Posted inଫୁରସତ

କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି ହେଉ

ପ୍ରତିବର୍ଷ ଡିସେମ୍ବର ୨କୁ ଆନ୍ତର୍ଜାତିକ ଦାସତ୍ୱ ଉଚ୍ଛେଦ ଦିବସ ଭାବେ ପାଳନ କରାଯାଇଥାଏ। ମାନବ ଚାଲାଣ ରୋକିବା, ଶ୍ରମ, ବେଶ୍ୟାବୃତ୍ତି ଆଦି କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଗୋଲାମ କରି ରଖିବାର କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ ଥର ପାଇଁ ୧୯୮୬ରେ ମିଳିତ ଜାତସଂଘର ସାଧାରଣ ପରିଷଦରେ ଆନ୍ତର୍ଜାତିକ ଦାସତ୍ୱ ଉଚ୍ଛେଦ ଦିବସ ଅନୁମୋଦନ ଲାଭ କରିଥିଲା ।
ସେବେଠାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହି ଦିବସ ଉପଲକ୍ଷେ ଦାସତ୍ୱ ପ୍ରଥାର ବିଲୋପ ନିମନ୍ତେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଆନ୍ତର୍ଜାତିକ ସ୍ତରରେ ଦାସତ୍ୱକୁ ବେଆଇନ ଘୋଷଣା କରାଯାଇଛି।
ଏବେ ସାରା ବିଶ୍ୱରେ ୩କୋଟିରୁ ଅଧିକ କ୍ରୀତଦାସ ଥିବାବେଳେ ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ କେବଳ ଭାରତରେ ଅଛନ୍ତି। ଭାରତରେ ଏବେ ବି ୧କୋଟି ୪୦ ଲକ୍ଷ କ୍ରୀତଦାସ ଅଛନ୍ତି। କ୍ରୀତଦାସ ପ୍ରଥା ବିରୋଧରେ କାର୍ଯ୍ୟ କରୁଥିବା ‘ୱାକ୍‌ ଫ୍ରି ଫାଉଣ୍ଡେଶନ’ ନିକଟରେ ରିପୋର୍ଟରେ ପ୍ରକାଶ କରିଥିବାବେଳେ ସାରା ବିଶ୍ୱରେ କେତେ କ୍ରୀତଦାସ ଅଛନ୍ତି ତା’ର ତାଲିକା ପ୍ରଦାନ କରିଛି। ଏଥିରେ ୧୬୨ଟି ଦେଶରେ କେତେ କ୍ରୀତଦାସ ରହୁଛନ୍ତି, କ୍ରୀତଦାସ ପ୍ରଥାର ପ୍ରମୁଖ କାରଣ ତଥା ଏହାକୁ ରୋକିବାରେ ସରକାରଙ୍କ ସାମର୍ଥ୍ୟ ଉପରେ ସବିଶେଷ ଅଧ୍ୟୟନ କରାଯାଇଛି । ଯୌନକର୍ମୀ କିମ୍ବା ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଅନେକ ସମୟରେ ହେଉଥିବା ମାନବ ଚାଲାଣ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ସାରା ବିଶ୍ୱରେ ୨.୯୮କୋଟି କ୍ରୀତଦାସ ରହୁଥିବାବେଳେ ଏଥିରୁ ପ୍ରାୟ ୭୬ ପ୍ରତିଶତ କେବଳ ୧୦ଟି ଦେଶରେ ରହୁଛନ୍ତି । ସେଗୁଡ଼ିକ ହେଲା ଭାରତ (୧କୋଟି ୩୯ ଲକ୍ଷ), ଚାଇନା (୨୯ଲକ୍ଷ), ପାକିସ୍ତାନ (୨୧ଲକ୍ଷ), ନାଇଜେରିଆ (୭ଲକ୍ଷ), ଇଥିଓପିଆ (୬ଲକ୍ଷ ୫୧ ହଜାର), ରୁଷିଆ (୫ଲକ୍ଷ ୧୬ ହଜାର), ଥାଇଲାଣ୍ଡ (୪ଲକ୍ଷ ୭୨ ହଜାର), ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ (୪ଲକ୍ଷ ୬୨ ହଜାର), ମ୍ୟାନ୍‌ମାର (୩ଲକ୍ଷ ୮୪ ହଜାର) ଓ ବାଂଲାଦେଶରେ ୩ଲକ୍ଷ ୪୩ ହଜାର। ଆଧୁନିକ ସମୟରେ କ୍ରୀତଦାସର ଅର୍ଥ ବଦଳି ଯାଇଥିବାବେଳେ ମାନବ ଚାଲାଣ, ଗୋତି ଶ୍ରମିକ ପ୍ରଥା, ଶିଶୁ ନିର୍ଯାତନା ଓ ଜୋରଜବରଦସ୍ତ ବିବାହ ଆଦିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ବିଶ୍ୱସ୍ତରରେ କ୍ରୀତଦାସଙ୍କ ତାଲିକା ପ୍ରକାଶ କରିବା ଉଦ୍ଦେଶ୍ୟ ହେଉଛି ଏହା ବିରୋଧ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ଦେଶର ସରକାରଙ୍କ ଉପରେ ଚାପ ପକାଇବା। କାରଣ ସାରା ବିଶ୍ୱରେ ଏବେ ଯେତିକି ସଂଖ୍ୟକ କ୍ରୀତଦାସ ଅଛନ୍ତି ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି ଗବେଷକ କେଭିନ୍‌ ବେଲ୍ସ ପ୍ରକାଶ କରିଛନ୍ତି। ଦାରିଦ୍ର୍ୟ କ୍ରୀତଦାସ ପ୍ରଥାର ପ୍ରମୁଖ କାରଣ ହୋଇଥିବାବେଳେ ଦୁର୍ନୀତି ଏହାର ଅନ୍ୟ ଏକ କାରଣ।
ଚାଇନାରେ ମଧ୍ୟ ମହିଳା, ପୁରୁଷ ତଥା ଶିଶୁମାନଙ୍କୁ କ୍ରୀତଦାସ ହେବା ପାଇଁ ବାଧ୍ୟ କରାଯାଉଛି ।
ଆଇସ୍‌ଲାଣ୍ଡ, ଆୟର୍ଲାଣ୍ଡ ଓ ବ୍ରିଟେନ ପରି ପାଶ୍ଚାତ୍ୟ ଦେଶ ମଧ୍ୟ କ୍ରୀତଦାସ ମୁକ୍ତ ନୁହନ୍ତି ବୋଲି ବେଲ୍ସ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଧନୀ ରାଷ୍ଟ୍ରଗୁଡ଼ିକ ପାଇଁ ମଧ୍ୟ ଚେତାବନୀ ସଦୃଶ ହୋଇଛି।
-ଶେଖ୍‌ ଫରିଦ୍‌ଉଦ୍ଦିନ
ମୋ:୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri