ପୁନଶ୍ଚ ଜାଲିଆତି

ବାବୁ ପରିସରରେ ଗୋଟିଏ ପରେ ଗୋଟିଏ ଜାଲିଆତି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏଥର ୧୫ ଜଣ ସିଭିଲ ସର୍ଭାଣ୍ଟଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ସେମାନେ ନକଲି ଉପାୟରେ ସଂରକ୍ଷଣ ଦାବିକରି ଆଇଏଏସ୍‌, ଆଇପିଏସ୍‌ ଓ ଆଇଆର୍‌ଏସ୍‌ ପଦବୀ ପାଇଥିବା ବିଷୟ ଏବେ ତଦନ୍ତ ପରିସରଭୁକ୍ତ ହୋଇଛି। ଏଭଳି ଜାଲିଆତି ଉପରେ ଲଗାତର ଅଭିଯୋଗ ଆସିବା ପରେ ଶେଷରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ତଦନ୍ତ ଆରମ୍ଭ କରିଛି। ଆରଟିଆଇ ଆକ୍ଟିଭିଷ୍ଟ ବିଜୟ କୁମ୍ଭାର ଅନେକ ଅଭିଯୋଗ କରିଥିଲେ ଏବଂ ଏଥିରେ ଭୁଲ୍‌ ଜାତି, ଇଡ୍‌ବ୍ଲ୍ୟୁଏସ୍‌ ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ଦିଆଯାଇଥିବା ଦର୍ଶାଯାଇଥିଲା। କେତେକ ଅଧିକାରୀ ପିଡବ୍ଲ୍ୟୁବିଡି (ନିର୍ଦ୍ଦିଷ୍ଟ ସ୍ତରର ଦିବ୍ୟାଙ୍ଗ ସ୍ଥିତି)ର ଭୁଲ୍‌ ପ୍ରମାଣ ପତ୍ର ଦେଇଥିବାବେଳେ ଅନ୍ୟମାନେ ତଫସିଲଭୁକ୍ତ ଜାତି, ଜନଜାତି କିମ୍ବା ପଛୁଆବର୍ଗ ପ୍ରମାଣପତ୍ର ଦେଇ ୟୁପିଏସ୍‌ସିରେ ସଫଳ ହେବା ଲାଗି ବେଆଇନ ପନ୍ଥା ଧରିଥିଲେ ବୋଲି ସନ୍ଦେହ କରାଯାଉଛି। କେବଳ ଏହି ଘଟଣା ନୁହେଁ, ମହାରାଷ୍ଟ୍ର କ୍ୟାଡରର ପୂଜା ଖେଡ୍‌କରଙ୍କ ମାମଲା ପାଠକଙ୍କର ମନେଥିବ। ସେ ୟୁପିଏସ୍‌ସିରେ ସଫଳ ହେବା ପାଇଁ ଜାତି ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ଜାଲିଆତି କରିଥିଲେ। ଯଦି ୟୁପିଏସ୍‌ସି ଓ ରାଜ୍ୟ ସରକାର ନିଯୁକ୍ତି ପୂର୍ବରୁ ଠିକ୍‌ ଭାବେ ପ୍ରମାଣପତ୍ର ଯାଞ୍ଚ କରିବେ ନାହିଁ, ତେବେ ଯୋଗ୍ୟତା ମାନକ ଦର୍ଶାଇବା ମାନେ କ’ଣ? କାର୍ଯ୍ୟ କ୍ଷେତ୍ରରେ ସମାନତା ଆଣିବା ହେଉଛି ସଂରକ୍ଷଣର ଲକ୍ଷ୍ୟ, କିନ୍ତୁ ପଛଦ୍ୱାର ଦେଇ ଜାଲିଆତି କରି ଚାକିରିରେ ପ୍ରବେଶ କରିବା ପାଇଁ ନୁହେଁ। ଜାଲିଆତି କରି ଯଦି ସିଭିଲ ସର୍ଭିସରେ ପ୍ରବେଶ କରନ୍ତି ତେବେ ବ୍ୟବସ୍ଥା ଉପରେ ଥିବା ନାଗରିକ ତଥା ବଞ୍ଚିତ ଆଶାୟୀଙ୍କ ବିଶ୍ୱାସ ଧୂୂଳିସାତ ହୋଇଯିବ। ସ୍ବଚ୍ଛତା, ଠିକ୍‌ ସମୟରେ ଯାଞ୍ଚ ଓ ଗମ୍ଭୀର ସଚେତନତା ନିହାତି ଦରକାର। ଯଦି ଶୀର୍ଷକୁ ଯାଉଥିବା ବ୍ୟକ୍ତି ବ୍ୟବସ୍ଥାରେ ହେରଫେର କରିପାରୁଛନ୍ତି, ତେବେ ଆମମାନଙ୍କଠାରୁ କ’ଣ ଆଶା କରାଯାଇପାରେ।
ସ୍ଥାୟିତ୍ୱକୁ ଭୁଲିଯାଅ
ଉତ୍ତର ପ୍ରଦେଶରେ ପୋଲିସ ମୁଖ୍ୟ ହେବା ଅର୍ଥ କ୍ୟାରିୟରର ଶୀର୍ଷ ସଫଳତା ପାଇବାର ଗୁରୁତ୍ୱ କମ୍‌ ମନେ ହୁଏ ବରଂ ଅଧିକ ଅତିଥି ଭଳି ବିଶେଷକରି କାର୍ଯ୍ୟନିର୍ବାହୀ ଭୂମିକା ବୋଲି ଜଣାପଡ଼େ। ନିକଟରେ ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ୧୯୯୧ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ରାଜୀବ କ୍ରିଷ୍ଣ ନିଯୁକ୍ତ ହୋଇଛନ୍ତି। ପ୍ରଶାନ୍ତ କୁମାର ଡିଜିପି ପଦବୀରୁ ମେ ୩୧ରେ ଅବସର ନେବା ପରେ ତାଙ୍କ ସ୍ଥାନରେ କ୍ରିଷ୍ଣଙ୍କୁ ଅବସ୍ଥାପିତ କରାଯାଇଛି। କୁମାର ତାଙ୍କ ଲମ୍ବା କାର୍ଯ୍ୟକାଳ ମଧ୍ୟରେ ସାହସିକ କାର୍ଯ୍ୟ ପାଇଁ ଅନେକ ପଦକ ଏବଂ ୩୦୦ରୁ ଅଧିକ ଏନ୍‌କାଉଣ୍ଟର ସହ ଜଡ଼ିତ ଥିବା ଜଣାପଡ଼ିଛି। ତେବେ ଅବସର ପୂର୍ବରୁ ଅନେକ ସପ୍ତାହ ଧରି କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲେ ମଧ୍ୟ ସରକାର ନୀରବ ରହିଥିଲେ ଓ କୌଣସି ନିଯୁକ୍ତି ତାଲିକା ୟୁପିଏସ୍‌ସିକୁ ପଠାଯାଇ ନ ଥିଲା। ବ୍ୟବସ୍ଥାର ନିୟମ ଅନୁଯାୟୀ କୌଣସି ଚୟନ କମିଟି ଗଢ଼ାଯାଇ ନାହିଁ। କେବଳ ନୀରବତା ପରେ ଦାୟିତ୍ୱ ହସ୍ତାନ୍ତର ହୋଇଛି। ୨୦୨୨ ପରଠାରୁ କ୍ରିଷ୍ଣ ପଞ୍ଚମ କାର୍ଯ୍ୟନିର୍ବାହୀ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏକଥା ଭୁଲି ଯାଆନ୍ତୁନି ଯେ, ଡିଜିପି ଚୟନ ପାଇଁ ସୁପ୍ରିମକୋର୍ଟ ସ୍ପଷ୍ଟ ମାନକ ନିର୍ଦ୍ଧାରଣ କରିଛନ୍ତି, ତାହା ହେଉଛି ସ୍ବଚ୍ଛତା, ଯୋଗ୍ୟତା ଓ ଉପଯୁକ୍ତ ପ୍ରକ୍ରିୟା। ହେଲେ ଉତ୍ତରପ୍ରଦେଶରେ ଏହିସବୁ ନିୟମ ମାର୍ଗଦର୍ଶନ ଭଳି ମନେହେଉଛି। ଜଣେ କାର୍ଯ୍ୟନିର୍ବାହୀ ଡିଜିପି ସ୍ଥାୟୀ ହୋଇପାରୁ ନାହାନ୍ତି। ଏଣୁ ସ୍ଥାୟିତ୍ୱକୁ ଭୁଲିଯାଅ।
ବିଫଳ ପଦକ୍ଷେପ
ହରିୟାଣାରେ ୨୭ ଜଣ ରାଜ୍ୟ ସିଭିଲ ସର୍ଭିସ ଅଧିକାରୀଙ୍କୁ ଆଇଏଏସ୍‌ ପଦବୀକୁ ପଦୋନ୍ନତି ଦେବା ଲାଗି ନିଆଯାଇଥିବା ପଦକ୍ଷେପ ଯୋଜନା ଅନୁସାରେ ସଫଳ ହେଲା ନାହିଁ। ଏଥିରେ ୟୁପିଏସ୍‌ସି ପକ୍ଷରୁ ବାଧା ଆସିଛି। ତେବେ ରାଜ୍ୟରେ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଥିବାବେଳେ ଏଭଳି ପଦକ୍ଷେପର ସମୟ ଖରାପ ହୋଇ ନ ପାରେ। ସମସ୍ୟାର କେନ୍ଦ୍ର ହେଉଛି, ପଦୋନ୍ନତି ପାଇଁ ପ୍ରସ୍ତୁତ କରାଯାଇଥିବା ଶର୍ଟଲିଷ୍ଟରେ ଅତି କମ୍‌ରେ ୮ ଜଣ ଅଧିକାରୀଙ୍କ ବିରୋଧରେ ଆପରାଧିକ ଅଭିଯୋଗ ରହିଛି। ଏମାନଙ୍କ ବିରୋଧରେ କୋର୍ଟରେ ସମ୍ପୂର୍ଣ୍ଣ ଅଭିଯୋଗପତ୍ର ଦାଖଲ ହୋଇଛି। ତଥାପି ରାଜ୍ୟ ସରକାର ଏହି ଘଟଣାକୁ ଆଢୁଆଳରେ ରଖି ଯୁକ୍ତି କରୁଛନ୍ତି ଯେ, ଅପରାଧ ଦଣ୍ଡ ସଂହିତାର ଧାରା ୧୭୩ ଅନୁଯାୟୀ ଏକ ଅଭିେଯୋଗ ପତ୍ରକୁ ଚୂଡାନ୍ତ ରିପୋର୍ଟ ଭାବେ ଗଣାଯାଏ ନାହିଁ। ଏଣୁ ଜଣଙ୍କୁ ପଦୋନ୍ନତିରୁ ବାଦ୍‌ ଦିଆଯିବା ପାଇଁ ଆପରାଧିକ ଅଭିଯୋଗ ଯଥେଷ୍ଟ ନୁହେଁ। ସରକାରଙ୍କର ଏହା ଏକ ସୁନ୍ଦର ପ୍ରଚେଷ୍ଟା, କିନ୍ତୁ ୟୁପିଏସ୍‌ସି ବୁଝିଲା ନାହିଁ କି ଗ୍ରହଣ କଲା ନାହିଁ। ୟୁପିଏସ୍‌ସି ସରକାରଙ୍କ ଯୁକ୍ତି ଆଇନଗତ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ନୁହେଁ ବୋଲି କହି ପୂରା ତାଲିକାକୁ ଫେରାଇ ଦେଇ ଏକ ସ୍ବଚ୍ଛ ଲିଷ୍ଟ ପଠାଇବାକୁ କହିଲା। ଦୁର୍ଭାଗ୍ୟବଶତଃ, ଯେଉଁ ଅଧିକାରୀଙ୍କ ବିରୋଧରେ କୌଣସି ମାମଲା ନାହିଁ ସେମାନେ ବି ଅନିଶ୍ଚିତତା ମଧ୍ୟରେ ରହିଲେ। ଏହି ଘଟଣା ମଧ୍ୟ ହରିୟାଣା ଆଇଏଏସ୍‌ର ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ରାଜ୍ୟରେ ୨୧୫ ଆଇଏଏସ୍‌ ଦରକାର , କିନ୍ତୁ ଏବେ ଅଛନ୍ତି ୧୭୧। ଏଭଳି ବଡ଼ ଅଭାବକୁ ଅସ୍ପଷ୍ଟ ଚୟନ କିମ୍ବା ଅଧୁରା ଆଇନଗତ ଯୁକ୍ତି ମାଧ୍ୟମରେ ପୂରଣ କରାଯାଇପାରିବ ନାହିଁ। ଏହା ସ୍ପଷ୍ଟ ଯେ, ୟୁପିଏସ୍‌ସି ଏଥିରେ ସମସ୍ୟା ଥିବା ଅନୁଭବ କରୁଥିବାବେଳେ ଏହାକୁ ସହଜରେ ଛାଡ଼ିଦେବା ମୁଡ୍‌ରେ ନାହିଁ।

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri