Posted inଫୁରସତ

ବୟସ ୧୦, ମାସିକ ରୋଜଗାର ୧ କୋଟି

ପିଲାଦିନ ହେଉଛି ଖେଳକୁଦ, ମଜାମସ୍ତି କରିବାର ସମୟ। ହେଲେ ବେଳେବେଳେ କିଛି ପିଲା ଏଇ ବୟସରେ ଏମିତି କିଛି କାମ କରନ୍ତି, ଯାହାକୁ ବଡମାନେ କରିବା ଅସମ୍ଭବ। ଯେମିତିକି ଅଷ୍ଟ୍ରେଲିଆରେ ରହୁଥିବା ୧୦ ବର୍ଷୀୟା ପିକ୍ସି କର୍ଟିସ୍‌ ଏମିତି କାମ କରି ଦେଖାଇଛନ୍ତି ଯାହାକୁ କୌଣସି ବ୍ୟକ୍ତି କେବଳ ସ୍ବପ୍ନରେ ଭାବି ପାରିବେ। ପିକ୍ସି ଏକ ପ୍ରାଇମେରୀ ସ୍କୁଲର ଛାତ୍ରୀ। ହେଲେ ଏଇ ବୟସରେ ସେ ଫିଜେଟ୍‌ସ ଓ ପପିଂ ଖେଳଣା ତିଆରି କରି ବ୍ୟବସାୟ କରୁଛନ୍ତି। ବଜାରରେ ତାଙ୍କର ଏଇ ଖେଳଣାଗୁଡିକର ଚାହିଦା ଆକାଶ ଛୁଆଁ। ଏହାବାଦ ପିକ୍ସିଙ୍କ ନାମରେ ଏକ ହେୟାର ଏକ୍ସେସରୀ ବ୍ରାଣ୍ଡ ବି ଅଛି। ଯେଉଁଥିରେ ବହୁତ ସୁନ୍ଦର ସୁନ୍ଦର ହେଡବ୍ୟାଣ୍ଡ, କ୍ଲିପ୍‌ ଓ ଅନ୍ୟାନ୍ୟ ହେୟାର ଆକ୍ସେସରୀ ତିଆରି କରାଯାଇଥାଏ। ଏତେ କମ୍‌ ବୟସରୁ ପିକ୍ସିଙ୍କ ଭିତରେ ବ୍ୟବସାୟ କରିବାର ଝୁଙ୍କ ଓ ଯୋଜନା ବି ଥିଲା। ତେଣୁ ତାଙ୍କ ମା’ ତାଙ୍କୁ ସହଯୋଗ କରିଥିଲେ। ଆଉ ଖେଳଣା ବ୍ୟବସାୟ ଆରମ୍ଭ କରିଥିଲେ। ବ୍ୟବସାୟ ଆରମ୍ଭ ହେବାର ୪୮ ଘଣ୍ଟା ଭିତରେ ହିଁ ତାଙ୍କର ସବୁ ଖେଳଣା ବିକ୍ରି ହୋଇଯାଇଥିଲା। ଏଇ ବଡ଼ ସଫଳତା ତାଙ୍କୁ ଆଗକୁ ବଢିବାର ପ୍ରେରଣା ଦେଇଥିଲା। ଆଉ ମାସକ ମଧ୍ୟରେ ଟର୍ନଓଭର ୧ କୋଟି ହୋଇଯାଇଥିଲା। ଏହାପରେ ପିକ୍ସି ହେୟାର ଆକ୍ସେସରୀ ବ୍ୟବସାୟକୁ ଓହ୍ଲାଇଥିଲେ। ଯାହାର ନାଁ ସେ ପିକ୍ସି ବୋ’ ରଖିଲେ। ଏଇ ହେୟାର ବୋ’ଗୁଡିକୁ ବି ବହୁତ ପସନ୍ଦ କରାଯାଉଛି। ପିକ୍ସିଙ୍କ ନାଁରେ ଦୁଇ ଦୁଇଟି କମ୍ପାନୀ ରହିଛି। ଆଉ ସେ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ତାଙ୍କ ମା’ ଯୋଜନା କରିଛନ୍ତି ଯେ, ପିକ୍ସି ୧୫ ବର୍ଷ ବୟସରେ ଅବସର ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri