁବିଧାରୁ ବଞ୍ଚତ୍ତ ହୋଇ ରହୁଛୁ। ସେମାନଙ୍କ ଶିକ୍ଷା ହିସାବରେ ସେମାନଙ୍କୁ ରୋଜଗାର କିମ୍ବା କିଛି ପ୍ରଶିକ୍ଷଣ ଦେଇ ପ୍ରଶାସନ ସହଯୋଗ କଲେ କିନ୍ନରମାନେ ଆଉ ରାସ୍ତା କଡ଼ରେ ଦିଶିବେନି। ହେଲେ ପ୍ରଶାସନର ଅବହେଳା ମନୋବୃତ୍ତି କିନ୍ନରଙ୍କୁ ପଛରେ ପକାଇ ଦେଉଛି। ରାଜ୍ୟସ୍ତରରେ ଯେଉଁ କିନ୍ନରମାନେ ଅଛନ୍ତି ସେମାନେ ସମ୍ପ୍ରଦାୟର ଅଧିକାର ପାଇଁ ଲଢେଇ କରିବା ଆବଶ୍ୟକ। ତେବେ ଯାଇ ଅନ୍ତଃରାଷ୍ଟ୍ରୀୟ କିନ୍ନର ଅବଗତି ଦିବସର ଲକ୍ଷ୍ୟ ସାଧିତ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…

ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା

ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri