ଆମେରିକା-ଚାଇନା ମୁହାଁମୁହିଁ

ଟୋକିଓ/ବେଜିଂ,୨୪ା୫: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ତାଇଓ୍ବାନ୍‌ ଦଖଲର ମହତ୍ତ୍ୱାକାଂକ୍ଷା ଓ ଯୋଜନାକୁ ତାଙ୍କ ସରକାରରେ ଥିବା କେତେଜଣ ବରିଷ୍ଠ ଅଧିକାରୀ ଧରାପକାଇ ଦେଇଛନ୍ତି। ତାଇଓ୍ବାନ୍‌ ଦଖଲର ରୋଡ୍‌ମ୍ୟାପ୍‌ ସମ୍ପର୍କିତ ଆଲୋଚନାକୁ ନେଇ ୫୭ ମିନିଟ୍‌ର ଏକ ଅଡିଓ କ୍ଲିପ୍‌ ପ୍ରଘଟ ହେବା ପରେ ଆମେରିକା ଓ ଚାଇନା ମଧ୍ୟରେ ପୁଣି ବାକ୍‌ଯୁଦ୍ଧ ତେଜିଛି। ଚାଇନାର କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ଓ ସାମରିକ ଶକ୍ତି ଯୋଗୁ ଉତ୍ତେଜନା ବଢ଼ୁଥିବାବେଳେ ଟୋକିଓରେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବେଜିଂକୁ କଡ଼ା ଚେତାବନୀ ଦେଇଛନ୍ତି। ଚାଇନା ତାଇଓ୍ବାନ୍‌କୁ ଦଖଲ ଉଦ୍ୟମ କଲେ ସ୍ବୟଂଶାସିତ ଦ୍ୱୀପ ରାଷ୍ଟ୍ରକୁ ସୁରକ୍ଷା ଦେବା ପାଇଁ ଆମେରିକା ବଳ ପ୍ରୟୋଗ କରିବ ବୋଲି ସେ କହିଛନ୍ତି।
କ୍ୱାଡ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ରାଜଧାନୀ ଟୋକିଓ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ଚାଇନା ତାଇଓ୍ବାନ୍‌ ଗଣତନ୍ତ୍ର ଉପରେ ଆକ୍ରମଣ କଲେ ଆମେରିକା ହସ୍ତକ୍ଷେପ କରିବ। ଓ୍ବାନ୍‌ ଚାଇନା ପଲିସିକୁ ନେଇ ଆମେ ସହମତ। ଏଥିରେ ଆମେ ସ୍ବାକ୍ଷର କରିଛୁ। କିନ୍ତୁ ଚାଇନା ବଳ ପ୍ରୟୋଗ କରି କୌଣସି ପଦକ୍ଷେପ ନେଲେ ଆମେ ଚୁପ୍‌ ରହିବୁ ନାହିଁ ବୋଲି ବାଇଡେନ୍‌ କହିଛନ୍ତି। ୟୁକ୍ରେନ୍‌ରେ ରୁଷିଆର ବର୍ବରତା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦୀର୍ଘ ସମୟ ଧରି ବହୁମୂଲ୍ୟ ଦେବାକୁ ପଡ଼ିବ।
ସମ୍ପ୍ରତି କେବଳ ୟୁକ୍ରେନ୍‌ ନୁହେଁ, ବରଂ ତାଇଓ୍ବାନ୍‌ ମଧ୍ୟ ଏକ ବଡ଼ ପ୍ରସଙ୍ଗ। ରୁଷିଆ ଉପରେ ପାଶ୍ଚାତ୍ୟର ଚାପକୁ ବେଜିଂ ଦେଖିସାରିଛି। ଚାଇନା ବଳପୂର୍ବକ ତାଇଓ୍ବାନ୍‌ ଦଖଲ ପୂର୍ବରୁ ଏହି ସନ୍ଦେଶକୁ ଭଲଭାବେ ବୁଝିବା ଦରକାର ବୋଲି ବାଇଡେନ୍‌ କହିଛନ୍ତି। ଏହାକୁ ଚାଇନା ବିରୋଧରେ ଆମେରିକା ପକ୍ଷରୁ ସବୁଠୁ କଠୋର ଚେତାବନୀ ବୋଲି କୁହାଯାଉଛି। ଅନ୍ୟପକ୍ଷେ ବାଇଡେନ୍‌ଙ୍କ ଏହି ମନ୍ତବ୍ୟକୁ ନେଇ ବେଜିଂ ଆପତ୍ତି ଉଠାଇଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି କହିଛନ୍ତି, ଚାଇନାର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଏକତା ପ୍ରସଙ୍ଗରେ ସାଲିସ କରାଯିବ ନାହିଁ। କୌଣସି ରାଷ୍ଟ୍ର ଆମ ଦୃଢ଼ ସାମର୍ଥ୍ୟକୁ ନୂ୍ୟନ ମନେକରିବା ଭୁଲ୍‌ କରନ୍ତୁ ନାହିଁ। ବାଇଡେନ୍‌ଙ୍କ ପୂର୍ବ ଏସିଆ ଗସ୍ତ, କ୍ୱାଡ୍ରିଲେଟରାଲ ସିକ୍ୟୁରିଟି ଡାଇଲଗ୍‌ (କ୍ୱାଡ୍‌) ସମିଟ୍‌ ଏବଂ ଆମେରିକାର ଇଣ୍ଡୋ-ପାସିଫିକ୍‌ ରଣନୀତିକୁ ଏହା ପୂର୍ବରୁ ଚାଇନା କଡ଼ା ସମାଲୋଚନା କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri