ଏକୁଲ-ସେକୁଲରେ ପୁଣି ଜନନୀ ଯନ୍ତ୍ରଣା

କାମାକ୍ଷାନଗର,୧୮ା୭(ଡି.ଏନ୍‌.ଏ.): ଉପାନ୍ତରୁ ଉପକୂଳ। ଆଦିବାସୀବହୁଳ ଇଲାକାରୁ ଶିଳ୍ପସମୃଦ୍ଧ ଅଞ୍ଚଳ। ସ୍ବାସ୍ଥ୍ୟସେବାକୁ ନେଇ ସବୁଠି ତିକ୍ତ ଓ ନକାରାତ୍ମକ ଅନୁଭୂତି। ଦୁର୍ଗମ ଇଲାକାରେ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁ ନ ଥିବାରୁ ରୋଗୀ କାନ୍ଧରେ ବୁହାହେଉଛନ୍ତି ତ ଗର୍ଭବତୀଙ୍କୁ ମେଡିକାଲ ଆଣିବା ପାଇଁ ଉଛୁଳା ନଦୀରେ ସମ୍ପର୍କୀୟଙ୍କ ଜୀବନ ଲାଗୁଛି ବାଜି। କେଉଁଠି ରକ୍ତ ନ ମିଳିବାରୁ ରୋଗୀ ଜୀବନ ଯାଉଛି ତ ଅନ୍ୟ କେଉଁଠି ଡାକ୍ତରଙ୍କ ସ୍ବାସ୍ଥ୍ୟସେବାକୁ ନେଇ ସୃଷ୍ଟି ହେଉଛି ଆଇନଶୃଙ୍ଖଳା ସ୍ଥିତି। ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସରକାର ଗୁରୁତ୍ୱ ଦେଉଥିବା କହୁଥିବାବେଳେ ସବୁଠି ଏଭଳି ଦୟନୀୟ ଚିତ୍ର ବାସ୍ତବତାକୁ ପଦାକୁ ଆଣିଛି।
ଅପହଞ୍ଚ ସ୍ବାସ୍ଥ୍ୟସେବାକୁ ନେଇ ପୁଣିଥରେ ଚର୍ଚ୍ଚାର ପରିଧିକୁ ଆସିଛି ଶିଳ୍ପ ଜିଲା ଢେଙ୍କାନାଳ। ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ ଏକୁଲ-ସେକୁଲରେ ପୁନରାବୃତ୍ତି ହୋଇଛି ଜନନୀ ଯନ୍ତ୍ରଣାର ଚିତ୍ର। ହଠାତ୍‌ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ଜଣେ ୫ ମାସର ଗର୍ଭବତୀଙ୍କୁ ଜୀବନକୁ ପାଣି ଛଡ଼ାଇ ଷ୍ଟ୍ରେଚରରେ ଭରାନାଳ ପାର କରାଇଛନ୍ତି ସମ୍ପର୍କୀୟ। ଗତ ଗୁରୁବାର ଘଟିଛି ଏଭଳି ଦୁଃଖଦ ଘଟଣା, ଯାହାର ଭିଡିଓ ସୋସିଆଲ ମିଡିଆରେ ଘୂରିବୁଲୁଛି।
ସୂଚନାଯୋଗ୍ୟ, ଏକୁଲ ଗ୍ରାମର ବିଜୟ ଦେହୁରୀଙ୍କ ସ୍ତ୍ରୀ ସଞ୍ଜୁ ୫ ମାସର ଗର୍ଭବତୀ ଥିବାବେଳେ ଗତ ଗୁରୁବାର ହଠାତ୍‌ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇପଡ଼ିଥିଲା। ଏହାକୁ ନେଇ ପରିବାର ଚିନ୍ତାରେ ପଡ଼ିଥିଲେ। ବର୍ଷାରେ ଉଛୁଳୁଥିବା ଦୁଇଟି ନାଳ ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ସାଜିଥିବାବେଳେ ବହୁକଷ୍ଟରେ ଏକ ଷ୍ଟ୍ରେଚରରେ ମହିଳାଙ୍କୁ କାନ୍ଧେଇ ନାଳ ପାର କରାଇଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସରେ ନିଆଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଦୁଇ ୟୁନିଟ୍‌ ରକ୍ତ ଚଢ଼ାଯିବା ପରେ ଏବେ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।
ଢେଙ୍କାନାଳ-ଯାଜପୁର-କେନ୍ଦୁଝର ଜିଲା ସୀମାନ୍ତରେ ଅବସ୍ଥିତ ଏକୁଲ-ସେକୁଲ ଗ୍ରାମବାସୀଙ୍କ ପାଖରେ ଏବେ ବି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ଗମନାଗମନ ପାଇଁ ଭଲ ସଡ଼କ ନାହିଁ। ବର୍ଷାଦିନେ ପାହାଡ଼ି ନାଳରେ ପ୍ରବାହିତ ସ୍ରୋତ ଅଞ୍ଚଳବାସୀଙ୍କୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଦେଉଛି। ଫଳରେ ୩ରୁ ୪ ମାସ ଲୋକମାନେ କଲବଲ ହୋଇଥାଆନ୍ତି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ଏହାର ସମାଧାନ ହୋଇପାରୁନାହିଁ। ଜିଲା ପ୍ରଶାସନ କଙ୍କଡ଼ାହାଡ଼ର ବିକାଶ ପାଇଁ ଏକାଧିକ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଜନନୀ ଯନ୍ତ୍ରଣାର ଏହି ଚିତ୍ର ବାସ୍ତବତାକୁ ପଦାରେ ପକାଇଛି।
ଏ ନେଇ କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କୁହନ୍ତି, ପାହାଡ଼ ଉପରେ ରହୁଥିବା ଆଦିବାସୀ ପରିବାରକୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ଅନେକ ପଦକ୍ଷେପ ନିଆଯାଇଛି। ଅଞ୍ଚଳର ବିକାଶ ପାଇଁ ଉନ୍ନୟନମୂଳକ କାର୍ଯ୍ୟ ଜାରିଥିବା ସେ କହିଛନ୍ତି। କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ସୁବାସ ଚନ୍ଦ୍ର ମଣ୍ଡଳ କୁହନ୍ତି, ଗୁରୁବାର ଗର୍ଭବତୀ ଜଣଙ୍କ ଆମ୍ବୁଲାନ୍ସ ଜରିଆରେ ମେଡିକାଲରେ ପହଞ୍ଚତ୍ଥିଲେ। ରକ୍ତ ପରୀକ୍ଷାରୁ ସେ ମ୍ୟାଲେରିଆରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏଥିସହ ରକ୍ତହୀନତାର ଶିକାର ମଧ୍ୟ ହୋଇଛନ୍ତି। ତାଙ୍କୁ ଆବଶ୍ୟକ ଚିକିତ୍ସା କରାଯାଉଛି। ଏ ସମ୍ପର୍କରେ କଙ୍କଡାହାଡ଼ ବିଡିଓ ବୁଲ୍‌ବୁଲ୍‌ ବେହେରାଙ୍କ ମୋବାଇଲ (ନଂ.୯୪୩୭୫୪୨୧୪୨)କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri