Posted inଫୁରସତ

ବୟସ ୧୦, ମାସିକ ରୋଜଗାର ୧ କୋଟି

ପିଲାଦିନ ହେଉଛି ଖେଳକୁଦ, ମଜାମସ୍ତି କରିବାର ସମୟ। ହେଲେ ବେଳେବେଳେ କିଛି ପିଲା ଏଇ ବୟସରେ ଏମିତି କିଛି କାମ କରନ୍ତି, ଯାହାକୁ ବଡମାନେ କରିବା ଅସମ୍ଭବ। ଯେମିତିକି ଅଷ୍ଟ୍ରେଲିଆରେ ରହୁଥିବା ୧୦ ବର୍ଷୀୟା ପିକ୍ସି କର୍ଟିସ୍‌ ଏମିତି କାମ କରି ଦେଖାଇଛନ୍ତି ଯାହାକୁ କୌଣସି ବ୍ୟକ୍ତି କେବଳ ସ୍ବପ୍ନରେ ଭାବି ପାରିବେ। ପିକ୍ସି ଏକ ପ୍ରାଇମେରୀ ସ୍କୁଲର ଛାତ୍ରୀ। ହେଲେ ଏଇ ବୟସରେ ସେ ଫିଜେଟ୍‌ସ ଓ ପପିଂ ଖେଳଣା ତିଆରି କରି ବ୍ୟବସାୟ କରୁଛନ୍ତି। ବଜାରରେ ତାଙ୍କର ଏଇ ଖେଳଣାଗୁଡିକର ଚାହିଦା ଆକାଶ ଛୁଆଁ। ଏହାବାଦ ପିକ୍ସିଙ୍କ ନାମରେ ଏକ ହେୟାର ଏକ୍ସେସରୀ ବ୍ରାଣ୍ଡ ବି ଅଛି। ଯେଉଁଥିରେ ବହୁତ ସୁନ୍ଦର ସୁନ୍ଦର ହେଡବ୍ୟାଣ୍ଡ, କ୍ଲିପ୍‌ ଓ ଅନ୍ୟାନ୍ୟ ହେୟାର ଆକ୍ସେସରୀ ତିଆରି କରାଯାଇଥାଏ। ଏତେ କମ୍‌ ବୟସରୁ ପିକ୍ସିଙ୍କ ଭିତରେ ବ୍ୟବସାୟ କରିବାର ଝୁଙ୍କ ଓ ଯୋଜନା ବି ଥିଲା। ତେଣୁ ତାଙ୍କ ମା’ ତାଙ୍କୁ ସହଯୋଗ କରିଥିଲେ। ଆଉ ଖେଳଣା ବ୍ୟବସାୟ ଆରମ୍ଭ କରିଥିଲେ। ବ୍ୟବସାୟ ଆରମ୍ଭ ହେବାର ୪୮ ଘଣ୍ଟା ଭିତରେ ହିଁ ତାଙ୍କର ସବୁ ଖେଳଣା ବିକ୍ରି ହୋଇଯାଇଥିଲା। ଏଇ ବଡ଼ ସଫଳତା ତାଙ୍କୁ ଆଗକୁ ବଢିବାର ପ୍ରେରଣା ଦେଇଥିଲା। ଆଉ ମାସକ ମଧ୍ୟରେ ଟର୍ନଓଭର ୧ କୋଟି ହୋଇଯାଇଥିଲା। ଏହାପରେ ପିକ୍ସି ହେୟାର ଆକ୍ସେସରୀ ବ୍ୟବସାୟକୁ ଓହ୍ଲାଇଥିଲେ। ଯାହାର ନାଁ ସେ ପିକ୍ସି ବୋ’ ରଖିଲେ। ଏଇ ହେୟାର ବୋ’ଗୁଡିକୁ ବି ବହୁତ ପସନ୍ଦ କରାଯାଉଛି। ପିକ୍ସିଙ୍କ ନାଁରେ ଦୁଇ ଦୁଇଟି କମ୍ପାନୀ ରହିଛି। ଆଉ ସେ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ତାଙ୍କ ମା’ ଯୋଜନା କରିଛନ୍ତି ଯେ, ପିକ୍ସି ୧୫ ବର୍ଷ ବୟସରେ ଅବସର ନେବେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri