ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ବଦଳୁଛି ସମୀକରଣ

ଯାଜପୁର ଅଫିସ,୨୪ା୧: ଦୀର୍ଘବର୍ଷ ହେଲା ହରିଜନ ଓ ଆଦିବାସୀ ମହିଳା, ଖଟିଖିଆ, ଗରିବ, ନିରକ୍ଷର, ଦିନ ମଜୁରିଆଙ୍କ ମୁହଁରେ ବିଜେଡିର ସ୍ବର ଶୁଭୁଥିଲା ।  କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ସଂରକ୍ଷଣ ତାଲିକାରେ ଯାଜପୁର ଜିଲାର ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ପଦବୀରେ ଅନୁସୂଚିତ ଜନଜାତି (ଆଦିବାସୀ)ଙ୍କୁ ସ୍ଥାନ ମିଳିନାହିଁ। ଯାହାକି ଜିଲାରେ ଆଦିବାସୀମାନଙ୍କୁ ଆଘାତ ଲାଗିଛି। ଏହା ପଞ୍ଚାୟତ ନିର୍ବାଚନରେ ତାହା ପ୍ରତିଫଳିତ ହେବ ବୋଲି ଆଦିବାସୀମାନେ ପ୍ରକାଶ କରିଛନ୍ତି। ଏହାସହ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସମୀକରଣ ବଦଳି ଯାଇଛି । ଅଧିକାଂଶ ନିର୍ବାଚନ ଫଳାଫଳ ସମ୍ପର୍କରେ ଏବେଠୁ କହିବା କଷ୍ଟକର ବୋଲି କହିଛନ୍ତି । ଭୋଟର ୨ରୁ ୩ ଦିନ ପୂର୍ବରୁ କିଛି କହିହେବ ବୋଲି ସେମାନେ ପ୍ରକାଶ କରୁଛନ୍ତି । ତେବେ ଜୟ ପରାଜୟର ବ୍ୟବଧାନ ଖୁବ୍‌ କମ୍‌ ରହିବ ବୋଲି ସେମାନେ ମତ ରଖିଛନ୍ତି ।
କୃଷି ଓ କୃଷକଙ୍କ ପ୍ରତି ଅନ୍ୟାୟ, ଧାନମଣ୍ଡି ଖୋଲିବାରେ ବିଳମ୍ବ, ଦଲାଲଙ୍କୁ ପରୋକ୍ଷରେ ଅନୁକମ୍ପା, ମିଲମାଲିକଙ୍କୁ ଚାଉଳ ରିସାଇକ୍ଲିଂରେ ସହଯୋଗ, ପାକ୍ସ ସମ୍ପାଦକମାନେ ଚାଷୀଙ୍କୁ ହଇରାଣ କରିବା, ଚାଷୀ ପଞ୍ଜିକରଣରେ ଦୁର୍ନୀତି, ଚାଷୀଙ୍କ ନାମରେ ଅର୍ଥ ଆତ୍ମସାତ୍‌, ଗ୍ରାମାଞ୍ଚଳରେ ବିପଦଜ୍ଜନକ ରାସ୍ତାଘାଟ, ଉନ୍ନୟନ ଯୋଜନାରେ ଦୁର୍ନୀତି ଆଦିକୁ ନେଇ ଭୋଟରମାନେ ଅସନ୍ତୁଷ୍ଟ ଅଛନ୍ତି। ଏହି ଅସନ୍ତୋଷ ଜିଲାର ତୁଙ୍ଗ ନେତାଙ୍କୁ ଅଡୁଆରେ ପକାଇଛି । ଅଧିକାଂଶ ନେତା ଭିତିରିଆ ଭାବେ ଭାଜପା ଓ କଂଗ୍ରେସକୁ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶୁଣିବାକୁ ମିଳୁଛି । ଏହି ସୁଯୋଗରେ ବିଜେଡି ବିଦ୍ରୋହୀଙ୍କ ମେଳି ଜମୁଛି । ଆସନ୍ତା ନିର୍ବାଚନାରେ ସେମାନଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି ମତ ପ୍ରକାଶ ପାଇଛି । ବିଶେଷକରି ବରୀ, ବଡ଼ଚଣା, ସୁକିନ୍ଦା, କୋରେଇ ଅଞ୍ଚଳରେ ସ୍ବାଧୀନ ପ୍ରାର୍ଥୀଙ୍କ ଭୂମିକାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।
ଅନ୍ୟପକ୍ଷେ ଯାଜପୁର ଜିଲାର ୭ ବିଧାନସଭା ଆସନକୁ ବିଜେଡି ଅକ୍ତିଆର କରିଛି। ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ବିଜେଡିର ସାଙ୍ଗଠନିକ ଦକ୍ଷତାକୁ ପ୍ରମାଣିତ କରିଛି।ଏହି ବିଜୟକୁ ଲକ୍ଷ୍ୟ କରି ବିଜେଡି ସମର୍ଥିତ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ତେବେ ସ୍ଥାନୀୟ ନେତାଙ୍କ ଦକ୍ଷତା ଓ କର୍ମଫଳକୁ ନେଇ ଫଳଫଳ ଆସିବ ବୋଲି ମତ ପ୍ରକାଶ ପାଇଛି । ଚଳିତ ନିର୍ବାଚନ ପ୍ରଚାରକୁ କରୋନା କଟକଣା ରୋକିଛି । ଏଥିପାଇଁ ପ୍ରଚାରର ସେତେଟା ଜମି ନ ଥିଲେ ହେଁ ନିଜ ବନ୍ଧୁବାନ୍ଧବ, ପାଖଲୋକଙ୍କୁ ଆପଣେଇବା ଆରମ୍ଭ ହୋଇଛି।ତେବେ ଏ ପର୍ଯ୍ୟନ୍ତ ଜିଲାରେ ୩ ପ୍ରମୁଖ ରାଜନୈତିକ ଦଳର ଷ୍ଟାର କ୍ୟାମ୍ପନର କିମ୍ବା କୌଣସି ହେଭିୱେଟ ନେତାଙ୍କ ପ୍ରଚାର ଦେଖିବାକୁ ମିଳିନାହିଁ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ତାହା ଜମିବ ବୋଲି ପ୍ରାର୍ଥୀମାନେ କହୁଛନ୍ତି। ବିକାଶ ନାଁରେ ଦୁର୍ନୀତି ଏବଂ କୃଷି ଓ କୃଷକଙ୍କ ପ୍ରତି ଅବହେଳା ବଢିଥିବାରୁ ଭାଜପା ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ନିଶ୍ଚିତ ହୋଇଛି । ଅନ୍ୟପକ୍ଷେ ବିଜେଡି ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଭୋଟରଙ୍କୁ ଆପଣାଇବା ପାଇଁ ଉଦ୍ୟମ ଚଳାଇଛି । ସ୍ଥାନୀୟ ବିଜେଡି ନେତାଙ୍କ ପାଇଁ ଏହି ନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ୍ୟ ହୋଇଛି । ଏହା ସେମିଫାଇନାଲ ବୋଲି ବିଜେଡି ସୁପ୍ରିମୋ ପରୋକ୍ଷରେ ସୂଚାଇ ଦେଇଛନ୍ତି । ନିର୍ବାଚନ ଫଳାଫଳ ବିଜେଡି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ସୂଚନା ମିଳିଛି । ତେଣୁ ଜିଲାର ସମସ୍ତ ବିଧାୟକ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ବିଶେଷକରି ସୋସିଆଲ ମିଡ଼ିଆରେ ପ୍ରଚାର ଜୋର ଧରିଛି । ଏ ସଂକ୍ରାନ୍ତରେ ଆଦିବାସୀ ନେତା ବାବୁଲି ପୂର୍ତ୍ତି କହିଛନ୍ତି, ଯାଜପୁର ଜିଲାରେ ଆଦିବାସୀମାନଙ୍କୁ ସଂରକ୍ଷଣ ତାଲିକାରୁ ବଞ୍ଚିତ କରିବା ସରକାରୀ ଦଳକୁ କାଳ ହେବ। ଆଦିବାସୀମାନେ ଏହା ଠିକ୍‌ ଭାବେ ବୁଝି ସାରିଛନ୍ତି। ତେବେ ଆଗାମୀ ଦିନରେ ସଚେତନ ଜିଲାବାସୀ କାହାକୁ ସମର୍ଥନ କରୁଛନ୍ତି ସେଥିନେଇ ସବୁ ଦଳ ଚିନ୍ତାରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri