ଏଏସ୍‌ଓ ପଦବୀ ପାଇଁ ବଦଳିଲା ବୟସସୀମା; ଜାଣନ୍ତୁ…

କଟକ ଅଫିସ,୨୧ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପଦବୀ ପୂରଣ ପାଇଁ ହେବାକୁ ଥିବା ପରୀକ୍ଷାର ସଂଶୋଧିତ ବିଜ୍ଞପ୍ତି ଗୁରୁବାର ପ୍ରକାଶ ପାଇଛି। ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଏଏସ୍‌ଓ ପଦବୀ ନିମନ୍ତେ ଏଥର ୩୮ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରିପାରିବେ। ପୂର୍ବରୁ ୨୧ରୁ ୩୨ ବର୍ଷ ବୟସର ପ୍ରାର୍ଥୀମାନେ ଏହି ପଦବୀ ନିମନ୍ତେ ଆବେଦନ କରିପାରିବେ ବୋଲି ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ରାଜ୍ୟ ସରକାର ଚାକିରି ପାଇଁ ବୟସ ସୀମା ବୃଦ୍ଧି କରିବା ପରେ ଓପିଏସ୍‌ସି ପକ୍ଷରୁ ଏହି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଆବେଦନ ନିମନ୍ତେ ବୟସସୀମା ପରିବର୍ତ୍ତନ କରାଯାଇଛି। ଅନ୍ୟ ସମସ୍ତ ବିଷୟ ଅପରିବର୍ତ୍ତିତ ରହିବ ବୋଲି ଓପିଏସ୍‌ସି ସଚିବ ଅଶୋକ କୁମାର ଦାସ କହିଛନ୍ତି।

ସୂଚନାଥାଉ କି, ଓପିଏସ୍‌ସି ପକ୍ଷରୁ ଗତ ଜାନୁୟାରୀ ୧ ତାରିଖରେ ଏଏସ୍‌ଓ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ୨୦ ତାରିଖରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୩୩ଟି ଜୋନ୍‌ରେ ଏହି ପରୀକ୍ଷା ହେବା ପାଇଁ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ମୋଟ୍‌ ପଦବୀ ମଧ୍ୟରୁ ଏସ୍‌ଇବିସି ବର୍ଗ ନିମନ୍ତେ ୬୨, ଅନୁସୂଚିତ ଜାତି ବର୍ଗ ପାଇଁ ୧୦୯, ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୭୮ ସଂରକ୍ଷିତ ରଖାଯାଇଥିବାବେଳେ ୪୪୭ଟି ଅସଂରକ୍ଷିତ ଥିବା ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଲିଖିତ ଏବଂ କମ୍ପ୍ୟୁଟରରେ ଦକ୍ଷତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

ବନ ମହୋତ୍ସବ ସପ୍ତାହ, ସାନଖେମୁଣ୍ଡି କୋର୍ଟ ପରିସରରେ ଚାରା ରୋପଣ କଲେ ମାଜିଷ୍ଟ୍ରେଟ 

ଦିଗପହଣ୍ଡି,୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଆନୁକୁଲ୍ୟରେ  ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ…

ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା, ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩।୭(ଆଇଏଏନ୍‌ଏସ୍‌): ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି…

ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି।…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri